ଭୁବନେଶ୍ବର: ପ୍ରଚଣ୍ଡ ଶୀତ ପ୍ରକୋପରେ ରାଜ୍ୟ ଏବେ ବି ଥରୁଛି। ଗୁରୁବାର ରାତିରେ ପାହାଡ଼ିଆ ଅଞ୍ଚଳମାନଙ୍କ ମଧ୍ୟରେ ଘୁ. ଉଦୟଗିରିଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨.୬ ଡିଗ୍ରି ରେକର୍ଡ ହୋଇଥିଲା। ସେହିଭଳି ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ରାଉରକେଲାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରି ରହିଥିଲା। 

Advertisment

Tallest Mahakal Idol: ସିଲିଗୁଡ଼ିରେ ନିର୍ମାଣ ହେବ ବିଶ୍ବର ସର୍ବୋଚ୍ଚ ମହାକାଳ ମୂର୍ତ୍ତି, ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

ଏଥିସହ ଝାରସୁଗୁଡ଼ାରେ ୫ ଡିଗ୍ରି, ସେମିଳିଗୁଡ଼ାରେ ୫.୬, ଫୁଲବାଣୀରେ ୬.୧, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୭.୬, ଅନୁଗୁଳରେ ୮.୪, ବାରିପଦାରେ ୮.୬ ଢେଙ୍କାନାଳରେ ୮.୭, ଦାରିଙ୍ଗବାଡ଼ି ଓ ବଲାଙ୍ଗୀରରେ ୯, କୋରାପୁଟରେ ୯.୫ ଏବଂ ଭବାନୀପାଟଣାରେ ୯.୮ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି। ଆସନ୍ତା ୨ ଦିନ ରାଜ୍ୟରେ ପ୍ରବଳ ଶୀତ ଲାଗିରହିବ। ୨ ଦିନ ପରେ ରାଜ୍ୟର ତାପମାତ୍ରା ଖସିବା ସହ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ରାତି ତାପମାତ୍ରା ବଢ଼ିବ। ଫଳରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

Tallest Mahakal Idol: ସିଲିଗୁଡ଼ିରେ ନିର୍ମାଣ ହେବ ବିଶ୍ବର ସର୍ବୋଚ୍ଚ ମହାକାଳ ମୂର୍ତ୍ତି, ଘୋଷଣା କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...