Rourkela is the fourth coldest city in the country: ରାଉରକେଲା ଦେଶର ୪ର୍ଥ ଥଣ୍ଡା ସହର

Advertisment

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ୨୫ଟି ସହରର ପାରଦ ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରେକର୍ଡ ହୋଇଛି। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ (ମାଇନସ୍‌) ଏକ ଡିଗ୍ରିରେ ପହଞ୍ଚିଛି।

ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ୨୫ଟି ସହରର ପାରଦ ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରେକର୍ଡ ହୋଇଛି। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ (ମାଇନସ୍‌) ଏକ ଡିଗ୍ରିରେ ପହଞ୍ଚିଛି।

From January 12, winter will decrease, fog will increase

From January 12, winter will decrease, fog will increase

ଭୁବନେଶ୍ବର/ବାରିପଦା/କେନ୍ଦୁଝର: ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି। ୨୫ଟି ସହରର ପାରଦ ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍‌ ରେକର୍ଡ ହୋଇଛି। ଶିମିଳିପାଳରେ ସର୍ବନିମ୍ନ ତାପମାତ୍ରା ବିଯୁକ୍ତ (ମାଇନସ୍‌) ଏକ ଡିଗ୍ରିରେ ପହଞ୍ଚିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ଆଜି ରେକର୍ଡ ହୋଇଥିବା ସର୍ବନିମ୍ନ ରାତି ତାପମାତ୍ରା ଅନୁଯାୟୀ ସମତଳ ଅଞ୍ଚଳ ମଧ୍ୟରେ ରାଉରକେଲା ଦେଶର ଚତୁର୍ଥ ଥଣ୍ଡା ସହରରେ ପରିଣତ ହୋଇଛି। ସମତଳ ଅଞ୍ଚଳ ଭାବେ ଉତ୍ତରାଖଣ୍ଡର ପନ୍ତନଗରରେ ସର୍ବନିମ୍ନ ତାପମାତ୍ରା ୨.୫ ଡିଗ୍ରି ରହିଥିବା ବେଳେ ଝାଡ଼ଖଣ୍ଡର ଡାଲଟନ୍‌ଗଞ୍ଜ ୩.୨ ଡିଗ୍ରି ସହ ଦ୍ବିତୀୟ, ଉତ୍ତରପ୍ରଦେଶର ଆଲିଗଡ଼ ୩.୪ ଡିଗ୍ରି ସହ ତୃତୀୟ ଓ ୩.୬ ଡିଗ୍ରି ସହ ରାଉରକେଲା ୪ର୍ଥ ସ୍ଥାନରେ ରହିଛି। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ଆଜି ମଧ୍ୟ ୯.୪ ଡିଗ୍ରି ରହିଥିଲା। ଲଗାତାର ଦୁଇ ଦିନ ଧରି ଭୁବନେଶ୍ବରର ୪ର୍ଥ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି। କଟକରେ ଆଜି ଜାନୁଆରି ମାସର ତଥା ସର୍ବକାଳୀନ ୫ମ ସର୍ବନିମ୍ନ ରାତି ତାପମାତ୍ରା ରହିଥିଲା। ଝାରସୁଗୁଡ଼ାର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରି ରହିବା ସହ ୭୨ ବର୍ଷ ମଧ୍ୟରେ ସବୁଠାରୁ ଥଣ୍ଡା ରାତି ହୋଇଛି।

Pollution: ଡମଶାଳ ନାଳ କୂଳରେ ଧନ୍ବନ୍ତରୀ ଘାସ ରୋପଣ, ଦେଶରେ ପ୍ରଥମ!

ଓଡ଼ିଶାବାସୀଙ୍କ ଅତ୍ୟଧିକ ଥଣ୍ଡାର ଅଭ୍ୟାସ ନଥିବା ବେଳେ ଚଳିତବର୍ଷର ପାରଦ ସ୍ତର ଲୋକଙ୍କୁ କଲବଲ କରୁଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେବା ଫଳରେ ରାଜ୍ୟରେ ଥଣ୍ଡା ପ୍ରକୋପ ବଢ଼ୁଛି। ତେବେ ବଙ୍ଗୋପସାଗରରେ ସୃଷ୍ଟ ତୀବ୍ର ଅବପାତର ବାହ୍ୟ ବାଦଲ ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପାଗ ଆଂଶିକ ମେଘୁଆ ରହିବା ସହ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆସନ୍ତା ୧୨ ତାରିଖ ପରେ ରାଜ୍ୟରେ ପୁଣି ପାରଦ ଖସିବ ବୋଲି ପାଣିପାଗ ବିଜ୍ଞାନୀମାନେ ଆକଳନ କରିଛନ୍ତି। ଆଞ୍ଚଳିକ ପାଣିପାଗ ବିଜ୍ଞାନ ‌କେନ୍ଦ୍ରର ସୂଚନା ମୁତାବକ ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ଏଭଳି ଥଣ୍ଡା ଲାଗିରହିବ। ପରବର୍ତ୍ତୀ ଦୁଇ ଦିନରେ ୨ରୁ ୩ ଡିଗ୍ରି ବୃଦ୍ଧି ପାଇପା‌ରେ। ଫଳରେ ଥଣ୍ଡାରୁ ସାମାନ୍ୟ ଆଶ୍ବସ୍ତି ମିଳିବ।

ଶିମିଳିପାଳ ଓ ଏହାର ଆଖପାଖ ଅଞ୍ଚଳରେ ବରଫର ପତଳା ଆସ୍ତରଣ ଦେଖିବାକୁ ମିଳିଥିବା ବେଳେ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଗତ ୧୩ ବର୍ଷ ମଧ୍ୟରେ ଶିମିଳିପାଳରେ ବିଯୁକ୍ତ ତାପମାତ୍ରା ଦେଖିବାକୁ ମିଳି ନଥିଲା। ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଶିମିଳିପାଳ ଉପର ବାରହାକାମୁଡ଼ାରେ ତାପମାତ୍ରା ଶୂନ ଡିଗ୍ରି ରେକର୍ଡ ହୋଇଥିଲା। ମାତ୍ର ଆଜି ଏଠାକାର ତାପମାତ୍ରା ବିଯୁକ୍ତ (ମାଇନସ୍‌) ୧ ଡିଗ୍ରିରେ ପହଞ୍ଚିଛି। ଅଭୟାରଣ୍ୟର ଚହଲା ଓ ଗୁଡୁଗୁଡ଼ିଆରେ ୨ ଡିଗ୍ରି, ବରେହିପାଣିରେ ୫, ରାମତୀର୍ଥ ଓ ସାତକୋଶିଆରେ ୯, କିଆଝରିରେ ୧୦ ଡିଗ୍ରି ରେକର୍ଡ କରାଯାଇଛି। ଜିଲ୍ଲାର ୨୬ଟି ବ୍ଲକ୍‌ ମଧ୍ୟରୁ ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ପାଖାପାଖି ରହୁଛି। ତାପମାତ୍ରା ରେକର୍ଡ ହେବା ଦିନଠାରୁ ଶିମିଳିପାଳରେ ବିଯୁକ୍ତ ତାପମାତ୍ରା କେବେ ହୋଇନଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶଚାନ୍ଦ ଗୋଗିନେନୀ କହିଛନ୍ତି।

Indian Railways: ୫୪୯ ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

କେନ୍ଦୁଝର‌ରେ ବି ପାରଦ ତଳମୁହାଁ ହୋଇଛି। ଶୁକ୍ରବାର ଭୋର୍‌ ସମୟରେ କାଞ୍ଜିପାଣି ଘାଟିରେ ତୁଷାରପାତ ହୋଇଥିଲା। ଏଥିସହ ବାଂଶପାଳ ବ୍ଲକ୍‌ର ନୟାକୋଟ, କାଦକଳା, ସିଂପୁର, ଜମିରିପଶି, ଉପରପଣସନସା, ତରମାକାନ୍ତ, ବୈତରଣୀର ଉତ୍ପତ୍ତିସ୍ଥଳ ଗୋନାସିକା ଓ କେନ୍ଦୁଝର ସହର ନିକଟ ଘୁଟୁର ଅଞ୍ଚଳରେ ତୁଷାରପାତ ଯୋଗୁଁ ଧାନକ୍ଷେତ, ଘାସପତ୍ର, କୁଟାଗଦା ଓ ଗାଡ଼ି ଉପରେ ବରଫର ପତଳା ଆସ୍ତରଣ ଜମିଥିବା ଦେଖିବାକୁ ମିଳିଥିଲା। କାଞ୍ଜିପାଣି ଅଞ୍ଚଳରେ ଶେଷ ଥର ପାଇଁ ୨୦୧୮ ଡିସେମ୍ବର ୩୦ରେ ତୁଷାରପାତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe