ଭୁବନେଶ୍ବର: ରାଜ୍ୟ ସରକାର ୨୦୨୬ ଜାନୁଆରି ସୁଦ୍ଧା ଖୋଲା ବଜାରରୁ ୧୧ ହଜାର କୋଟି ଟଙ୍କାର ଋଣ ଆଣିଛନ୍ତି। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି। ଏହା ୨୦୨୪-୨୫ ଆର୍ଥିକ ବର୍ଷରେ ଅଣାଯାଇଥିବା ୨୦,୭୮୦ କୋଟି ଟଙ୍କା ଋଣଠାର ତାହା କମ୍ ରହିଛି। ୨୦୨୬ ଜାନୁଆରି ସୁଦ୍ଧା ରାଜ୍ୟ ସରକାର ନାବାର୍ଡରୁ ୧୦୭୫.୫୯ କୋଟି ଟଙ୍କା, ଭାରତ ସରକାରଙ୍କଠାରୁ ୩୩୫୨.୩୫ କୋଟି ଟଙ୍କା, ଗ୍ରାମ୍ୟ ବିଦ୍ୟୁତ୍କରଣ ନିଗମ ଓ ଅନ୍ୟାନ୍ୟ ସୂତ୍ରରୁ ୫୨୦୦ କୋଟି ଟଙ୍କା ଋଣ ଆଣିଥିଲେ। ମୋଟ୍ ଉପରେ ଋଣ ପରିମାଣ ୧୮,୧୮୩.୫୬ କୋଟି ଟଙ୍କା ରହିଛି।
/filters:format(webp)/sambad/media/media_files/2026/02/24/fshfshhfxvbbv-2026-02-24-00-29-05.jpg)
୨୦୨୪-୨୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ନାବାର୍ଡରୁ ୪୨୬୫.୮୬ କୋଟି ଟଙ୍କା, ଭାରତ ସରକାରଙ୍କଠାରୁ ୭୭୩୬.୫୯ କୋଟି ଟଙ୍କା ଓ ଗ୍ରାମ୍ୟ ବିଦ୍ୟୁତ୍କରଣ ନିଗମ ଓ ଅନ୍ୟାନ୍ୟ ସୂତ୍ରରୁ ୯୯୫୦ କୋଟି ଟଙ୍କା ଋଣ ଆଣିଥିଲେ। ଏହି ଆର୍ଥିକ ବର୍ଷରେ ସରକାର ମୋଟ୍ ୪୧,୭୫୦ କୋଟି ଟଙ୍କାର ଋଣ ଆଣିଥିଲେ। ଅଣାଯାଇଥିବା ଋଣକୁ ସମ୍ପୂର୍ଣ୍ଣ ରୂପେ ଭିତ୍ତିଭୂମି ଓ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହାର କରାଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/03/18/XPrzQvOj2WRfKcgaDVHO.jpg)