ନୂଆଦିଲ୍ଲୀ: ବୟାନବାଜିରେ ବ୍ୟସ୍ତ ଥିଲେ ଟ୍ରମ୍ପ। ଚୁପ୍ ରହି ବାଜି ମାରିନେଲେ ଜୟଶଙ୍କର।ଓଲଟାଇ ଦେଲେ ଟାରିଫ୍ ଖେଳ। ୧୮%କୁ ହ୍ରାସ ହେଲା ପାଲଟା ଶୁଳ୍କ। ସମୟ ବଦଳିବା ସହିତ ଆଜି ବଦଳିଯାଇଛି ବାଜି। ୫୦%ରୁ ବଢ଼ାଇ ୫୦୦% ଟାରିଫ୍ ଲଗାଇବି ବୋଲି କହୁଥିଲେ ଟ୍ରମ୍ପ। ହେଲେ ଏବେ ୧୮%କୁ ହ୍ରାସ ହୋଇ ଶୁଳ୍କ। ଆମେରିକା ଓ ଭାରତର ଏହି ଐତିହାସିକ ଚୁକ୍ତି ପଛରେ ରହିଛି ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ବଡ଼ ଭୂମିକା। ଏସ. ଜୟଶଙ୍କର ଜଣେ ମାହିର କୂଟନୈତିଜ୍ଞ ବୋଲି ପ୍ରମାଣିତ ହୋଇଛି। ଆରମ୍ଭରୁ ଶୁଳ୍କ ପ୍ରସଙ୍ଗରେ ନୀରବ ରହି, ଭାଷଣବାଜିରୁ ଦୂରେଇ ରହି ନିଜ କାମ କରିଚାଲିଥିଲେ ସେ। କେମିତି ବାଜି ଓଲଟାଇବେ ସେ ନେଇ ପ୍ରସ୍ତୁତ କରୁଥିଲେ କୂଟନୀତି। ଏବେ ବୈଠକ ଓ ଆଲୋଚନା ମାଧ୍ୟମରେ ଭାରତ-ଆମେରିକା ସମ୍ପର୍କକୁ ପୁଣିଥରେ ଟ୍ରାକକୁ ଫେରାଇ ଆଣିଛନ୍ତି ସେ। ଏବେ ଭାରତୀୟ ସାମଗ୍ରୀ ଉପରେ ଲାଗିଥିବା ପାଲଟା ଶୁଳ୍କକୁ ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କରିଛି ଆମେରିକା। ଜୟଶଙ୍କରଙ୍କ ଚତୁର କୂଟନୀତି କିପରି ଭାରତକୁ ଏତେ ବଡ଼ ସଫଳତା ଦେଲା ଆସନ୍ତୁ ଟିକେ ସରଳ ଭାବେ ବୁଝିବା।
ଆହୁରି ପଢ଼ନ୍ତୁ: Bangladesh violence: ନିର୍ବାଚନ ପୂର୍ବରୁ ବାଂଲାଦେଶରେ ଭୟଙ୍କର ରାଜନୈତିକ ହିଂସା: ୧୧ ମୃତ, ଶହ ଶହ ଆହତ
Follow Us