ସିଡନୀ: ଧଡ଼ାଧଡ଼ ଫୁଟୁଥିଲା ଗୁଳି। ନରସଂହାର କରୁଥିଲେ ୨ଆତଙ୍କବାଦୀ। ସାମ୍ନାକୁ ଯିଏ ଆସୁଥିଲା ସିଏ ମରୁଥିଲା। ୧୦୦୦ଲୋକଙ୍କ ସମାଗମ ଭିତରେ ମୃତ୍ୟୁର ତାଣ୍ଡବ ରଚୁଥିଲେ ଆତଙ୍କୀ ବାପ-ପୁଅ। ଦେଖୁ ଦେଖୁ ୧୨ଜଣ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଥିଲେ। କ’ଣ ଘଟୁଛି ବୋଲି କିଛି ବୁଝିବା ପୂର୍ବରୁ ଲୋକଙ୍କ ଜୀବନ ଚାଲିଯାଇଥିଲା। ହାତରେ ବଡ଼ ବଡ଼ ରାଇଫଲ ଧରିଥିବା ଆତଙ୍କୀଙ୍କୁ ଧରିବା ଥିଲା କଷ୍ଟ। କେମିତି ସେମାନଙ୍କୁ କାବୁ କରାଯିବ ତାହା ଭାବୁଥିଲେ ଲୋକେ। ଏହି ସମୟରେ ରକ୍ଷକ ସାଜି ପହଞ୍ଚିଥିଲେ ଅହମଦ ଅଲ୍ ଅହମଦ।
ଆହୁରି ପଢ଼ନ୍ତୁ: National Herald Case: ସୋନିଆ-ରାହୁଲଙ୍କ ବିରୋଧରେ ଇଡି ଦାଖଲ କରିଥିବା ଚାର୍ଜସିଟ୍ ଉପରେ ଶୁଣାଣି କରିବାକୁ ମନା କଲେ କୋର୍ଟ
Follow Us