ମନରେଗା ଭାଗରେ ୩୦ହଜାର କୋଟି: ଭିବି-ଜି ରାମ ଜିକୁ ୯୫୦୦୦ କୋଟି

Advertisment

ଉପା ସରକାର ଅମଳରେ ଘୋଷଣା କରାଯାଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବଦଳରେ ମୋଦୀ ସରକାର ଆଣିଥିବା ନୂଆ ଭିବି-ଜି ରାମ ଜି ଯୋଜନାକୁ ବଜେଟ୍‌ରେ ୯୫,୬୯୨ ହଜାର କୋଟି ଟଙ୍କା ଦିଆଯାଇଛି।

ଉପା ସରକାର ଅମଳରେ ଘୋଷଣା କରାଯାଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବଦଳରେ ମୋଦୀ ସରକାର ଆଣିଥିବା ନୂଆ ଭିବି-ଜି ରାମ ଜି ଯୋଜନାକୁ ବଜେଟ୍‌ରେ ୯୫,୬୯୨ ହଜାର କୋଟି ଟଙ୍କା ଦିଆଯାଇଛି।

dgjgjdjgcnnbbn

ଉପା ସରକାର ଅମଳରେ ଘୋଷଣା କରାଯାଇଥିବା ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବଦଳରେ ମୋଦୀ ସରକାର ଆଣିଥିବା ନୂଆ ଭିବି-ଜି ରାମ ଜି ଯୋଜନାକୁ ବଜେଟ୍‌ରେ ୯୫,୬୯୨ ହଜାର କୋଟି ଟଙ୍କା ଦିଆଯାଇଛି। ମନରେଗା ପାଇଁ ୩୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଭିବି-ଜି ରାମ ଜି ଯୋଜନା କାର୍ଯ୍ୟକାରୀ ହେବା ପର୍ଯ୍ୟନ୍ତ ମନରେଗା ଜାରି ରହିବ। ସେଥିପାଇଁ ଏହି ବ୍ୟୟବରାଦ କରାଯାଇଛି। ବଜେଟ୍‌ରେ ଗ୍ରାମୀଣ ବିକାଶ ବିଭାଗ ପାଇଁ ୧,୯୪,୩୬୮.୮୧ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

Editorial: ଆଉ ୮୫ ସେକଣ୍ଡ!

ପୂର୍ବ ଆର୍ଥିକ ବର୍ଷରେ ୧,୮୬,୯୯୫ ‌କୋଟି ଟଙ୍କା ଦିଆଯାଇଥିଲା। ଜମି ସମ୍ବଳ ବିଭାଗକୁ ୨୬୫୪.୩୩ କୋଟି ଟଙ୍କା ଦିଆଯାଇଛି। ୨୦୨୫-୨୬ରେ ମନରେଗାକୁ ପ୍ରଥମେ ୮୬ହଜାର କୋଟି ଟଙ୍କା ଦିଆଯାଇଥିଲା ଓ ପରେ ତାହାକୁ ୮୮ହଜାର କୋଟି ଟଙ୍କାକୁ ବୃଦ୍ଧିି କରାଯାଇଥିଲା। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୧୯ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଦୀନଦୟାଲ ଅ‌ନ୍ତ୍ୟୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିସନ୍‌ ପାଇଁ ୧୯,୨୦୦ କୋଟି ଟଙ୍କା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପାଇଁ ୫୪,୯୧୬.୭୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

Horoscope 2026 February 2: ଜାଣନ୍ତୁ ଆଜିର ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe