ଜଗତସିଂହପୁର: ବାଲିକୁଦା ମରିଚପୁର ମଶାଣିରେ ଦେଖିବାକୁ ମିଳିଛି ଏଭଳି ଘଟଣା। ମଶାଣିରେ ହୋଇଥିବା ପୂଜା ସ୍ଥାନରେ ପଡ଼ିଛି କଳସ, ସିନ୍ଦୂର, ଫୁଲ, କୁକୁଡ଼ା ମୁଣ୍ଡ ଏବଂ ଯୁବକ ଯୁବତୀଙ୍କ ଫଟୋ। ମଶାଣିରେ କେହି ଗୁଣି ଗାରେଡ଼ି କରିଥିବା ସନ୍ଦେହ କରାଯାଉଛି। ତେବେ ଏହି ସ୍ଥାନରେ କିଏ ଓ କାହିଁକି ଏମିତି କରିଛି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଏଭଳି ଘଟଣାକୁ ନେଇ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । 

Advertisment

ପୂଜା ସାମଗ୍ରୀ ସହ ରହିଛି ଯୁବକ ଯୁବତୀଙ୍କ ଫଟୋ

ବକୁଳ ଅମାବାସ୍ୟା ରାତିରେ ଏମିତି ଗୁଣି ଗାରେଡ଼ି ସାଧନା କରିଥିବା ଅଞ୍ଚଳରେ ଆଲୋଚନା ହେଉଛି। ଯୁବକ ଯୁବତୀଙ୍କ ଫଟୋ ସହିତ ପୂଜା ସ୍ଥାନକୁ ଦେଖି ଗାଁ ଲୋକମାନଙ୍କ ମଧ୍ୟରେ ସନ୍ଦେହ ପ୍ରକାଶ ପାଇଛି। ତେବେ ଉକ୍ତ ସ୍ଥାନରୁ ମିଳିଥିବା ଫଟୋ କିଏ ଓ କେଉଁ ଅଞ୍ଚଳର ସ୍ପଷ୍ଟ ହୋଇନାହିଁ।

ଆହୁରି ପଢ଼ନ୍ତୁ: Cold Wave Intensify: ବଡ଼ଦିନ ଠାରୁ ବଢ଼ିବ ଶୀତ: ପାଣିପାଗ ବିଭାଗର ପୂର୍ବାନୁମାନ