ନୂଆଦିଲ୍ଲୀ: ସାଇବର ଠକେଇରୁ ବଞ୍ଚିବା ପାଇଁ ପ୍ରତିଦିନ ଲୋକଙ୍କୁ ଭିନ୍ନ ଭିନ୍ନ ଢଙ୍ଗରେ ସଚେତନ କରାଯାଉଛି। ତଥାପି ଲୋକଙ୍କୁ ଫସାଇ ଲୁଟିନେଉଛନ୍ତି ସାଇବର ଲୁଟେରା। ଲୋକଙ୍କୁ ଫସାଇବା ପାଇଁ ନୂଆ ନୂଆ ଜାଲ ବିଛାଉଛନ୍ତି ସାଇବର ଠକ, ଯେଉଁଥିରେ ଫଶି ସର୍ବଶାନ୍ତ ହେଉଛନ୍ତି ଲୋକେ। ଠିକ୍ ସେହିଭଳି ଏକ ଖବର ଏବେ ସାମ୍ନାକୁ ଆସିଛି। ଜଣେ ବ୍ୟକ୍ତି ତାଙ୍କ ହ୍ବାଟ୍ସଆପରେ ଆସିଥିବା ଏକ ଲିଙ୍କ ଉପରେ କ୍ଲିକ୍ କରି ନିଜର ସଞ୍ଚୟ ଟଙ୍କା ହରାଇଛନ୍ତି। କ୍ଲିକ୍ କରିବା ମାତ୍ରେ ତାଙ୍କ ଆକାଉଣ୍ଟରୁ ୪ଲକ୍ଷ ଟଙ୍କା କଟିଯାଇଛି। ଏବେ ସାଇବର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ଆହୁରି ପଢ଼ନ୍ତୁ: Tribute Utkal Gauraba Madhusudan Das ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧଦିବସରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି