ଭୁବନେଶ୍ବର: ଉତ୍ତର ଆଭ୍ୟନ୍ତର ଓଡ଼ିଶାର ରାତି ତାପମାତ୍ରା ସ୍ବାଭାବିକଠାରୁ ୫ରୁ ୬ ଡିଗ୍ରି କମ୍ ରହଛି। ସେହିଭଳି ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଆଭ୍ୟନ୍ତର ଓଡ଼ିଶାର ରାତି ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଥିବା ବେଳେ ରାଜ୍ୟର ଅନେକାଂଶରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମ୍ ରହିଛି। ଗତକାଲି ରାତିରେ ଘୁ. ଉଦୟଗିରିରେ ପାରଦ ସ୍ତର ୪.୮ ଡିଗ୍ରିକୁ ଖସିଥିବା ବେଳେ ସେମିଳିଗୁଡ଼ାରେ ୭.୪ ଡିଗ୍ରି, ଫୁଲବାଣୀରେ ୭.୮ ଡିଗ୍ରି ଓ ରାଉରକେଲା ୯.୬ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି।
Neglected: ବିଧବାରୁ ବାର୍ଦ୍ଧକ୍ୟ ହେଲେଣି, ମିଳୁନି ସରକାରୀ ଭତ୍ତା
ଆସନ୍ତା ୨ ଦିନରେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବଢ଼ିପାରେ। ଫଳରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ିର ସମ୍ଭାବନା ନାହିଁ। ଦିନରେ ଆକାଶ ନିର୍ମଳ ସହ ପାଗ ଖରାଟିଆ ରହିବ। ଆସନ୍ତାକାଲି ସକାଳେ ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ସକାଳୁ ପାଗ କୁହୁଡ଼ିଆ ରହିବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୬ ଡିଗ୍ରି ମଧ୍ୟରେ ରହିବ।
Jammu Kashmir: ଜମ୍ମୁ-କାଶ୍ମୀରରେ ୩୧ଟି ପଥର କ୍ରସର ନେତା ଓ ବାବୁଙ୍କ ମାଲିକାନାରେ ରହିଛି : ଖଣିମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/16/WEnOi2u3ajbWSHpmP3fJ.jpg)