1.55 lakh crore withdrawn: ବିଦେଶୀ ନେଇଗଲେ ୧୧,୮୨୦ କୋଟି: ୨୦୨୫ରେ ପ୍ରତ୍ୟାହାର କଲେ ୧.୫୫ ଲକ୍ଷ କୋଟି

Advertisment

ଭାରତୀୟ ପୁଞ୍ଜି ବଜାରରୁ ବିଦେଶୀ ନିବେଶକଙ୍କ ପାଣ୍ଠି ପ୍ରତ୍ୟାହାର ଜାରି ରହିଛି। ଡିସେମ୍ବରର ପ୍ରଥମ ସପ୍ତାହରେ ସେମାନେ ରେକର୍ଡ ୧୧,୮୨୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଏହାକୁ ମିଶାଇ ୨୦୨୫ରେ ଏପର୍ଯ୍ୟନ୍ତ ସେମାନେ ୧.୫୫ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

ଭାରତୀୟ ପୁଞ୍ଜି ବଜାରରୁ ବିଦେଶୀ ନିବେଶକଙ୍କ ପାଣ୍ଠି ପ୍ରତ୍ୟାହାର ଜାରି ରହିଛି। ଡିସେମ୍ବରର ପ୍ରଥମ ସପ୍ତାହରେ ସେମାନେ ରେକର୍ଡ ୧୧,୮୨୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଏହାକୁ ମିଶାଇ ୨୦୨୫ରେ ଏପର୍ଯ୍ୟନ୍ତ ସେମାନେ ୧.୫୫ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

sensex66

ମୁମ୍ବାଇ: ଭାରତୀୟ ପୁଞ୍ଜି ବଜାରରୁ ବିଦେଶୀ ନିବେଶକଙ୍କ ପାଣ୍ଠି ପ୍ରତ୍ୟାହାର ଜାରି ରହିଛି। ଡିସେମ୍ବରର ପ୍ରଥମ ସପ୍ତାହରେ ସେମାନେ ରେକର୍ଡ ୧୧,୮୨୦ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଏହାକୁ ମିଶାଇ ୨୦୨୫ରେ ଏପର୍ଯ୍ୟନ୍ତ ସେମାନେ ୧.୫୫ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବାର ଏହାକୁ ଅନ୍ୟତମ କାରଣ କୁହାଯାଉଛି। ଗତ ଜୁଲାଇଠାରୁ ବୈଦେଶିକ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ଙ୍କ ପାଣ୍ଠି ପ୍ରତ୍ୟାହାର ଜାରି ରହିଥିଲା। ସେମାନେ ଜୁଲାଇରେ ୧୭,୭୦୦ କୋଟି ଟଙ୍କା, ଅଗଷ୍ଟରେ ୩୪,୯୯୦ କୋଟି ଟଙ୍କା ଓ ସେପ୍ଟେମ୍ବରରେ ୨୩,୮୮୫ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ଅକ୍ଟୋବରରେ କିନ୍ତୁ ସେମାନେ ୧୪,୬୧୦ କୋଟି ଟଙ୍କାର ସେୟାର କିଣିଥିଲେ। ନଭେମ୍ବର ମାସଟି ଏକ ମିଶ୍ରିତ ମାସ ଥିଲା। ଉଭୟ କିଣାବିକା ଲାଗି ରହିବା ପରେ ମାସ ଶେଷ ବେଳକୁ ସେହି ମାସରେ ସେମାନେ ୩୭୬୫ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। 

Jajpur: ରିସା ମାଙ୍କିଡ଼ିଆଙ୍କ ମୃତ୍ୟୁ ନେଇ ପ୍ରଶାସନିକ ତତ୍ପରତା: ସ୍ଥିତି ପରଖିଲେ ପ୍ରମୁଖ ସଚିବ

ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଥିବାରୁ ବିଦେଶୀ ନିବେଶକମାନଙ୍କ ପାଇଁ ଭାରତୀୟ ବଜାର ଚମକ ହରାଇବାରେ ଲାଗିଛି। କାରଣ ‌ସେମାନଙ୍କୁ ମିଳୁଥିବା ରିଟର୍ଣ୍ଣ ବିନିମୟ ବଜାରରେ ପୂର୍ବଭଳି ଆକର୍ଷଣୀୟ ରହୁନାହିଁ। ଅନ୍ୟପକ୍ଷରେ ଡିସେମ୍ବର ମାସରେ ସାଧାରଣତଃ ବିଦେଶୀ ନିବେଶକମାନେ ନିଜ ପୋର୍ଟଫୋଲିଓରେ ପରିବର୍ତ୍ତନ କରିଥାନ୍ତି। ସେଥିପାଇଁ ଏହି ମାସରେ ସେମାନେ ବିପୁଳ ପରିମାଣର ସେୟାର ବିକ୍ରି କରନ୍ତି। ଭାରତ-ଆମେରିକା ବାଣିଜ୍ୟ ରାଜିନାମା ବିଳମ୍ବ ହେବା ମଧ୍ୟ ବିଦେଶୀ ନିବେଶକଙ୍କ ପାଣ୍ଠି ପ୍ରତ୍ୟାହାରର ଅନ୍ୟତମ କାରଣ କୁହାଯାଉଛି। ଭାରତ ବଜାର ପାଇଁ ଏକ ଭଲ ଦିଗ ହେଉଛି ଘରୋଇ ସଂସ୍ଥାଗତ ନିବେଶକ (ଡିଆଇଆଇ)ଙ୍କ ଦ୍ବାରା ନିବେଶ ଜାରି ରହିଛି। ‌ଡିସେମ୍ବରର ପ୍ରଥମ ସପ୍ତାହରେ ସେମାନେ ୧୯,୭୮୩ କୋଟି ଟଙ୍କା ନିବେଶ ରିଛନ୍ତି ଯାହା ବିଦେଶୀ ନିବେଶକଙ୍କ ପାଣ୍ଠି ପ୍ରତ୍ୟାହାରକୁ ଅନେକାଂଶରେ ମୁକାବିଲା କରିବାରେ ସକ୍ଷମ ହୋଇଛି। ଯଦି ଆଗାମୀ ଦିନରେ ବିଦେଶୀ ନିବେଶକମାନେ ଏହିଭଳି ପାଣ୍ଠି ପ୍ରତ୍ୟାହାର କରିବେ ତେବେ ଟଙ୍କା ଉପରେ ଚାପ ଆହୁରି ବଢ଼ିବା ଆଶଙ୍କା କରାଯାଉଛି। 

Education: ଶିକ୍ଷା ସଂସ୍କାରର ଗୁରୁତ୍ୱପୂର୍ଣ୍ଣ ଆଧାର: କେନ୍ଦ୍ରମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe