AI for farmers: ଚାଷୀଙ୍କ ପାଇଁ ଏଆଇ: ଆୟ ବଢ଼ାଇବ ମତ୍ସ୍ୟଚାଷ, ନଡ଼ିଆ, କାଜୁ, କୋକୋ, କୃଷି କ୍ଷେତ୍ରକୁ ୧,୬୨,୭୬୧ କୋଟି ଟଙ୍କା

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବଜେଟ୍‌ରେ କୃଷି କ୍ଷେତ୍ର ପାଇଁ ୧,୬୨,୬୭୧ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି। ଏହା ୨୦୨୪-୨୫ରେ ଦିଆଯାଇଥିବା ୧,୫୧,୮୫୩ କୋଟି ଟଙ୍କା ତୁଳନାରେ ୭ ପ୍ରତିଶତ ଅଧିକ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବଜେଟ୍‌ରେ କୃଷି କ୍ଷେତ୍ର ପାଇଁ ୧,୬୨,୬୭୧ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି। ଏହା ୨୦୨୪-୨୫ରେ ଦିଆଯାଇଥିବା ୧,୫୧,୮୫୩ କୋଟି ଟଙ୍କା ତୁଳନାରେ ୭ ପ୍ରତିଶତ ଅଧିକ।

farming

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ବଜେଟ୍‌ରେ କୃଷି କ୍ଷେତ୍ର ପାଇଁ ୧,୬୨,୬୭୧ କୋଟି ଟଙ୍କାର ବ୍ୟୟବରାଦ ଘୋଷଣା କରିଛନ୍ତି। ଏହା ୨୦୨୪-୨୫ରେ ଦିଆଯାଇଥିବା ୧,୫୧,୮୫୩ କୋଟି ଟଙ୍କା ତୁଳନାରେ ୭ ପ୍ରତିଶତ ଅଧିକ। ଏଥର ବଜେଟ୍‌ରେ କୃଷକ କଲ୍ୟାଣ, ଖାଦ୍ୟ ସୁରକ୍ଷା ଓ ଗ୍ରାମୀଣ ଜୀବନଜୀବିକାରେ ଉନ୍ନତି ଆଣିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଚାଷୀମାନଙ୍କ ଆୟ ବଢ଼ାଇବା ଲାଗି ବଜେଟ୍‌ରେ ବିଭିନ୍ନ ପଦକ୍ଷେପ ଘୋଷଣା କରିଛନ୍ତି। କିନ୍ତୁ ଗୁରୁତ୍ବପୂର୍ଣ୍ଣ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ବିପ୍ଳବ ସହ ଚାଷୀମାନଙ୍କୁ ଯୋଡ଼ିବା ଲାଗି ପଦକ୍ଷେପ ନିଆଯାଇଛି। ଅର୍ଥମନ୍ତ୍ରୀ ଚାଷୀମାନଙ୍କ ପାଇଁ ଏକ ବହୁଭାଷୀ ଏଆଇ ଟୁଲ୍‌ ‘ଭାରତ ବିସ୍ତାର’ ଘୋଷଣା କରିଛନ୍ତି। ଏହା ଏଆଇ ବ୍ୟବସ୍ଥା ସହ ଏଗ୍ରିଷ୍ଟାକ୍‌ ପୋର୍ଟାଲ୍‌ ଓ ଆଇସିଏଆର୍‌ ପ୍ୟାକେଜ୍‌କୁ ଯୋଡ଼ିବ। ଏହା କୃଷି ଉତ୍ପାଦକତା ବଢ଼ାଇବ। ପରାମର୍ଶ ସେବା ପ୍ରଦାନ କରି ଏହା ଚାଷୀଙ୍କ ସଙ୍କଟ କମ୍‌ କରିବ ଏବଂ ସେମାନଙ୍କୁ ସଠିକ୍‌ ନିଷ୍ପତ୍ତି ନେବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ମନରେଗା ଭାଗରେ ୩୦ହଜାର କୋଟି: ଭିବି-ଜି ରାମ ଜିକୁ ୯୫୦୦୦ କୋଟି

ପୁରୁଣା ତୋଟାର ନବୀକରଣ ହେବ
ପୁରୁଣା ହୋଇଯାଇଥିବା ଓ ଭଲ ଫଳ ପ୍ରଦାନ କରିପାରୁ ନ ଥିବା ତୋଟାଗୁଡ଼ିକର ନବୀକରଣ କରିବାକୁ ସରକାର ବଜେଟ୍‌ରେ ଘୋଷଣା କରିଛନ୍ତି। ସେଭଳି ତୋଟାଗୁଡ଼ିକରେ ବୃକ୍ଷର ଘନତ୍ବ ବଢ଼ାଇବା ପାଇଁ ବାଦାମ, ଆଲମଣ୍ଡ ଓ ପାଇନ ବାଦାମ ଚାଷ କରାଯିବ। ଚାଷୀଙ୍କ ଆୟ ବଢ଼ାଇବାରେ ଏହା ସହାୟକ ହେବ। ପୁରୁଣା ତୋଟାଗୁଡ଼ିକ ଏହା ଜରିଆରେ ପୁନରୁଦ୍ଧାର ହେବା ସହ ପ୍ରାସଙ୍ଗିକ ହୋଇପାରିବ। ଏଥି‌ରେ ଯୁବପିଢ଼ି ମଧ୍ୟ ସାମିଲ ହୋଇପାରିବେ ବୋଲି ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି।

