ଭୁବନେଶ୍ବର: ଆସନ୍ତା ଶୁକ୍ରବାର (୨୦୨୫ ଜାନୁଆରି ୩୧) ଠାରୁ ସଂସଦlରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏହି ଅଧିବେଶନରେ ବିଜେଡିର ସାଂସଦମାନେ ସାଢ଼େ ୪ କୋଟି ଓଡ଼ିଆଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକାଧିକ ଦାବି କରିବେ। ବଜେଟ୍ ଅଧିବେଶନ ପୂର୍ବରୁ ଆଜି ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଜେଡି ସୁପ୍ରିମୋ ରାଜ୍ୟସଭାର ୭ ସାଂସଦଙ୍କୁ ଗୁରୁମନ୍ତ୍ରୀ ଦେଇଛନ୍ତି।
ଏହି ଖବର ପଢ଼ନ୍ତୁ: ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବି ହାସଲ ନୋହିଲା
ଆଗାମୀ ବଜେଟ୍ ଅଧିବେଶନରେ ବିଜେଡିର ସାଂସଦମାନେ ଓଡ଼ିଆଙ୍କ ସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବେ। ନବୀନ ପଟ୍ଟନାୟକଙ୍କ ଅଧ୍ଯକ୍ଷତାରେ ନବୀନ ନିବାସରେ ଅନୁଷ୍ଠିତ ଏହି ବୈଠକରେ ବିଜେଡିର ସମସ୍ତ ସାଂସଦଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି। ନବୀନଙ୍କ ପରାମର୍ଶ କ୍ରମେ ବିଜେଡି ସ୍ବତନ୍ତ୍ର ରାଜ୍ଯପାହ୍ଯା ପାଇଁ ପୁଣି ଦାବି କରିବ। ଏ ନେଇ ନିର୍ବାଚନୀ ଇସ୍ତାହାରରେ ବିଜେପି ଘୋଷଣା କରିଥିଲା। ହେଲେ ଏଯାଏଁ ସ୍ବତନ୍ତ୍ର ରାଜ୍ଯ ପାହ୍ଯା ମିଳି ନାହିଁ। ଦରଦାମ ବୃଦ୍ଧି ପ୍ରସଙ୍ଗ ମଧ୍ଯ ବିଜେଡି ଉଠାଇବ। ଡବଲ ଇଞ୍ଜିନ ସରକାରରେ ଡବଲ ହୋଇଛି ବେକାରୀ ସମସ୍ଯା।
ଏହି ଖବର ପଢ଼ନ୍ତୁ: ନିତି ଆୟୋଗ ବୈଠକ : ସ୍ବତନ୍ତ୍ର ପାହ୍ୟା ମାନଦଣ୍ଡ ବଦଳାଇବାକୁ ନବୀନଙ୍କ ଦାବି
ବିଜେଡି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ପୁଣି ଉଠାଇବ। ସ୍ବାମୀନାଥନ କମିଟି ସୁପାରିସ୍ ଲାଗୁ, ଦରଦାମ ବୃଦ୍ଧି ଭଳି କଟକ-ସମ୍ବଲପୁର ଜାତୀୟ ରାଜପଥ, କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇବୁ।
- ସସ୍ମିତ ପାତ୍ର, ରାଜ୍ୟସଭା ସାଂସଦ
ଏହି ଖବର ପଢ଼ନ୍ତୁ: ଜଙ୍ଗଲରେ ବାପାଙ୍କୁ ପ୍ରାଣାନ୍ତକ ଆକ୍ରମଣ କଲା ଭାଲୁ, ଲଢ଼େଇ କରି ବଞ୍ଚାଇଲା ପୁଅ
ସେହିପରି ବିଜେଡି ସାଂସଦମାନେ ସଂସଦରେ ଚାଷୀଙ୍କ ପ୍ରତି ଅବହେଳା ପ୍ରସଙ୍ଗ ଉଠାଇବେ। ସ୍ବାମୀନାଥନ କମିଶନ ରିପୋର୍ଟ ଲାଗୁ କରିବାକୁ ଦାବି କରିବେ। ପୋଲାଭରମ ଓ ମହାନଦୀ ପ୍ରସଙ୍ଗ ବି ଉଠାଇବେ। କୋଷ୍ଟାଲ ହାଇୱେ ଓ ଅନୁସୂଚିତ ଜନଜାତିଙ୍କୁ ତାଲିକାଭୁକ୍ତ କରିବାକୁ ଦାବି କରାଯିବ। ହୋ, ମୁଣ୍ଡାରି, ଭୂମିଜ ଓ କୁଇ ଭାଷାକୁ ସମ୍ବିଧାନରେ ଅଷ୍ଟମ ପରିଚ୍ଛେଦରେ ସାମିଲ ଲାଗି ଦଳ ଦାବି କରିବ। ମୋବାଇଲର ନେଟଓ୍ବର୍କ କନେକ୍ଟିଭିଟି ବୃଦ୍ଧି ପାଇଁ ମଧ୍ଯ ଦାବି କରିବ।
ଏହି ଖବର ପଢ଼ନ୍ତୁ: ‘ଏନ୍ପିସିଆଇଜନିତ ସମସ୍ୟା ଥିଲେ ବ୍ୟାଙ୍କ ଯାଆନ୍ତୁ ମହିଳା, ମିଳିଯିବ ସୁଭଦ୍ରା ଟଙ୍କା’