Trump Threatens India
ନୂଆଦିଲ୍ଲୀ: ପୁଣି ଭାରତକୁ ଖୋଲା ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କଥା ନମାନିଲେ ଭାରତ ଉପରେ ପୁଣି ଶୁଳ୍କ ବୃଦ୍ଧିର ଛାଟ ପଡ଼ିବ ବୋଲି କହିଲେ ଟ୍ରମ୍ପ। ଭେନେଜୁଏଲା ଉପରେ ଆକ୍ରମଣ ମଧ୍ୟରେ ଟ୍ରମ୍ପ ଭାରତକୁ ଏଭଳି ଧମକ ଦେଇଛନ୍ତି। ପୂର୍ବରୁ ଭାରତ ଉପରେ ୫୦% ଶୁଳ୍କ ଲଗାଇ ସାରିଥିବା ଟ୍ରମ୍ପ ଏବେ ପୁଣି ଭାରତକୁ ଶୁଳ୍କ ବୃଦ୍ଧିର ଭୟ ଦେଖାଇଛନ୍ତି। ରୁଷଠାରୁ ତେଲ କିଣିବା ବନ୍ଦ ନକଲେ ଭାରତ ଏହାର ପରିଣାମ ଭୋଗିବ ବୋଲି ସେ କହିଛନ୍ତି।
ଆହୁରି ଦେଖନ୍ତୁ:
Follow Us