ନବରଙ୍ଗପୁର: ଗତ୨୮ତାରିଖ ରାତିରେ କୋଷାଗୁମୁଡା ବ୍ଲକର କେ.ସେମଳା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ଧନେଶ୍ବର ଭତ୍ରା ୯ଦିନ ଧରି ଚିକିତ୍ସା ପାଇନଥିବା ଖବର ଶୁଣି ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଛାତ୍ରାବାସର ପାଚେରୀ ଡେଇଁ ଅନ୍ତେବାସୀ ଛାତ୍ର ଧନେଶ୍ବରର ରୁମକୁ ଯାଇ ତାକୁ ସେଠାରୁ ଉଦ୍ଦାର କରି ଆଣିଥିଲେ। ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଯାଇ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ସହ କିଛି ସମୟ ଧରି ପୂର୍ବତନସାଂସଦଙ୍କ ଯୁକ୍ତି ତର୍କ ହୋଇଥିଲା।

Advertisment

ଡିଡବ୍ଲୁଓଙ୍କୁ ଫାଇରିଂ କରିଦେବି ବୋଲି ଦୁଇଥର ପୂର୍ବତନ ସାଂସଦ କହିଥିଲେ। ଏହି ଭିଡିଓ ଏବେ ସାମାଜିକ ଗଣମାଧ୍ୟମ‌ରେ ଭାଇରାଲ୍ ହୋଇଥିଲା।  ଏ ନେଇ ସମ୍ବାଦରେ ବି ଏକ ରିପୋର୍ଟ ‘‘ପ୍ରେସର କୁକୁର ଫାଟି ଛାତ୍ର ଗୁରୁତର ଘଟଣା, ଆକ୍ସନ ମୋଡରେ  ପ୍ରଶାସନ , ଛାନଭିନ୍ ଜାରୀ ’’ ରିପୋର୍ଟ ପ୍ରକାଶ ପାଇଥିଲା।

ଆହୁରି ପଢ଼ନ୍ତୁ:Bhadrak chessboard of politics: ଭଦ୍ରକ ରାଜନୀତିର ପଶାପାଲି: ବିଜେଡିକୁ ଫଟାଇବା ପାଇଁ ପ୍ରଫୁଲଙ୍କ ଘରେ ଗୁପ୍ତ ମନ୍ତ୍ରଣା

ଏହି ଖବରକୁ ନେଇ ବିଧାନସଭାରେ ଶୁନ୍ୟକାଳରେ ଦଶପଲ୍ଲା ବିଧାୟକ ରମେଶ ବେହେରା, ବିଧାୟକ ଗୌତମ ବୁଦ୍ଧଦାସ, ଧ୍ରୁବ ସାହୁ, ପ୍ରଦୀପ ସାହୁ ପ୍ରମୁଖ ବିଜେଡି ବିଧାୟକ ମାନେ ଛାତ୍ରାବାସରେ ଅନ୍ତେବାସୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଫାଟିଲା ପ୍ରେସର କୁକୁର

କିଏ ଏଥି ପାଇଁ ଦାୟୀ, ଜଣେ ଆଦିବାସୀ ଛାତ୍ରର ଏଭଳି ଅବସ୍ଥା ପାଇଁ କିଏ ଦାୟୀ, ପ୍ରେସର କୁକୁର ଫାଟିବା ନେଇ ପ୍ରଧାନଶିକ୍ଷକ ଆଦି କିଭଳି ଚୁପ୍ ରହିଲେ, ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ବୋଲି ସେମାନେ କହିଥିଲେ। କାହିଁକି  ଜଣେ ପୂର୍ବତନ ସାଂସଦ ରାତି ଅଧରେ ହୋଷ୍ଟେଲ ପାଚେରୀ ଡେଇଁ ଅନ୍ତେବାସୀ ଛାତ୍ରଙ୍କୁ ବିନା ଅନୁମତିରେ କ୍ୟାମ୍ପସ ବାହାରକୁ ଆଣିଲେ ବୋଲି କହିଥିଲେନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ।

କର୍ତ୍ତୃପକ୍ଷଙ୍କୁ ପାୟରିଂ କରିଦେବାରେ ଧମକ ଦେବା କେତେ ଦୂର ଠିକ୍। ଛାତ୍ରର ଅବସ୍ଥା ପାଇଁ ସେ ଦୁଃଖ ପ୍ରକାଶ କରୁଛନ୍ତି ବୋଲି କହିଥିଲେ ନବରଙ୍ଗପୁର ବିଧାୟକ। ସେଥିପାଇଁ ସରକାର ସଚେତନ ରହିଛନ୍ତି। ପ୍ରସଙ୍ଗ ନଥିବା ବେଳେ ଏଭଳି ଘଟଣାକୁ ପ୍ରସଙ୍ଗ କରିବା ଠିକ୍ ନୁହେଁ ବୋଲି ବିଧାୟକ ଶ୍ରୀ ମାଝୀ କହିଥିଲେ।  

ଛାତ୍ରକୁ ସେଭଳି ରଖିବା ଘଟଣାକୁ ସବୁ ମହଲରେ ଯଦିଓ ନିନ୍ଦା କରାଯାଉଛି। ତେବେ ଛାତ୍ରାବାସ ମଧ୍ୟକୁ ଯେ କେହି ବି ବିନାଅନୁମତିରେ ଯିବାକୁ ମନା ବୋଲି ନିୟମ ରହିଥିବା ବେଳେ ପୂର୍ବତନ ସାଂସଦ ପାଚେରୀ ଡେଇଁ ଯିବା ଏବଂ ଛାତ୍ରାବାସରୁ ବିନା ଅନୁମତିରେ ଅନ୍ତେବାସୀଙ୍କୁ ନେଇ ଆସିବା ଘଟଣାକୁ ପ୍ରଶାସନ ଅଧିକା ଗୁରୁତର ସହ ନେଇଛି।

 ଡିଏଚଏଚର ଆଇସିୟୁରେ ଚିକିତ୍ସାଧୀନ ଧନେଶ୍ବର ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି କହିଛନ୍ତି  ଡିଏମଓ ଡ.ସୁକାନ୍ତ ଶତପଥୀ।

ଧନେଶ୍ବର ତାଙ୍‌କ ମା’ଙ୍କ ସହ ଘରକୁ ଫେରିଛନ୍ତି। । ଅପରପକ୍ଷରେ ଗତ କାଲି ନିଜେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ , ଜିଲ୍ଲା ଶିକ୍ଷାଅଧିକାରୀ ଛତ୍ରପତି ସାହୁ, ଜିଲ୍ଲାମଙ୍ଗଳ ଅଧିକାରୀ ପାଲକା ରବିନ୍ଦ୍ର, ପିଏଆଇଟିଡିଏ ରାଜୀବ ଲୋଚନ ସାହୁଙ୍କୁ ନେଇ ଜବାଗୁଡା ପ୍ରାଥମିକ ବିଦ୍ୟାଳୟ ସହ ଆଉ କିଛି ଛାତ୍ରାବାସ, ବିଦ୍ୟାଳୟ ଆଦି ବୁଲି ତଦାରଖ କରିଥିଲେ।

ଆହୁରି ପଢ଼ନ୍ତୁ:USA-Venezuela Tension: ଦେଶ ଛାଡ଼ି ପଳା, ନଚେତ୍ : ଭେନିଜୁଏଲା ରାଷ୍ଟ୍ରପତିଙ୍କୁ ଫୋନରେ ଧମକାଇଲେ ଟ୍ରମ୍ପ

ଆଜି ଜିଲ୍ଲାର ସବୁ ବ୍ଲକର ବିଇଓ, ଏବିଇଓ, ବ୍ଲକ ମଙ୍ଗଳ ଅଧିକାରୀ ମାନେ ସବୁ ସ୍କୁଲ, ଛାତ୍ରାବାସ ଆଦିକୁ ବୁଲି ତଦାରଖ କରୁଛନ୍ତି। ସେଭଳି ଘଟଣାର ପୁନାରାବୃତ୍ତି ଯେଭଳି ନ ‌ହୁଏ ସେ ଦିଗରେ ଯତ୍ନବାନ ହେବାକୁ  ଜିଲ୍ଲାପାଳ ଉଭୟ ବିଭାଗର ଅଧିକାରୀ ଓ ଶିକ୍ଷକ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

ରିପୋର୍ଟ: ସୁରେଶ ନାଇଡୁ