AI investment expected in 2 years:୨ ବର୍ଷ ମଧ୍ୟରେ ଭାରତ ଏଆଇ ଓ ଡାଟା ଭିତ୍ତିଭୂମି କ୍ଷେତ୍ରରେ ୨୦୦ ବିଲିଅନ ଡଲାରର ନିବେଶ

Advertisment

ଆସନ୍ତା ୨ ବର୍ଷ ମଧ୍ୟରେ ଭାରତ ଏଆଇ ଓ ଡାଟା ଭିତ୍ତିଭୂମି କ୍ଷେତ୍ରରେ ୨୦୦ ବିଲିଅନ ଡଲାରର ନିବେଶ ଆକୃଷ୍ଟ କରିବ ବୋଲି କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୃଢ଼ୋକ୍ତି ବାଢ଼ିଛନ୍ତି।

ଆସନ୍ତା ୨ ବର୍ଷ ମଧ୍ୟରେ ଭାରତ ଏଆଇ ଓ ଡାଟା ଭିତ୍ତିଭୂମି କ୍ଷେତ୍ରରେ ୨୦୦ ବିଲିଅନ ଡଲାରର ନିବେଶ ଆକୃଷ୍ଟ କରିବ ବୋଲି କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୃଢ଼ୋକ୍ତି ବାଢ଼ିଛନ୍ତି।

Untitled-25.jpg

Photograph: (google)

ନୂଆଦିଲ୍ଲୀ: ଆସନ୍ତା ୨ ବର୍ଷ ମଧ୍ୟରେ ଭାରତ ଏଆଇ ଓ ଡାଟା ଭିତ୍ତିଭୂମି କ୍ଷେତ୍ରରେ ୨୦୦ ବିଲିଅନ ଡଲାରର ନିବେଶ ଆକୃଷ୍ଟ କରିବ ବୋଲି କେନ୍ଦ୍ର ଆଇଟି ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଦୃଢ଼ୋକ୍ତି ବାଢ଼ିଛନ୍ତି। ଭାରତ ଉପରେ ବିଶ୍ବ ପ୍ରକଟ କରିଥିବା ଆସ୍ଥା, ନୀତିରେ ସ୍ଥିରତା ଏବଂ ବର୍ଦ୍ଧିତ ପ୍ରତିଭା ଏ ‌କ୍ଷେତ୍ରରେ ସହାୟକ ହେବ। ଏକ ସାକ୍ଷାତକାର ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଭାରତ ୭୦ ବିଲିଅନ ଡଲାର ମୂଲ୍ୟର ନିବେଶ ପ୍ରତିଶ୍ରୁତି ପାଇସାରିଛି। ଏଥିସହିତ ଆଉ ୯୦ ବିଲିଅନ ଡଲାର ମୂଲ୍ୟର ନିବେଶ ଘୋଷଣା ହୋଇସାରିଛି। ତେଣୁ ମୋଟ ନିବେଶ ୨୦୦ ବିଲିଅନ ଡଲାର ଟପିବା ଆଶା କରାଯାଉଛି। ଏଆଇ ଭିତ୍ତିଭୂମି ପାଇଁ ଦେଖାଦେଇଥିବା ଚାହିଦା ଏବଂ ସରକାର ଯୋଗାଇ ଦେଇଥିବା ଟିକସ ପ୍ରୋତ୍ସାହନ ଏ କ୍ଷେତ୍ରକୁ ଆଗକୁ ନେବ। ସେ କହିଛନ୍ତି, ଭାରତର ବଡ଼ ଶକ୍ତି ହେଉଛି ଏହାର ଆଇଟି ଶିଳ୍ପ। ପ୍ରଯୁକ୍ତି କ୍ଷେତ୍ରରେ ହେଉଥିବା ଯେ କୌଣସି ପ୍ରକାରର ପରିବର୍ତ୍ତନକୁ ଉଭୟ ସରକାର ଏବଂ ଶିଳ୍ପ ପରିଚାଳନା କରିବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କବିତା ‘ଦିନେ’: ଗୀତା ମଞ୍ଜରୀ ମିଶ୍ରଙ୍କ ରଚନାରୁ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe