ମାଲକାନଗିରି: ସୀମାନ୍ତ ଛତିଶଗଡର ଦନ୍ତେୱାଡ଼ା ଜିଲ୍ଲାରୁ ଏକ ହୃଦୟସ୍ପର୍ଶୀ ଖବର ସାମ୍ନାକୁ ଆସିଛି। ୧୦ ବର୍ଷ ବୟସର ପୁଅ ଭାଲୁ ସହିତ ଲଢ଼ି ବାପାଙ୍କୁ ମୃତ୍ୟୁମୁଖରୁ ରକ୍ଷା କରିଛି। ଆହତ ହୋଇ ଉଭୟ ବାପା-ପୁଅ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଏହି ଖବର ପଢ଼ନ୍ତୁ: ତୃତୀୟ ଥର ପାଇଁ ଟସ୍ ଜିତିଲା ଟିମ୍ ଇଣ୍ଡିଆ: ପ୍ରଥମେ ବୋଲିଂ ନିଷ୍ପତ୍ତି
ଘଟଣା ଅନୁଯାୟୀ ଆଜି ସକାଳୁ ଛତିଶଗଡ଼ର ନକ୍ସଲ ଅଧ୍ୟୁଷିତ ଆବୁଝମାଡର ହାନ୍ଦାୱାଡା ଜଂଗଲକୁ ବାଞ୍ଜାରାମ ନେତାମ ଏବଂ ତାଙ୍କର ୫ମ ଶ୍ରେଣୀରେ ପାଠ ପଢୁଥିବା ପୁଅ ଦୀପେନ୍ଦ୍ର ବାଉଁଶ କାଟିବାକୁ ଯାଇଥିଲେ। ବାଉଁଶ କାଟୁଥିବା ବେଳେ ଉଭୟ ବାପା-ପୁଅ ଏକ ଭାଲୁ ସେମାନଙ୍କ ସାମ୍ନାକୁ ଆସି ଯାଇଥିଲା। ଭାଲୁଟି ବାଞ୍ଜାରାମଙ୍କୁ ଆକ୍ରମଣ କରିଥିଲା।
ଏହି ଖବର ପଢ଼ନ୍ତୁ: ‘ଏନ୍ପିସିଆଇଜନିତ ସମସ୍ୟା ଥିଲେ ବ୍ୟାଙ୍କ ଯାଆନ୍ତୁ ମହିଳା, ମିଳିଯିବ ସୁଭଦ୍ରା ଟଙ୍କା’
ନକ୍ସଲ ଅଧ୍ୟୁଷିତ ଆବୁଝମାଡର ହାନ୍ଦାୱାଡା ଜଂଗଲକୁ ବାଞ୍ଜାରାମ ନେତାମ ଏବଂ ତାଙ୍କର ୫ମ ଶ୍ରେଣୀରେ ପାଠ ପଢୁଥିବା ପୁଅ ଦୀପେନ୍ଦ୍ର ବାଉଁଶ କାଟିବାକୁ ଯାଇଥିଲେ। ବାଉଁଶ କାଟୁଥିବା ବେଳେ ଉଭୟ ବାପା-ପୁଅ ଏକ ଭାଲୁ ସେମାନଙ୍କ ସାମ୍ନାକୁ ଆସି ଯାଇଥିଲା। ଭାଲୁଟି ବାଞ୍ଜାରାମଙ୍କୁ ଆକ୍ରମଣ କରିଥିଲା। ଏହି ସମୟରେ ପୁଅ ଉପସ୍ଥିତ ବୁଦ୍ଧି ଲଗାଇ ବାପାଙ୍କୁ ବଞ୍ଚାଇ ଥିଲା।
ଏହି ଖବର ପଢ଼ନ୍ତୁ: ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଅସୁସ୍ଥ: ହାଇଦ୍ରାବାଦ୍କୁ ସ୍ଥାନାନ୍ତରିତ
ଛୋଟ ଶିଶୁଟି ବାପାଙ୍କୁ ବଞ୍ଚାଇବା ପାଇଁ ତୁରନ୍ତ ବୁଦ୍ଧି ଲଗାଇଥିଲା। ସେ ବାପାଙ୍କୁ ବଞ୍ଚାଇବା ପାଇଁ ଭାଲୁ ସହ ଲଢିଥିଲା। ଏହା ପରେ ସେ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ଭାଲୁ ଉପରେ ପ୍ରହାର ପକାଇଥିଲା। ଫଳରେ ଭାଲୁଟି ବାଞ୍ଜାରାମଙ୍କୁ ଛାଡ଼ି ପୁଅ ଦିପେନ୍ଦ୍ର ଉପରେ ଆକ୍ରମଣ କରିଥିଲା। ବାପ ଓ ପୁଅ ଦୁହେଁ ଆହତ ହୋଇଥିଲେ। ଜୀବନ ବିକଳରେ ଦୁହେଁ ବଡ଼ ପାଟି କରିବା ସହ ଭାଲୁକୁ ପିଟିଥିଲେ। ଫଳରେ ଦୁହିଁଙ୍କୁ ଛାଡି ଭାଲୁଟି ଜଂଗଲକୁ ଚାଲିଯାଇଥିଲା। ପରେ ଗ୍ରାମବାସୀ ଦୁହିଁଙ୍କୁ ଜଂଗଲରୁ ଉଦ୍ଧାର କରି ଦନ୍ତେୱାଡାସ୍ଥିତ ଡାକ୍ତରଖାନାରେ ଦୁହେଁ ବର୍ତ୍ତମାନ ବିପଦମୁକ୍ତ ବୋଲି ଜଣାପଡ଼ିଛି। ପୁଅର ସାହସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଉଛି।
ଏହି ଖବର ପଢ଼ନ୍ତୁ: ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରେ ଶ୍ରୀଲଙ୍କା ନୌସେନାର ଗୁଳିମାଡ଼: ୫ ଆହତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/01/28/YojURfVpUa974CRb91ot.jpg)
