Advertisment

ବନ୍ଦ ହୋଇଯିବ ଲୋକପ୍ରିୟ ରେସ୍ତୋରାଁ

Advertisment

ବନ୍ଦ ହୋଇଯିବ ଲୋକପ୍ରିୟ ରେସ୍ତୋରାଁ ମୋନାଲ। ଚାକିରି ହରାଇ ