ଭୁବନେଶ୍ବର: ରାଜ୍ୟରେ ଶୀତ ପ୍ର‌କୋପ ଜାରି ରହିଥିବା ବେଳେ କିଛି କିଛି ଅଞ୍ଚଳରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳଛି। ତଥାପି ପ୍ରବଳ ଥଣ୍ଡାରେ ଥରୁଛି ହେଉଛି ସାରା ଓଡ଼ିଶା। ଆସନ୍ତାକାଲି ଝାରସୁଗୁଡ଼ା, ସୁନ୍ଦରଗଡ଼, ଜଗତସିଂହପୁର, କଟକ, ଖୋର୍ଧା, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବୌଦ୍ଧ ଜିଲ୍ଲାରେ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ତେବେ ଏହା ପରେ ଶୀତ ଲହରି ପ୍ରବାହିତ ହେବାର ସମ୍ଭାବନା ନାହିଁ। 

Advertisment

AAP MP Raghav Chadha: ଡେଲିଭରି ବଏ ଭୂମିକା‌ରେ ସାଂସଦ ରାଘବ ଚଢ଼ା...

ରାଜ୍ୟର ସର୍ବନିମ୍ନ ତାପମାତ୍ରା ଘୁ. ଉଦୟଗିରିଠାରେ ୪.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଉରକେଲାଠାରେ ୬.୭ ଡିଗ୍ରି, ଫୁଲବାଣୀଠାରେ ୬.୮ ଡିଗ୍ରି, ଦାରିଙ୍ଗାବାଡ଼ି ଓ ଝାରସୁଗୁଡ଼ାଠାରେ ୭ ଡିଗ୍ରି, ସୁନ୍ଦରଗଡ଼ ଓ ନବରଙ୍ଗପୁରଠାରେ ୯ ଡିଗ୍ରି, ଚିପିଲିମାଠାରେ ୯.୪ ଡିଗ୍ରି ଓ ଅନୁଗୁଳରେ ୯.୬ ଡିଗ୍ରି ରାତିର ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଯାଇଛି। ଏହିଭଳି ଶୀତ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଜାରି ରହିବ। ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳର ପାଗ ଶୁଖିଲା ଓ ଆକାଶ ନିର୍ମଳ ରହିବ। ସର୍ବୋଚ୍ଚ ଦିନ ତାପମାତ୍ରା ୨୮ ଡିଗ୍ରି ଓ ସର୍ବନିମ୍ନ ରାତି ତାପମାତ୍ରା ୧୧ ଡିଗ୍ରି ମଧ୍ୟରେ ରହିବ।

GPLF Building: ୧୫କୋଟି ଜିପିଏଲଏଫ କୋଠା ନିର୍ମାଣ ଅଧାରୁ ବନ୍ଦ