ସାକ୍ଷୀଗୋପାଳ: ପୁରୀଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରଗୋବିନ୍ଦପୁରସ୍ଥିତ ପ୍ରସିଦ୍ଧ ବାମାବର୍ତ୍ତୀ ବାଙ୍ଗୀୟ ତନ୍ତ୍ରପୀଠ ମା ଦକ୍ଷିଣ କାଳୀଙ୍କ ପୂଜା ସମୟରେ ବିଦ୍ୟୁତ୍‌ ଆଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।

Advertisment

ଆହୁରି ପଢ଼ନ୍ତୁ: Muhurat Trading poured Money on investors: ସେୟାର ବଜାର ମୁହୂର୍ତ୍ତ ‌ଟ୍ରେଡିଂରେ ନିବେଶକଙ୍କ ଉପରେ ୨.୭୧ ଲକ୍ଷ କୋଟିର ଟଙ୍କା ବର୍ଷା

ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୨ଟାରେ ମଞ୍ଚ ପାର୍ଶ୍ୱରେ ଜଣେ ପୁରୁଷ ଓ ଜଣେ ମହିଳା ବ୍ୟକ୍ତି ବୋଧହୁଏ ଅସାବଧାନତା ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ସୂଚନା ପାଇ ଉପସ୍ଥିତ ସାକ୍ଷୀଗୋପାଳ ଅଗ୍ନିଶମ କେନ୍ଦ୍ରର ଆଗ୍ନିକଭମାନେ ଓ ଭକ୍ତମାନେ ଉଭୟ ଆହତଙ୍କୁ ଚିକିତ୍ସା ନିମନ୍ତେ ବୀରଗୋବିନ୍ଦପୁର ଗ୍ରାମରେ କାଳୀପୂଜା ନିମନ୍ତେ ଖୋଲିଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଦୀପସ୍ମିତା ରାୟ ପ୍ରାଥମିକ ଚିକିତ୍ସା ପରେ ଆହତ ଦ୍ବୟଙ୍କୁ ଅଧିକ ଚିକିତ୍ସା ନିମନ୍ତେ ସାକ୍ଷୀଗୋପାଳ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେl ସାକ୍ଷୀଗୋପାଳ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେl

ଆହୁରି ପଢ଼ନ୍ତୁ: Swiggy Delivered Chicken: ଦୀପାବଳିରେ ଭୁଲ୍‌ରେ ଆମିଷ ଖାଦ୍ୟ ଦେଇଦେଲା ସ୍ବିଗି; ଅଭିଯୋଗ ଆଣିଲେ ଗ୍ରାହକ

ସତ୍ୟବାଦୀ ପୁଲିସ ଶବ ଦ୍ବୟ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପୁରୀ ପଠାଇଥିଲେl ଫୋରେନସିକ ଟିମ ଉଭୟ ମୃତକଙ୍କ ଫଟୋ, ଆଙ୍ଗୁଠି ଛାପ ଓ ଡିଏନ୍‌ଏ ପରୀକ୍ଷା ନିମନ୍ତେ ନମୁନା ସଂଗ୍ରହ କରିଛନ୍ତି l ସତ୍ୟବାଦୀ ଥାନାରେ 26/2025 ନମ୍ବରରେ ଏକ ମୋକଦ୍ଦମା ରୁଜୁ ହୋଇଅଛି l ମୃତକ ଦ୍ବୟଙ୍କ ପରିଚୟ ଜଣା ନ ପଡ଼ିଥିବା ଦୃଷ୍ଟିରୁ ଚି଼ହ୍ନଟ ନିମନ୍ତେ ସତ୍ୟବାଦୀ ପୁଲିସ ତରଫରୁ ଉଭୟ ମୃତକଙ୍କ ଫଟୋ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ବ୍ୟାପକ ପ୍ରସାର କରାଯିବ ବୋଲି ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ସୂଚନା ପ୍ରଦାନ କରିଛନ୍ତିl

 puri