ହ୍ୟୁମାନ ! ହଜାରେ ହୃଦୟର ନାୟକ । ଓଡିଶା ସବୁଦିନ ପାଇଁ ହରେଇଥିବା ଖଣ୍ଡେ ହୀରା । ଓଡିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ପରପାରିକୁ ଯିବାକୁ ୟାଭିତରେ ୧୨ ଦିନ ହେଲାଣି । ହେଲେ ଏବେବି ତାଙ୍କୁ ଝୁରୁଛି ମାଟି, ଝୁରୁଛି ଗାଁ, ଝୁରୁଛି ଓଡିଶା ଆଉ ଝୁରୁଛନ୍ତି ପ୍ରଶଂସକ । ତାଙ୍କ ମୃତ୍ୟୁକୁ ବିଶ୍ବାସ କରିପାରୁ ନାହାନ୍ତି ତାଙ୍କ ସାଥି କଳାକାର । ତେବେ ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ଦାବି କରି କିଛି ସ୍ଥାନରେ ଏତଲା ଦିଆଯାଇଥିବା ବେଳେ ତାଙ୍କ ପ୍ରତିମୂର୍ତ୍ତି ଓଡିଶାର କିଛି ସ୍ଥାନରେ କରିବାକୁ ବି ଦାବି ହେଉଛି । ଆଉ ୟାରି ଭିତରେ ସାମ୍ନାକୁ ଆସିଛି ହ୍ୟୁମାନ ସାଗରଙ୍କ ଏକ ସୁନ୍ଦର ଛବି ଯାହାକୁ ତାଙ୍କ ପ୍ରଶଂସକମାନେ ନିଜ ଗାଁ ଛକରେ ଆଙ୍କିଛନ୍ତି ଆଉ ହ୍ୟୁମାନଙ୍କୁ ନିଆରା ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

Advertisment

ଆହୁରି ପଢନ୍ତୁ- ମାଡ଼ିଆସିଲା ଜଳପ୍ରଳୟ, ଜୀବନ ବିକଳରେ ଗଛକୁ ଚଢିଗଲେ ବ୍ୟକ୍ତି... ଦେଖନ୍ତୁ ଭୟଙ୍କର ବନ୍ୟାର ଲୋମଟାଙ୍କୁରା ଦୃଶ୍ୟ