ଲକ୍ଷ୍ନୌ: ବାପାକୁ ହତ୍ୟା କଲା ପୁଅ। ଶରୀରରୁ ଅଲଗା କଲା ହାତ, ଗୋଡ ଓ ମୁଣ୍ଡ। ଖଣ୍ଡ ଖଣ୍ଡ କରି ନୀଳ ଡ୍ରମରେ ରଖିଲା ଶରୀର। ଲକ୍ଷ୍ନୌର ଆସିଆନା ଅଞ୍ଚଳରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ଜଣେ ୧୯ ବର୍ଷୀୟ ପୁଅ ନିଜ ବାପାଙ୍କୁ ଗୁଳିକରି ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖାଲି ହତ୍ୟା ନୁହେଁ, ନିଜ ଜନ୍ମ କଲା ବାପର ଶରୀରକୁ କରତ ସାହାଯ୍ୟରେ ଖଣ୍ଡ ଖଣ୍ଡ କରି ଏକ ନୀଳ ଡ୍ରମରେ ପୂରାଇ ରଖିଥିବା ସାମ୍ନାକୁ ଆସିଛି। ମୃତ ଶରୀରକୁ କେଉଁଠି ଫିଙ୍ଗିବ ବୋଲି ଜାଣି ନପାରିବାରୁ ସେ ଏଭଳି କରିଥିବା କହିଛି ପୁଲିସ। ଅଭିଯୁକ୍ତ ଅକ୍ଷତ ପ୍ରତାପ ସିଂହକୁ ଗିରଫ କରାଯିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି।

Advertisment

ଆହୁରି ପଢ଼ନ୍ତୁ: Trump drops tariff bomb: ପୁଣି ଥରେ ଟାରିଫ୍ ବୋମା ପକାଇଲେ ଟ୍ରମ୍ପ: ଭାରତୀୟ ସୌର ଶକ୍ତି ଉତ୍ପାଦ ଉପରେ ଲାଗୁକଲେ ୧୨୬% ଅତିରିକ୍ତ ଟିକସ