BJP Demands: ପୂର୍ବତନ ସାଂସଦଙ୍କ ନାମରେ ଏତଲା ଦେଉ ଜିଲ୍ଲା ପ୍ରଶାସନ: ବିଜେପି

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ‌କକଡିସେମଲା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୪୦ଶଯ୍ୟା ଛାତ୍ରାବାସର ଅନ୍ତେବାସୀ ଧନେଶ୍ବର ଭତ୍ରା(୧୨) ଡାଲ ସିଝା ଯାଉଥିବା ପ୍ରେସରକୁକୁର ପାଟି ମୁହଁରେ ପଡ଼ିଥିଲା।

bjp

BJP press meet in Nabarangpur. Photograph: (sambad.in)

ନବରଙ୍ଗପୁର: ‌ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକର ‌କକଡିସେମଲା ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୪୦ଶଯ୍ୟା ଛାତ୍ରାବାସର ଅନ୍ତେବାସୀ ଧନେଶ୍ବର ଭତ୍ରା(୧୨) ଡାଲି ସିଝା ଯାଉଥିବା ପ୍ରେସରକୁକର ପାଟି ମୁହଁରେ ପଡ଼ିଥିଲା। ଗୁରୁତର ଅବସ୍ଥାରେ ଧନେଶ୍ବରଙ୍କୁ ଚିକିତ୍ସା କରିବା ବଦଳରେ ୨୦ତାରିଖରୁ ସେଭଳି ଛାତ୍ରାବାସରେ ରଖାଯାଇଥିଲା। ଏହି ଖବର ଶୁଣି ସୋମବାର ସଂଧ୍ୟାରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଛାତ୍ରାବାସର ପାଚେରୀ ଡେଇଁ ଅନ୍ତେବାସୀ ଛାତ୍ର ଧନେଶ୍ବରର ରୁମକୁ ଯାଇ ତାକୁ ସେଠାରୁ ଉଦ୍ଧାର କରି ଆଣିଥିଲେ। 

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ସହ କିଛି ସମୟ ଧରି ପୂର୍ବତନସାଂସଦଙ୍କ ଯୁକ୍ତି ତର୍କ ହୋଇଥିଲା। ଡିଡବ୍ଲୁଓଙ୍କୁ ଫାଇରିଂ କରିଦେବି ବୋଲି ଦୁଇଥର ପୂର୍ବତନ ସାଂସଦ କହିଥିଲେ। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍ ହୋଇଛି। ଏହି ଘଟଣାକୁ ନେଇ ଜି‌ଲ୍ଲା ବିଜେପି ପକ୍ଷରୁ ସଭାପତି ତୀବ୍ର ନିନ୍ଦା କରିବା ସହ ଜିଲ୍ଲା ପ୍ରଶାସନ ତୁରନ୍ତ ଏଭଳି ନେତାଙ୍କ ବିରୋଧରେ ପୁଲିସରେ ଏତଲା ଦେବାକୁ ଦାବି କରିଛନ୍ତି। ଜିଲ୍ଲା ବିଜେପି ସଭାପତିଙ୍କ ନେତୃତ୍ବରେ କର୍ମକର୍ତ୍ତାମାନେ ଜିଲ୍ଲାପାଳଙ୍କୁ ଭେଟି ଏହି ଦାବି କରିବେ ବୋଲି କହିଛନ୍ତି। ଛାତ୍ରାବାସ ମଧ୍ୟକୁ ଯେ କେହି ବି ବିନା ଅନୁମତିରେ ଯିବାକୁ ମନା ବୋଲି ନିୟମ ରହିଥିବା ବେଳେ ପୂର୍ବତନ ସାଂସଦ ପାଚେରୀ ଡେଇଁ ଯିବା ଏବଂ ଛାତ୍ରାବାସରୁ ବିନା ଅନୁମତିରେ ଅନ୍ତେବାସୀଙ୍କୁ ନେଇ ଆସିବା ଘଟଣାକୁ ନେଇ ନିନ୍ଦା କରିବା ସହ ପୂର୍ବତନ ସାଂସଦଙ୍କୁ କିଏ ଅନୁମତି ଦେଲା ବୋଲି ପ୍ରଶ୍ନ କରିଛନ୍ତି।

କ’ଣ କରିଥିଲେ ପୂର୍ବତନ ସାଂସଦ?

ସୋମବାର ସଂଧ୍ୟାରେ ପୂର୍ବତନ ସାଂସଦ ଶ୍ରୀ ମାଝୀ ଅନ୍ତେବାସୀଙ୍କୁ ଛାତ୍ରାବାସରୁ ଆଣି ଜିଲ୍ଲାପାଳଙ୍କ ବାସଭବନକୁ ନେଇକି ଯାଇଥିଲେ। ସେଠାରେ କିଛି ସମୟ ଧରି ଜିଲ୍ଲାପାଳଙ୍କ ସହ ଡିଇଓ, ଡିଡବ୍ଲୁଓ  ଓଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସେ ସମୟରେ ପୂର୍ବତନ ସାଂସଦ ଡିଇଓ, ଡିଡବ୍ଲୁଓ ଘଟଣା ପାଇଁ କାହିଁକି ଦାୟୀ ହେବେ? ଜିଲ୍ଲାର ପ୍ରଶାସନିକ ମୁଖ୍ୟ ଭାବେ ଆପଣ ହିଁ ଦାୟୀ ବୋଲି ଶ୍ରୀ ମାଝୀ କହିଥିଲେ। ଏହି ପିଲାକୁ ସମ୍ପୂର୍ଣ୍ଣ ସୁସ୍ଥ କରି ପଠାନ୍ତୁ ବୋଲି ଶ୍ରୀ ମାଝୀ କହିଥିଲେ। ଜିଲ୍ଲାପାଳ ଅ‌ନ୍ତେବାସୀ ଛାତ୍ରଙ୍କୁ ଆପଣ କାହିଁକି ଆଣିଲେ ବୋଲି ପଚାରିବା ସହ ଧନେଶ୍ବରକୁ ସେ ତାଙ୍କ ନିକଟକୁ ନେବାକୁ ହାତ ଲଗାଉଥିବା ବେଳେ ପୂର୍ବତନ ସାଂସଦ ମନା କରିବା ସହ ତାଙ୍କ କଷ୍ଟଡିରେ ଧନେଶ୍ବର ରହିଛି ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: Dhankhad: ଧନଖଡ଼ଙ୍କ ବିଦାୟ ସମ୍ବର୍ଦ୍ଧନା ପ୍ରସଙ୍ଗ, ରାଜ୍ୟସଭାରେ ବିଜେପି-କଂଗ୍ରେସ ମୁହାଁମୁହିଁ

କ’ଣ କହିଥିଲେ ପୂର୍ବତନ ସାଂସଦ?

ଜିଲ୍ଲାପାଳ ଡିଡବ୍ଲୁଙ୍କୁ ଡାକିବାରେ ଡିଡବ୍ଲୁଙ୍କୁ ଦେଖି ପୂର୍ବତନ ସାଂସଦ ଉତ୍ତେଜିତ ହୋଇ ଫାଇରିଂ କରିଦେବି ବୋଲି କହିଥିଲେ। ଏହା ସହ ଭଲ ସଚ୍ଚୋଟ ଅଧିକାରୀ ବୋଲି ଭାବୁଥିଲି କିନ୍ତୁ ଦୁର୍ନିତୀଗ୍ରସ୍ତ ଅଧିକାରୀ ବୋଲି ପୂର୍ବତନ ସାଂସଦ ଶ୍ରୀ ମାଝୀ ଡିଡବ୍ଲୁଓଙ୍କ ଆଡକୁ ହାତ ଦେଖାଇ କହିଥିଲେ। ଏଭଳି ଅଧିକାରୀ ମାନେ ରହିଲେ ସ୍କୁଲ ଛାତ୍ରାବାସଗୁଡିକର ଅବସ୍ଥା ଏଭଳି ‌ହିଁ ହେବ ବୋଲି କହିଥିଲେ ଶ୍ରୀ ମାଝୀ। ଏହି ଘଟଣାକୁ ବି ନିନ୍ଦା କରିବା ସହ ଯଦି ଦୁର୍ନିତୀ ହୋଇଛି ତାହାର ତଦନ୍ତ ହେଉ ବୋଲି ଦାବି କରିଛନ୍ତି ସଭାପତି।

ଆହୁରି ପଢ଼ନ୍ତୁ: AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦ 

ରିପୋର୍ଟ: ସୁରେଶ ନାଇଡୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe