ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ସୋମବାର ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ରାଜ୍ୟସଭାର ନୂତନ ଅଧ୍ୟକ୍ଷ ଭାବେ ସ୍ୱାଗତ କରିବା ସହ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ବିଦାୟ ବିଷୟ ଉଲ୍ଲେଖ କରିଛନ୍ତି। ଧନଖଡ଼ ଗତ ଜୁଲାଇରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିଲେ। ଖଡ଼ଗେଙ୍କ ମନ୍ତବ୍ୟ ଉପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ବିଜେପି ମୁଖ୍ୟ ତଥା ମନ୍ତ୍ରୀ ଜେପି ନଡ୍ଡା ତୀବ୍ର ପ୍ରତିକ୍ରିୟା ଦେଇ ଅତୀତରେ ଧନଖଡ଼ଙ୍କ ଉପରେ ବିରୋଧୀଙ୍କ ଦ୍ୱାରା ବ୍ୟବହୃତ ‘ଅପଶବ୍ଦ’ ଓ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋକପାତ କରିଥିଲେ।
Modi: ସଂସଦରେ ନାଟକ ନୁହେଁ, କାର୍ଯ୍ୟ ହେବା ଦରକାର: ମୋଦୀ
ରାଜ୍ୟସଭାରେ ବିରୋଧୀ ଦଳ ନେତା ଖଡ଼ଗେ ରାଧାକ୍ରିଷ୍ଣନଙ୍କୁ ନୂତନ ଅଧ୍ୟକ୍ଷ ଭାବରେ ସ୍ୱାଗତ କରିବା ଅବସରରେ କହିଥିଲେ ଯେ, ଧନଖଡ଼ଙ୍କ ପାଇଁ ଏକ ବଡ଼ ବିଦାୟ ସମାରୋହ ଆୟୋଜନ କରିବାର ସୁଯୋଗ ଗୃହ ପାଇନାହିଁ। ଗୃହ ତାଙ୍କୁ ବିଦାୟ ଦେବାର ସୁଯୋଗ ପାଇ ନ ଥିବାରୁ ମୁଁ ନିରାଶ ହୋଇଥିଲି। ସେ ଯାହା ହେଉନା କାହିଁକି, ସମସ୍ତ ବିରୋଧୀଙ୍କ ତରଫରୁ ତାଙ୍କ ସୁସ୍ଥ ଜୀବନ କାମନା କରୁଛି ବୋଲି କଂଗ୍ରେସ ଅଧ୍ୟକ୍ଷ କହିଛନ୍ତି। କଂଗ୍ରେସ ସମେତ ବିରୋଧୀ ଦଳ ଅଭିଯୋଗ କରିଛନ୍ତି ଯେ, ଧନଖଡ଼ଙ୍କ ଇସ୍ତଫା ପଛରେ ତାଙ୍କ ଦ୍ୱାରା ଦର୍ଶାଯାଇଥିବା ସ୍ୱାସ୍ଥ୍ୟଗତ କାରଣ ଅପେକ୍ଷା ଅଧିକ ଗଭୀର କାରଣ ରହିଛି।
Government: ଜିପିଏସ୍ ସ୍ପୁଫିଙ୍ଗ୍ ମାମଲା ମାନିଲେ ସରକାର
ବିଜେପି ନେତା ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀକିରଣ ରିଜିଜୁ ଖଡ଼ଗେଙ୍କ ଦ୍ବାରା ଧନଖଡ଼ଙ୍କ ଇସ୍ତଫା ପ୍ରସଙ୍ଗ ଉଠାଇବାର ଆବଶ୍ୟକତା ଉପରେ ପ୍ରଶ୍ନ କରିଛନ୍ତି। ଅତୀତରେ ବିରୋଧୀମାନେ ଧନଖଡ଼ଙ୍କ ଉପରେ ଅନେକ ଅପଶବ୍ଦ ବ୍ୟବହାର କରିଥିବାରୁ ଓ ତାଙ୍କ ବିରୋଧରେ ଦୁଇଟି ଅନାସ୍ଥା ପ୍ରସ୍ତାବ ଆଣିଥିବାରୁ ଏହାର ସମାଲୋଚନା କରିଥିଲେ। ତାଙ୍କ ଅଭିଭାଷଣରେ ଖଡ଼ଗେ ରାଧାକ୍ରିଷ୍ଣନଙ୍କୁ କଂଗ୍ରେସ ସହିତ ତାଙ୍କର ଅତୀତର ସମ୍ପର୍କ ବିଷୟରେ ମନେ ପକାଇ ଦେଇଥିଲେ ଏବଂ ତାଙ୍କୁ ନିରପେକ୍ଷ ରହିବାକୁ ଅନୁରୋଧ କରିଥିଲେ। ବିଜେପି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ଧନଖଡ଼ଙ୍କ ଇସ୍ତଫା ଉପରେ ଖଡ଼ଗେଙ୍କ ମନ୍ତବ୍ୟକୁ ସମାଲୋଚନା କରି କହିଛନ୍ତି ଯେ ବିହାର, ହରିୟାଣା ଓ ମହାରାଷ୍ଟ୍ରରେ ନିର୍ବାଚନରେ ପରାଜୟ ହେତୁ ସେ ନିଜ ମନର ଯନ୍ତ୍ରଣା ଜଣେ ଡାକ୍ତରଙ୍କ ନିକଟରେ ପ୍ରକାଶ କରିବା ଉଚିତ। ଆଜି ଯେଉଁମାନେ ଧନଖଡ଼ଙ୍କ ପାଇଁ ଖେଦ ପ୍ରକାଶ କରୁଛନ୍ତି, ସେମାନେ ତାଙ୍କ ବିରୋଧରେ ଥରେ ନୁହେଁ ଦୁଇଥର ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବୋଲି ନଡ୍ଡା କହିଥିଲେ। ସଂସଦର ଶୀତକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି। ଭୋଟର ତାଲିକାର ସ୍ୱତନ୍ତ୍ର ଇଣ୍ଟେନସିଭ୍ ରିଭିଜନ (ଏସ୍ଆଇଆର୍), ଅନେକ ବୁଥ୍ସ୍ତରୀୟ ଅଧିକାରୀ (ବିଏଲ୍ଓ)ଙ୍କ ଆତ୍ମହତ୍ୟା ଏବଂ ଜାତୀୟ ସୁରକ୍ଷା ଚିନ୍ତା ଉପରେ ବିରୋଧୀ ଦଳଗୁଡ଼ିକ ଆରମ୍ଭରୁ ଆଲୋଚନା ଦାବି କରିଛନ୍ତି।
ସଂସଦ ପରିସରକୁ କୁକୁର ଆଣିଲେ ରେଣୁକା ଚୌଧୁରୀ
ସୋମବାର ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ତାଙ୍କ କୁକୁରକୁ ନେଇ ସଂସଦ ପରିସରକୁ ଆସିଥିଲେ। ଏହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ବିଜେପି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି। ସଂସଦର କଡ଼ା ସୁରକ୍ଷା ବଳୟ ଭିତରକୁ ନିଜର କୁକୁରକୁ ନେଇକି ଆସିବାକୁ ନେଇ ବିତର୍କ ସୃଷ୍ଟି ହେବା ପରେ ରେଣୁକା କହିଥିଲେ, କୁକୁରଟି ଖୁବ୍ ଛୋଟ ଓ ଏହା କାହାକୁ କାମୁଡ଼ିବ ନାହିଁ। କାମୁଡ଼ିବା ଲୋକ ତ ସଂସଦ ଭିତରେ ଅଛନ୍ତି।
ବିଜେପି ସାଂସଦଜଗଦମ୍ବିକା ପାଲ ଏହି ଘଟଣାକୁ ନିନ୍ଦା କରିବା ସହିତ କହିଛନ୍ତି ଯେ, ଚୌଧୁରୀ ସାଂସଦମାନଙ୍କୁ ଦିଆଯାଇଥିବା ସୁବିଧାର ଅପବ୍ୟବହାର କରିଛନ୍ତି ଏବଂ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆହ୍ୱାନ କରିଛନ୍ତି। ଗୃହରେ ଦେଶର ନୀତି ସମ୍ପର୍କରେ ଆଲୋଚନା ହୋଇଥାଏ। ସେଠାକୁ ନିଜ କୁକୁର ଆଣିବା ଏବଂ ଦାୟିତ୍ବହୀନ ମନ୍ତବ୍ୟ ଦେଇ ସେ ଦେଶକୁ ଲଜ୍ଜିତ କରୁଛନ୍ତି ବୋଲି କହିଛନ୍ତି।
/filters:format(webp)/sambad/media/media_files/2025/12/02/untitled-7-2025-12-02-07-19-37.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/02/untitled-6-2025-12-02-07-18-41.jpg)