ଭୁବନେଶ୍ବର: ରାଜ୍ୟର ଅଧିକାଂଶ ସ୍ଥାନରେ ଆକାଶ ମେଘାଚ୍ଛନ୍ନ ରହିଥିବାରୁ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ଉତ୍ତର ଉପକୂଳ ଓଡ଼ିଶା ସହ ସଂଲଗ୍ନ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଆକାଶ ଅଧିକ ମେଘାଚ୍ଛନ୍ନ ରହିଥିଲା। ସୁନ୍ଦରଗଡ଼, ବରଗଡ଼ ଓ ସମ୍ବଲପୁରର କିଛି ଅଞ୍ଚଳ ମେଘମୁକ୍ତ ସହ ରାଜ୍ୟରେ ତାପମାତ୍ରା ବୃଦ୍ଧି ଘଟିଛି। ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୫ରୁ ୭ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଗତକାଲି ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରି ଥିବା ବେଳେ ଆଜି ବୃଦ୍ଧି ପାଇ ୧୫.୭ ଡିଗ୍ରିରେ ପହଞ୍ଚିଛି।
Horoscope 2026 January 12: ଜାଣନ୍ତୁ ଆଜିର ରାଶିଫଳ
ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରି ରହିଥିବା ବେଳେ ଫୁଲବାଣୀରେ ୭, ରାଉରକେଲାରେ ୮, ଝାରସୁଗୁଡ଼ାରେ ୮.୩, ନବରଙ୍ଗପୁରରେ ୮.୫, ଘୁ.ଉଦୟଗିରିରେ ୯.୪, ଅନୁଗୁଳରେ ୧୦ ଡିଗ୍ରି ରହିଥିଲା। ଓଡ଼ିଶା ଉପରେ ଥିବା ବାଦଲ ହଟିବା ପରେ ଆସନ୍ତାକାଲିଠାରୁ ପାରଦ ପୁଣି ଖସିବ ଏବଂ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
Trump Threat Cuba: କ୍ୟୁବାକୁ ଟ୍ରମ୍ପଙ୍କ ଧମକ: ବିଳମ୍ବ ନକରି ଚୁକ୍ତି କର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)