ନୂଆଦିଲ୍ଲୀ: ଦୁଇ ସହାୟକ କମ୍ପାନି ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଓ ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡସ୍ ଲିମିଟେଡ୍ (ଏସ୍ଇସିଏଲ୍)କୁ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରିବାକୁ କୋଲ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି। ଏହି ପ୍ରସ୍ତାବକୁ କମ୍ପାନି ବୋର୍ଡ ନୀତିଗତ ଅନୁମୋଦନ ପ୍ରଦାନ କରିଛି। ତେବେ ବଜାରରେ ପ୍ରବେଶ କରିବା ପୂର୍ବରୁ ଏହି ଦୁଇ କମ୍ପାନିକୁ ଅନେକ ନିୟାମକ ଅନୁମୋଦନ ହାସଲ କରିବାକୁ ପଡ଼ିବ। ଆର୍ଥିକ ବର୍ଷ ୨୦୨୬-୨୭ରେ ଦୁଇ ସହାୟକ କମ୍ପାନିକୁ ଷ୍ଟକ୍ ବଜାରରେ ତାଲିକାଭୁକ୍ତ କରିବା ଲାଗି ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଚଳିତ ମାସ ୧୬ରେ କୋଲ୍ ଇଣ୍ଡିଆକୁ କୁହାଯାଇଥିଲା। ଏମ୍ସିଏଲ୍ ହେଉଛି କୋଲ ଇଣ୍ଡିଆର ପ୍ରମୁଖ ସହାୟକ କମ୍ପାନି। ୨୦୧୯ରେ ଏହାକୁ ମିନିରତ୍ନ ମାନ୍ୟତା ମିଳିଥିଲା। ୧୯୯୨ରେ ସାଉଥ୍ ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡସ୍ ଲିମିଟେଡ୍ରୁ ଅଲଗା କରି ଏମ୍ସିଏଲ୍ ଗଠନ କରାଯାଇଥିଲା। ଏହାର ମୁଖ୍ୟ କାର୍ଯ୍ୟାଳୟ ଓଡ଼ିଶାର ସମ୍ବଲପୁରରେ ରହିଛି।
କୋଲ ଇଣ୍ଡିଆର ଦୁଇ ସହାୟକ କମ୍ପାନି ଏମ୍ସିଏଲ୍ ଓ ଏସ୍ଇସିଏଲ୍ ଏହାର ୫୨ ପ୍ରତିଶତରୁ ଅଧିକ କୋଇଲା ଉତ୍ପାଦନ କରୁଛନ୍ତି। ୨୦୨୪-୨୫ରେ ଏମ୍ସିଏଲ୍ ୨୨୫ ନିୟୁତ ଟନ୍ କୋଇଲା ଉତ୍ପାଦନ କରିଥିଲା। ୨୦୨୫-୨୬ରେ ଏହା ୨୩୯ ନିୟୁତ ଟନ୍, ୨୦୨୬-୨୭ରେ ୨୫୦ ନିୟୁତ ଟନ୍, ୨୦୨୭-୨୮ରେ ୨୬୫ ନିୟୁତ ଟନ୍, ୨୦୨୮-୨୯ରେ ୨୮୫ ନିୟୁତ ଟନ୍ ଏବଂ ୨୦୨୯-୩୦ରେ ୩୦୫ ନିୟୁତ ଟନ୍ କୋଇଲା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ୨୦୩୪-୩୫ ସୁଦ୍ଧା ଏମ୍ସିଏଲ୍ର କୋଇଲା ଉତ୍ପାଦନ କ୍ଷମତାକୁ ୩୫୮ ନିୟୁତ ଟନ୍ ପର୍ଯ୍ୟନ୍ତ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୩୦ ସୁଦ୍ଧା କୋଇଲା ଉତ୍ପାଦନ କ୍ଷମତାକୁ ୧ ବିଲିୟନ ଟନ୍ରେ ପହଞ୍ଚାଇବାକୁ କୋଲ୍ ଇଣ୍ଡିଆ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛି ତାହା ହାସଲ କରିବାରେ ଏମ୍ସିଏଲ୍ ଓ ଏସ୍ଇସିଏଲ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଷ୍ଟକ ବଜାରରେ ପ୍ରବେଶ କରିବା ପରେ ଏହି ଦୁଇ କମ୍ପାନି ପାଖକୁ ଅଧିକ ନିବେଶ ଆସିବ, କର୍ପୋରେଟ ପ୍ରଶାସନରେ ଉନ୍ନତି ହେବ ଏବଂ ସେମାନଙ୍କୁ ସମ୍ପ୍ରସାରଣ ଲାଗି ଅଧିକ ଆର୍ଥିକ ସ୍ବାଧୀନତା ମିଳିପାରିବ।
Orissa HC: ହାଇକୋର୍ଟରେ ଶୀତ ଅବକାଶ: ଜାନୁଆରି ୫ରେ ଖୋଲିବ, ଡିସେମ୍ବର ୩୦ରେ ଅବକାଶକାଳୀନ କୋର୍ଟ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/24/mcl-2025-12-24-01-24-31.jpg)