ଭୁବନେଶ୍ବର: ବାଘ ଭଳି ମାଡ଼ିବସିଛି ମାଘ ଶୀତ। ଥଣ୍ଡାର ଥାର୍ଡ ଡିଗ୍ରି ସାରା ରାଜ୍ୟକୁ କଲବଲ କରୁଥିବା ବେଳେ ଆସନ୍ତାକାଲି ବି ରାଜ୍ୟରେ ଶୀତ ଲହରି ପ୍ରବାହିତ ହେବ। ବିଶେଷ କରି ସୁନ୍ଦରଗଡ଼, ଝାରସୁଗୁଡ଼ର ଓ ଅନୁଗୁଳ ଆଦି ସହରରେ ଶୀତ ଲହରି ପ୍ରବାହର ଆଶଙ୍କା ରହିଛି। ଫଳରେ ଏହି ସବୁ ଅଞ୍ଚଳ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟବାସୀ ହାଡ଼ଭଙ୍ଗା ଶୀତର ଅନୁଭୂତି ନେଉଛନ୍ତି। ପାହାଡ଼ିଆ ଅଞ୍ଚଳଗୁଡ଼ିକ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିଠାରେ ୩.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ସମତଳ ଅଞ୍ଚଳମାନଙ୍କ ମଧ୍ୟରେ ରାଉରକେଲାରେ ଗତକାଲି ରାତିରେ ପାରଦ ୪.୧ ଡିଗ୍ରିକୁ ଖସିଥିଲା। ରାଜଧାନୀ ଭୁବନେଶ୍ବର ଦିନକୁ ଦିନ ଥଣ୍ଡାର ନୂଆ ରେକର୍ଡ ଭାଙ୍ଗିବାରେ ଲାଗିଛି।
China-Bangladesh: ଚୀନ୍-ବାଂଲାଦେଶର ମୁକାବିଲା ପାଇଁ ନୂଆ ରଣନୀତି: ହଳଦିଆରେ ଭାରତୀୟ ନୌସେନାର ବିଶାଳ ଘାଟି
ଗତ ୨ ଦିନ ହେଲା ୯.୬ ଡିଗ୍ରି ମଧ୍ୟରେ ରହୁଥିବା ଭୁବନେଶ୍ବର ପାରଦ ସ୍ତର ସ୍ବାଭାବିକଠାରୁ ୫.୮ ଡିଗ୍ରି ତଳକୁ ଖସି ୯.୨ ଡିଗ୍ରିରେ ପହଞ୍ଚିଛି। ସେହିଭଳି କଟକର ପାରଦସ୍ତର ସ୍ବାଭାବିକଠାରୁ ୪.୫ ଡିଗ୍ରି ତଳେ ୯ ଡିଗ୍ରିରେ ରହିଛି। ତେବେ ଏହା ଭିତରେ ଆଶ୍ବସ୍ତିର ଖବର ରହିଛି। ବଙ୍ଗୋପସାଗରରେ ସୃଷ୍ଟି ଗଭୀର ଅବପାତର ବାହ୍ୟ ବାଦଲ ପ୍ରଭାବରେ ଆସନ୍ତା ୨ ଦିନ ମଧ୍ୟରେ ସର୍ବନିମ୍ନ ପାରଦସ୍ତର ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହାପରେ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ। ଫଳରେ ଆସନ୍ତା ୨ ଦିନରେ ରାଜ୍ୟ ଶୀତରୁ ସାମାନ୍ୟ ଆଶ୍ବସ୍ତି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଶୀତ ଲହରି ପ୍ରବାହିତ ହେବ। ଦିନବେଳା ଆକାଶ ନିର୍ମଳ ରହିବ। ପାଗ ଖରାଟିଆ ରହିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/06/rqffnxc2Ij6LHWeRLWs4.jpg)