The temperature is dropping: ଖସୁଛି ପାରଦ, ଦୁଇଦିନରେ ଆହୁରି ଶୀତ

ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପାଇଁ ଉଠିଲା ବେଳକୁ ଅଧା ରାଜ୍ୟ ଶୀତରେ ଥରିଥିଲା। ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନର ପାରଦ ତଳମୁହାଁ ହୋଇଥିବା ବେଳେ ୨ରୁ ୩ ଡିଗ୍ରି ଯାଏଁ ତାପମାତ୍ରା କମିଥିଲା।

From January 12, winter will decrease, fog will increase

From January 12, winter will decrease, fog will increase

ଭୁବନେଶ୍ବର: ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପାଇଁ ଉଠିଲା ବେଳକୁ ଅଧା ରାଜ୍ୟ ଶୀତରେ ଥରିଥିଲା। ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସ୍ଥାନର ପାରଦ ତଳମୁହାଁ ହୋଇଥିବା ବେଳେ ୨ରୁ ୩ ଡିଗ୍ରି ଯାଏଁ ତାପମାତ୍ରା କମିଥିଲା। ଗତକାଲି ରାତିରେ ଫୁଲବାଣୀର ରାତି ତାପମାତ୍ରା ୧୨.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରି, ଝାରସୁଗୁଡ଼ାରେ ୧୪.୫ ଡିଗ୍ରି, ରାଉରକେଲାରେ ୧୫.୫ ଡିଗ୍ରି, ଢେଙ୍କାନାଳରେ ୧୫.୮ ଡିଗ୍ରି ଲେଖାଏଁ ତାପମାତ୍ରା ରହିଥିଲା। ଏଥିସହ ପ୍ରାୟ ଉପକୂଳ ଓ ପଶ୍ଚିମ ଓଡ଼ିଶା ଜିଲ୍ଲାଗୁଡ଼ିକର ପାରଦ ତଳକୁ ଖସିଥିଲା।

ଦ୍ବୈତନଗରୀ କଟକ ଓ ଭୁବନେଶ୍ବରର ରାତି ପାରଦ ମଧ୍ୟ ୧୭ ଡିଗ୍ରିକୁ ଖସିଛି। କଟକର ଗତକାଲିର ତାପମାତ୍ରା ୧୭.୬ ଡିଗ୍ରି ରହିଥିବା ବେଳେ ଭୁବନେଶ୍ବରର ରହିଥିଲା ୧୭ ଡିଗ୍ରି। ତେବେ ଏବେ ରାଜ୍ୟରେ ଦିନରେ ଆକାଶ ନିର୍ମଳ ଓ ପାଗ ଖରାଟିଆ ରହିବ। ରାତି ତାପମାତ୍ରା ଆହୁରି ଖସିବ। ଆସନ୍ତା ୨ ଦିନରେ ରାତି ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ତଳକୁ ଖସିବ। ଫଳରେ ରାଜ୍ୟ ଆହୁରି ଶୀତରେ ଥରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe