ନୂଆଦିଲ୍ଲୀ: ଭାରତ ଓ ଆମେରିକା ଶୁଳ୍କ ହ୍ରାସ ଚୁକ୍ତି ଘୋଷଣା କରିବା ପରେ ଏବେ ଈର୍ଷାରେ ଜଳୁଛି ପାକିସ୍ତାନ। ନିଜ ଦେଶରେ ଟ୍ରୋଲ ହେଉଛନ୍ତି ଫିଲ୍ଡ ମାର୍ଶାଲ ଅସୀମ ମୁନିର ଓ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍। ପାକିସ୍ତାନୀ ନେଟିଜେନମାନେ ଦେଶର ବେସାମରିକ ଓ ସାମରିକ ନେତୃତ୍ୱକୁ ଉପହାସ କରିଛନ୍ତି। ସେମାନେ କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ବାଣିଜ୍ୟ ଚୁକ୍ତି ଘୋଷଣା କରିବା ପରେ ଜୋକର ପାଲଟି ଯାଇଛନ୍ତି ଶେହବାଜ୍ ସରିଫ ଓ ମୁନିର । ଭାରତ ନିଜ ପାଦରେ ଗୋଡ଼ରେ ଠିଆ ହୋଇଛି । କଡ଼ା ଆଭିମୁଖ୍ୟ ଜାରି ରଖିଛି। ମୁନିର ଓ ଶେହବାଜଙ୍କ ପରି ଟ୍ରମ୍ପଙ୍କ ଆଗରେ ନତମସ୍ତକ ହୋଇନାହିଁ। ଟ୍ରମ୍ପ ପ୍ରଶାସନ ଆଗରେ ନୀରବ ନ ରହି ଭାରତ ଆଜି ଶୁଳ୍କ ହ୍ରାସ କରିବାରେ ସଫଳ ହୋଇପାରିଛି ବୋଲି ପାକିସ୍ତାନୀ ମତ ରଖିଛନ୍ତି।
ଆହୁରି ପଢ଼ନ୍ତୁ: RCB's victory : ଆରସିବିର ବିଜୟବାନା ଉଡ଼ାଇଚାଲ! ଚାମ୍ପିୟନ ଦଳକୁ ବିରାଟଙ୍କ ଶୁଭେଚ୍ଛା
Follow Us