Killed by arrow Photograph: (sambad.in)
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-କଙ୍କଡାହାଡ଼ ଥାନା ପିତଳଧୁଆ ଗ୍ରାମ ଝରଣାସାହିରେ ଅନ୍ଧବିଶ୍ବାସ ଜଣେ ମହିଳାଙ୍କର ଜୀବନ ନେଇଛି। ଏଠାରେ ଗୁଣିଗାରେଡି ଓ ଡାହାଣୀ ସନ୍ଦେହରେ ସମ୍ପର୍କୀୟ ପିଉସୀଙ୍କୁ ତୀର ମାରି ପୁତୁରା ହତ୍ୟା କରିଛି। ମୃତକ ବ୍ୟକ୍ତି ହେଲେ ସେହି ଗ୍ରାମର ସୁନ୍ଧୁ ସିଙ୍କୁ (୭୦)l ହତ୍ୟାକାରୀ ପୁତୁରା ଜଣକ ଦାମୋଦର ପୂର୍ତ୍ତିl
ଏହି ଖବର ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ୨୦୨୫-୨୬ ବଜେଟ ବିକଶିତ ଭାରତ ପାଇଁ ବଜେଟ
ସୂଚନା ଅନୁସାରେ ଆଜି ସକାଳ ୧୦ଟା ସମୟରେ ସମ୍ପର୍କୀୟ ପିଉସୀ ସୁନ୍ଧୁ ନିଜ ଘରେ ଥିବାବେଳେ ପୁତୁରା ଦାମୋଦର ହଠାତ ଘରେ ପଶି ତୀର ମାରିଥିଲାl ତୀରଟି ସୁନ୍ଧୁଙ୍କ ଡାହାଣ ଛାତିରେ ବାଜିଥିବା ବେଳେ ସେ ସେଠାରେ ଟଳି ପଡ଼ିଥିଲେl ଏହା ଦେଖି ଘରେ ଥିବା ତାଙ୍କ ସ୍ୱାମୀ ଓ ଝିଅ ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲାl ପରେ ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକଙ୍କ ଠାରୁ ସୂଚନା ପାଇ କାମାକ୍ଷାନଗର ଏସଡିପିଓ ଜ୍ଞାନରଞ୍ଜନ ମିଶ୍ର ଓ କଙ୍କଡାହାଡ଼ ଥାନା ଅଧିକାରିଣୀ କଳ୍ପନା ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ହତ୍ୟା ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲେ। ହତ୍ୟାରେ ବ୍ୟବହୃତ ଧନୁ ଓ ତୀରକୁ ଜବତ କରିଥିଲେl
ଏହି ଖବର ପଢ଼ନ୍ତୁ: ଗୁଣିଗାରେଡ଼ି ଓ ଡାହାଣୀ ସନ୍ଦେହରେ ପିଉସୀଙ୍କୁ ମାରିଦେଲା ପୁତୁରା
ପିଉସୀ ସୁନ୍ଧୁ ନିଜ ଘରେ ଥିବାବେଳେ ପୁତୁରା ଦାମୋଦର ହଠାତ ଘରେ ପଶି ତୀର ମାରିଥିଲାl ତୀରଟି ସୁନ୍ଧୁଙ୍କ ଡାହାଣ ଛାତିରେ ବାଜିଥିବା ବେଳେ ସେ ସେଠାରେ ଟଳି ପଡ଼ିଥିଲେl ଏହା ଦେଖି ଘରେ ଥିବା ତାଙ୍କ ସ୍ୱାମୀ ଓ ଝିଅ ପାଟି କରିବାରୁ ଅଭିଯୁକ୍ତ ସେଠାରୁ ଖସି ଯିବାରେ ସକ୍ଷମ ହୋଇଥିଲାl
ଏହି ଖବର ପଢ଼ନ୍ତୁ: ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଏନ୍କାଉଣ୍ଟରରେ ୮ ନକ୍ସଲ ନିପାତ
ତେବେ ପୂର୍ବରୁ ସୁନ୍ଧୁ ଓ ଦାମୋଦରଙ୍କ ମଧ୍ୟରେ କୌଣସି ବଚସା କିମ୍ବା ଗଣ୍ଡଗୋଳ ହୋଇନଥିବା ବେଳେ ସୁନ୍ଧୁ ଗୁଣିଗାରେଡି କରୁଥିବା ଓ ଡାହାଣୀ ହୋଇଥିବା ନେଇ ଦାମୋଦର ସନ୍ଦେହ କରୁଥିବା ଜଣାପଡ଼ିଛିl ସେଥିପାଇଁ ସୁନ୍ଧୁଙ୍କୁ ଦାମୋଦର ହତ୍ୟା କରିଥିବା ନେଇ ସୁନ୍ଧୁଙ୍କ ଝିଅ ପ୍ରକାଶ କରିଛନ୍ତିl ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ନେବାକୁ ବ୍ୟବସ୍ଥା କରୁଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ହତ୍ୟା ଅଭିଯୁକ୍ତ ଦାମୋଦରଙ୍କୁ ଅଟକ ରଖି ଅଧିକ ପଚରାଉଚୁରା ଜାରି ରଖିଛିl
ଏହି ଖବର ପଢ଼ନ୍ତୁ: ସାଢ଼େ ୩ କୋଟି ଟଙ୍କା ଜବତ, ୮ ଡକାୟତଙ୍କୁ ବାନ୍ଧିଲା ପୁଲିସ
Follow Us