ଭୁବନେଶ୍ବର: ରାଜ୍ୟକୁ ପୁଣି ଥଣ୍ଡା ଫେରିଥିବା ବେଳେ ପ୍ରବଳ ଶୀତରେ ଥରୁଛି ଆଭ୍ୟନ୍ତର, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା। ଉପକୂଳ ଓଡ଼ିଶାର ରାତି ତାପମାତ୍ରାରେ ସାମାନ୍ୟ ହ୍ରାସ ଦେଖାଯାଇଥିବା ବେଳେ ଆଭ୍ୟନ୍ତରରେ ଘୁ. ଉଦୟଗିରିର ରାତି ପାରଦ ୩ ଡିଗ୍ରିକୁ ଖସିଛି। ଏଠାରେ ରବିବାର ରାତିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୩.୮ ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ସେମିଳିଗୁଡ଼ାରେ ୬.୪ ଡିଗ୍ରି, ଫୁଲବାଣୀରେ ୭.୫ ଡିଗ୍ରି, ଝାରସୁଗୁଡ଼ାରେ ୮.୯ ଡିଗ୍ରି, ରାଉରକେଲାରେ ୯.୧ ଡିଗ୍ରି, ଦାରିଙ୍ଗବାଡ଼ିରେ ୧୦ ଡିଗ୍ରି, ସୁନ୍ଦରଗଡ଼ ଓ କିରେଇରେ ୧୦.୬ ଡିଗ୍ରି ରାତି ତାପମାତ୍ରା ରେକର୍ଡ ହୋଇଛି।

Advertisment

Powerlifting Championship: ଖୋର୍ଦ୍ଧା ଦଳଗତ ବିଜେତା; ପ୍ରତିଷ୍ଠା, ସୋମେନ ଶ୍ରେଷ୍ଠ

ଅନ୍ୟପଟେ ଉପକୂଳର ରାତି ତାପମାତ୍ରାରେ ବି ହ୍ରାସ ଦେଖାଯାଇଛି। ଭୁବନେଶ୍ବର ଓ କଟକର ରାତି ତାପମାତ୍ରା ସ୍ବାଭାବିକଠାରୁ ୩.୪ ଡିଗ୍ରି ତଳେ ରହିଛି। ରବିବାର ରାତିରେ ଭୁବନେଶ୍ବରର ପାରଦସ୍ତର ୧୪.୧ ଡିଗ୍ରି ରହିଥବା ବେଳେ କଟକର ପାରଦ ୧୩ ଡିଗ୍ରିକୁ ଖସିଛି। ଆସନ୍ତାକାଲିଠାରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଢ଼ିବା ଆରମ୍ଭ କରିବ। ପରବର୍ତ୍ତୀ ୩ ଦିନରେ ରାତି ପାରଦ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

NH: କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୬ ଲେନ୍‌ କରିବା ନେଇ ହେବ ସର୍ଭେ

ଫଳରେ ଶୀତ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ଓ ଖରାଟିଆ ରହିବ। ଆକାଶ ନିର୍ମଳ ରହିବ। ଫଳରେ ଖରା ଟାଣ ହେବ। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଶୁଖିଲା ରହିବ। ପାହାନ୍ତାରୁ ହାଲୁକା କୁହୁଡ଼ି ପଡ଼ିପାରେ। ସର୍ବନିମ୍ନ ରାତି ତାପମାତ୍ରା ୧୪ ଡିଗ୍ରି ଓ ସର୍ବୋଚ୍ଚ ଦିନ ତାପମାତ୍ରା ୩୨ ଡିଗ୍ରି ମଧ୍ୟରେ ରହିପାରେ।