ଭୁବନେଶ୍ବର: ରାଜ୍ୟର ଅର୍ଥନୀତି ବର୍ତ୍ତମାନ ୧୨୦ ବିଲିଅନ ଡଲାର ରହିଛି। ୨୦୩୬ ସୁଦ୍ଧା ତାହା ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ ହେବ। ସେଥିପାଇଁ ଆମକୁ ଆସନ୍ତା ୧୦-୧୧ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୫ ଗୁଣା ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଜନତା ମଇଦାନରେ ଉତ୍କଳ ଚାମ୍ୱର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇଏଲ୍) ପକ୍ଷରୁ ଆୟୋଜିତ ଦୁଇଦିନିଆ ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍କ୍ଲେଭ୍’କୁ ଉଦ୍ଘାଟନ କରି ସେ କହିଥିଲେ ଯେ ଓଡ଼ିଶା ଦେଶର ଶ୍ରେଷ୍ଠ ପାଞ୍ଚଟି ରାଜ୍ୟ ଭିତରେ ସ୍ଥାନ ପାଇବ। ଶିଳ୍ପାୟନ ପ୍ରତି ସରକାରଙ୍କ ଦୃଷ୍ଟିକୋଣ ଉପରେ ଆଲୋକପାତ କରି ସେ କହିଥିଲେ ଯେ ଛୋଟ ବଡ଼ ସବୁ ନିବେଶକ ସମାନ। ଆମ ସରକାରରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖାଯାଉଛି।
ଆମେ ଇଭେଣ୍ଟ୍ ମ୍ୟାନେଜମେଣ୍ଟ୍ ସୀମିତ ନାହୁଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆମ ସରକାର କେବଳ ଇଭେଣ୍ଟ୍ ମ୍ୟାନେଜମେଣ୍ଟରେ ସୀମିତ ନାହିଁ। ରାଜ୍ୟର ପୂର୍ବ ବିଜେଡି ସରକାରଙ୍କୁ ଏଭଳି ଢଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଦାୟିତ୍ବ ନେବା ପରଠାରୁ ଆମ ସରକାର ୫ ଲକ୍ଷ ୬୦ ହଜାର କୋଟି ଟଙ୍କାର ୨୬୦ଟି ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛନ୍ତି ଯାହା ୩ ଲକ୍ଷ ୬୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସେଥିରେ ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଥିଲେ।
Rubbery: ବନ୍ଧୁକମୁନରେ ଗ୍ରାହକ ସେବା କେନ୍ଦ୍ରରୁ ୭୦ ହଜାର ଟଙ୍କା ଲୁଟ୍
ଏଥି ସହ ସେ କହିଥିଲେ ଯେ ବର୍ତ୍ତମାନ ଓଡିଶାରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି। ତାହା ରାଜ୍ୟର ଦଶା ଓ ଦିଶାକୁ ନିଶ୍ଚିତ ଭାବରେ ପରିବର୍ତ୍ତନ କରିବ। ବେଦାନ୍ତ ଗ୍ରୁପ୍, ଆଦାନୀ, ଜେଏସ୍ଡବ୍ଲ୍ୟୁ, ଇଣ୍ଡିଆନ ଅଏଲ୍, ଜୋହୋ ଗ୍ରୁପ୍ ପକ୍ଷରୁ ରାଜ୍ୟରେ ବିପୁଳ ନିବେଶ କରାଯିବ। ବୟନ ଓ ସବୁଜ ଶକ୍ତି କ୍ଷେତ୍ରରେ ନିବେଶ ଆସୁଛି। ଉଭୟ କେନ୍ଦ୍ର ଓ ରାଜ୍ୟର ମିଳିତ ଉଦ୍ୟମରେ ଡବଲ୍ ଇଞ୍ଜିନ ସରକାର ସଡ଼କ, ରେଳପଥ, ବନ୍ଦର ଓ ବିମାନବନ୍ଦର ଭିତ୍ତିଭୂମିକୁ ସୁଦୃଢ଼ କରୁଛନ୍ତି। ସରକାର ଓ ଶିଳ୍ପ ସଂସ୍ଥା ମାନଙ୍କ ମିଳିତ ଉଦ୍ୟମରେ ଓଡ଼ିଶାରେ ସମୃଦ୍ଧି ଆସିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଭୁବନେଶ୍ବରରେ ଫିନ୍ଟେକ୍, ଇନ୍ସ୍ୟୁରଟେକ୍ କମ୍ପାନି ଓ ସେମିକଣ୍ଡକ୍ଟର ଶିଳ୍ପ ସ୍ଥାପନ କରାଯାଉଉଛି। କ୍ୟାପିଟାଲ୍ ରିଜିଅନ୍ ରିଙ୍ଗ ରୋଡ୍ ପ୍ରଭାବରେ କଟକ-ଭୁବନେଶ୍ବରର ବ୍ୟାପକ ସମ୍ପ୍ରସାରଣ ହେବ। ଭୁବନେଶ୍ବରକୁ ପୂର୍ବାଞ୍ଚଳର ମେଗା ଟେକ୍ ସିଟି ଭାବେ ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ।
ଏହି ଅବସରରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଥିଲେ ଯେ ଗୋଟିଏ ବର୍ଷ ମଧ୍ୟରେ ଓଡିଶାରେ ସରକାର ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇ ଓଡିଶାକୁ ଏକ ଉତ୍କୃଷ୍ଟ ସମ୍ଭାବନାର ରାଜ୍ୟଭାବେ ବିକଶିତ କରିଛନ୍ତି। କାର୍ଯ୍ୟକ୍ରମକୁ ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା ମଧ୍ୟ ସମ୍ବୋଧିତ କରିଥିଲେ। ୟୁସିସିଆଇଏଲ୍ର ‘ସମୃଦ୍ଧ ଓଡିଶା ୨୦୩୬’ ସ୍ମରଣିକା ଉନ୍ମୋଚନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୟୁସିସିଆଇଏଲ୍ର ସଭାପତି ଡ. ପ୍ରବୋଧ ମହାନ୍ତି, ଆୟୋଜନ କମିଟିର ଅଧ୍ୟକ୍ଷ ଡ. ବ୍ରହ୍ମା ମିଶ୍ର, ଡିଆର୍ଡିଓ ଡିଜି ଡ. ବି କେ ଦାସ, ଏମ୍ଜିଏମ୍ ମିନେରାଲ୍ର ସିଏମ୍ଡି ପଙ୍କଜ ଲୋଚନ ମହାନ୍ତି, ଏସାର୍ ମିନ୍ମେଟ୍ ଲିମିଟେଡର ଏମ୍ଡି ଶଶୀ ଶେଖର ମହାନ୍ତି, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍(କର୍ପୋରେଟ୍ ଆଫେୟାର୍ସ)ର ସଭାପତି ଅର୍ଦ୍ଧେନ୍ଦୁ ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/ddagdagdadg-2025-11-26-03-00-33.jpg)