୫୦୦ ଜଳାଶୟର ବିକାଶ
ମତ୍ସ୍ୟଚାଷ କ୍ଷେତ୍ରର ବିକାଶ ପାଇଁ ବଜେଟ୍‌ରେ ୫୦୦ ଜଳାଶୟ ଓ ଅମୃତ ସରୋବରର ସମନ୍ବିତ ବିକାଶ ବିଷୟରେ ଘୋଷଣା କରାଯାଇଛି। ଉପକୂଳ ଅଞ୍ଚରେ ମତ୍ସ୍ୟଚାଷ ମୂଲ୍ୟ ଶୃଙ୍ଖଳକୁ ସୁଦୃଢ଼ କରାଯିବ। ଷ୍ଟାର୍ଟଅପ୍ ଓ ମହିଳାଙ୍କ ନେତୃତ୍ବାଧୀନ ଦଳଗୁଡ଼ିକକୁ ଏକତ୍ରୀତ କରି ବଜାର ଲିଙ୍କେଜ୍‌ ପ୍ରଦାନ କରାଯିବ।

ପଶୁପାଳନରେ ଉଦ୍ୟୋଗ
ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉପକଣ୍ଠରେ ଗୁଣାତ୍ମକ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ଲାଗି ପଶୁପାଳନ କ୍ଷେତ୍ରରେ ଉଦ୍ୟମିତାକୁ ଦୃଢ଼ କରାଯିବ। ସେଥିପାଇଁ ଏକ ଋଣ ଆଧାରିତ ସବ୍‌ସିଡି ସ୍କିମ୍‌ ଆରମ୍ଭ ହେବ। ପ୍ରାଣୀଧନ ଉଦ୍ୟୋଗଗୁଡ଼ିକର ଆଧୁନିକୀକରଣ ଓ ବ୍ୟାପକ କରାଯିବ। ପ୍ରାଣୀ ସମ୍ପଦ, ଦୁଗ୍ଧ ଚାଷ ଓ କୁକୁଡ଼ା ପାଳନ କ୍ଷେତ୍ରରେ ସମନ୍ବିତ ମୂଲ୍ୟ ଶୃଙ୍ଖଳରେ ଉନ୍ନତି ଅଣାଯିବ। ଉତ୍ତର ପୂର୍ବାଞ୍ଚଳରେ ଅଗର ଗଛ ଏବଂ ପାହାଡ଼ିଆ ଅଞ୍ଚଳ‌ରେ ବାଦାମ ଓ ପାଇନ ବାଦାମ ଆଦିର ଚାଷକୁ ସରକାର ସହଯୋଗ କରିବେ।

Tusara Festival: କାଲିଠୁ ଆରମ୍ଭ ହେବ ‘ତୁଷାର’ ୨୦୨୬

ନଡ଼ିଆ ପ୍ରସାର ଯୋଜନା
ଭାରତ ‌ହେଉଛି ବିଶ୍ବର ସର୍ବବୃହତ୍‌ ନଡ଼ିଆ ଉତ୍ପାଦନକାରୀ ଦେଶ। ଦେଶର ୧୦ ନିୟୁତ ଚାଷୀ ଓ ୩୦ ନିୟୁତ ଲୋକ ଜୀବନଜୀବିକା ପାଇଁ ନଡ଼ିଆ ଉପରେ ନିର୍ଭରଶୀଳ। ନଡ଼ିଆ ଉତ୍ପାଦକତା ବଢ଼ାଇବା ପାଇଁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ନଡ଼ିଆ ପ୍ରସାର ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ପୁରୁଣା ଓ ଫଳ ହେଉ ନଥିବା ଗଛଗୁଡ଼ିକ ସ୍ଥାନରେ ନୂଆ ଚାରା, ନୂଆ ପ୍ରଜାତିର ନଡ଼ିଆ ଗଛ ଲଗାଯିବ। ଅଧିକ ନଡ଼ିଆ ଗଛ ଥିବା ରାଜ୍ୟଗୁଡ଼ିକୁ ଏହି ଯୋଜନାରେ ପ୍ରାଧାନ୍ୟ ଦିଆଯିବ। ଏହି ଯୋଜନାରୁ ଓଡ଼ିଶା ଉପକୃତ ହେବା ଆଶା କରାଯାଉଛି।

କାଜୁ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ବଜେଟ୍‌ ୨୦୨୬-୨୭ରେ କାଜୁ, କୋକୋ ଉତ୍ପାଦନ ଓ ପ୍ରକ୍ରିୟାକରଣ ପାଇଁ ଉତ୍ସର୍ଗୀକୃତ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହା ଭାରତକୁ କାଜୁ ଓ କୋକୋ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବ। ଦେଶର ରପ୍ତାନି ପ୍ରତିଯୋଗିତା ବଢ଼ାଇବା ସହ ୨୦୩୦ ସୁଦ୍ଧା ଭାରତୀୟ କାଜୁ ଓ ଭାରତୀୟ କୋକୋକୁ ଏକ ପ୍ରିମିୟମ ବିଶ୍ବସ୍ତରୀୟ ବ୍ରାଣ୍ଡ୍‌ରେ ପରିଣତ କରିବ।

ଚନ୍ଦନ ଗଛ ଚାଷ ବଢ଼ିବ
ଭାରତରେ ଚନ୍ଦନର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ବ ରହିଛି। ତାହା ବିଚାରକୁ ନେଇ ଚନ୍ଦନ ଗଛ ଚାଷ ଓ ଅମଳ ପରବର୍ତ୍ତୀ ପ୍ରକ୍ରିୟାକରଣ ପାଇଁ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ସରକାରଙ୍କୁ ସହଯୋଗ କରିବେ। ଏହି ପଦକ୍ଷେପ ଜରିଆରେ ଭାରତର ଚନ୍ଦନ ଗଛର ଗୌରବମୟ ଐତିହ୍ୟକୁ ସରକାର ଫେରାଇ ଆଣିବାକୁ ଚାହୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe