ଇସଲାମାବାଦ: ବଦଳିବ ପାକିସ୍ତାନର ଭାଗ୍ୟ। ସବୁଠୁ ଧନୀ ଦେଶ ହେବ ପାକିସ୍ତାନ। ଏଭଳି ଦାବି କଲେ ପାକିସ୍ତାନୀ ସିନେଟର୍। ପାଖରେ ଟଙ୍କା ନଥିଲେ ବି ଭାଙ୍ଗୁନି ଗର୍ବ। ବାହାପିଆ କଥା କହିବା ବନ୍ଦ କରୁନି ପାକିସ୍ତାନ। ଦେଶ ଚଳାଇବା ପାଇଁ ଅନ୍ୟ ଆଗରେ ହାତ ପତାଉଛନ୍ତି ପାକ୍ ପ୍ରଧାନମନ୍ତ୍ରୀ, ହେଲେ ଏଣେ ବଡ଼ ବଡ଼ ଦାବି କରୁଛନ୍ତି ପାକିସ୍ତାନୀ। ପାକିସ୍ତାନ ବିଶ୍ବର ସବୁଠୁ ଧନୀ ଦେଶ ହେବ ବୋଲି ଭବିଷ୍ୟବାଣୀ କରି ଏବେ ସମାଲୋଚିତ ହୋଇଛନ୍ତି ପାକ୍ ସିନେଟର୍ ଫୈଜଲ ରଜା ଅବିଦି। ସର୍ବସମ୍ମୁଖରେ ସେ ଏଭଳି ଦାବି କରି ଏବେ ଟ୍ରୋଲ ହୋଇଛନ୍ତି। ତାଙ୍କର ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଛି, ଯେଉଁଥିରେ ସେ କାଙ୍ଗାଳ ପାକିସ୍ତାନ ଧନୀ ହେବ ବୋଲି ଦାବି କରିଛନ୍ତି।
Pakistan's fate will change: ବଦଳିବ ପାକିସ୍ତାନର ଭାଗ୍ୟ, ସବୁଠୁ ଧନୀ ଦେଶ ହେବ ପାକିସ୍ତାନ: ପାକ୍ ସିନେଟର୍ ଫୈଜଲ ରଜା ଅବିଦି
Advertisment
Follow Us