33 IT companies: ୧୬ ମାସରେ ୩୩ ଆଇଟି କମ୍ପାନି: ୮୫୦୦ କୋଟିର ସଫ୍ଟୱେର ରପ୍ତାନି

ରାଜ୍ୟରେ ଗତ ୧୬ ମାସରେ ୩୩ଟି ନୂଆ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ସେମାନଙ୍କ ୟୁନିଟ୍‌ ସ୍ଥାପନ କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବିଧାନସଭାରେ ଏହି ସୂଚନା ଦେଇଛନ୍ତି।

it company

Photograph: (The Crazy Programmer)

ଭୁବନେଶ୍ବର: ରାଜ୍ୟରେ ଗତ ୧୬ ମାସରେ ୩୩ଟି ନୂଆ ସୂଚନା ପ୍ରଯୁକ୍ତି (ଆଇଟି) କମ୍ପାନି ସେମାନଙ୍କ ୟୁନିଟ୍‌ ସ୍ଥାପନ କରିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବିଧାନସଭାରେ ଏହି ସୂଚନା ଦେଇଛନ୍ତି। ସେ ଦେଇଥିବା ତଥ୍ୟ ଅନୁସାରେ ଏହି ୩୩ଟି କମ୍ପାନିରେ ୨୫୨୮ ଜଣଙ୍କୁ ନିଯୁକ୍ତି ମିଳିଛି। ସେଥିରୁ ୧୭୩୦ ଜଣ ପୁରୁଷ ହୋଇଥିବା ବେଳେ ୭୯୮ ଜଣ ହେଉଛନ୍ତି ମହିଳା। ଗତ ୧୬ ମାସରେ ଓଡ଼ିଶା ଆସିଥିବା କମ୍ପାନିଗୁଡ଼ିକ ହେଉଛି ଇନ୍‌ଜେନି ଇନ୍‌ଫୋସିଷ୍ଟମ୍‌ସ, କୋସେଣ୍ଟ, କ୍ଲାଉଡ୍‌ଟ୍ରି ଏଆଇ ଇଣ୍ଡିଆ, ପ୍ରୋସେସ୍‌ଏମ୍‌ଏପି ଇଣ୍ଡିଆ, ନେତାନ୍ତ୍ର ଟେକ୍ନୋଲୋଜିସ୍, ବାହାନିକ୍ସ ଟେକ୍ନୋଲୋଜିସ୍, ଡାଏଟାରି ବିଜନେସ୍ ଇଣ୍ଟେଲିଜେନ୍ସ, ଆଡ୍‌ସଫ୍ଟ ଟେ‌କ୍ନୋଲୋଜିସ୍, ଆଇ-ମ୍ୟାକ୍ସ ସର୍ଭିସେସ୍‌, ସ୍ମାର୍ଟଆଇମେଟ୍ ଟେକ୍ ସଲ୍ୟୁସନ୍ସ, ମାର୍କ୍ୟୁସେମି ଇଣ୍ଡିଆ, ଅରାସ୍ୟୁର୍‌ ଓ ଡିଜିଏସ୍‌ ଟେକ୍ନିକାଲ୍ ସର୍ଭିସେସ୍‌। ଏହି ଅବସରରେ ମନ୍ତ୍ରୀ ଡ. ମହାଲିଙ୍ଗ ଅବଗତ କରିଛନ୍ତି ଯେ ରାଜ୍ୟରେ ୩୫୦ରୁ ଅଧିକ ଆଇଟି କମ୍ପାନିରେ ୩୫ ହଜାରରୁ ଅଧିକ ଯୁବକଯୁବତୀ କାର୍ଯ୍ୟ କରୁଛନ୍ତି।

Winter Session: ବିଧାନସଭାରେ ଉଠିଲା ସେବାଶ୍ରମ ଅନ୍ତେବାସୀଙ୍କ ସୁରକ୍ଷା ପ୍ରସଙ୍ଗ

ସଫ୍ଟୱେର ରପ୍ତାନି ସମ୍ପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଡ. ମହାଲିଙ୍ଗ ଜଣାଇଛନ୍ତି ଯେ ରାଜ୍ୟରେ ୨୦୧୬-୧୭ରେ ୩୪୦୦ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଥିଲା। ତା’ପରଠାରୁ ଲଗାତାର ଭାବେ ସେଥିରେ ବୃଦ୍ଧି ହେଉଛି। ଗତ ପାଞ୍ଚଟି ଆର୍ଥିକ ବର୍ଷରେ ୨୦୨୦-୨୧ରେ ୫୦୦୦ କୋଟି ଟଙ୍କା, ୨୦୨୧-୨୨ରେ ୫୫୦୦ କୋଟି ଟଙ୍କା, ୨୦୨୨-୨୩ରେ ୬୧୦୪ କୋଟି ଟଙ୍କା, ୨୦୨୩-୨୪ରେ ୭୪୦୦ କୋଟି ଟଙ୍କା ଓ ୨୦୨୪-୨୫ରେ ୮୫୦୦ କୋଟି ଟଙ୍କାର ସଫ୍ଟୱେର ରପ୍ତାନି ହୋଇଛି। ସଫ୍ଟୱେର ରପ୍ତାନିରେ ଦେଶର ଶ୍ରେଷ୍ଠ ୧୦ଟି ରାଜ୍ୟ ଭିତରେ ଓଡ଼ିଶା ସ୍ଥାନ ପାଇଥିବା ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି।
ପ୍ରକଳ୍ପ ନିରୀକ୍ଷଣ ପ୍ଲାଟ୍‌ଫର୍ମ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ୧୨ ଲକ୍ଷ ୩୨ ହଜାର ୧୨୮ କୋଟି ଟଙ୍କାରେ କାର୍ଯକାରୀ ହେଉଥିବା ୧୦୭ଟି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଅଗ୍ରଗତିକୁ ନିରୀକ୍ଷଣ କରାଯାଉଛି। ବିଭିନ୍ନ ବିଭାଗୀୟ ଅନୁମୋଦନ ପାଇଁ ୬୨ଟି ପ୍ରକଳ୍ପରେ ବିଭିନ୍ନ ସମସ୍ୟା ରହିଛି। ମୁଖ୍ୟ ସଚିବ ଅଗ୍ରଗତିର ନିୟମିତ ସମୀକ୍ଷା କରୁଛନ୍ତି। ସଚିବ ଓ ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯାଉଥିବା ସେ କହିଛନ୍ତି।

Sanchar Sathi APP: ନୂଆ ସ୍ମାର୍ଟଫୋନରେ ସଞ୍ଚାରସାଥୀ ଆପ୍ ରହିବ, ସରକାରଙ୍କ ନିର୍ଦ୍ଦେଶ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe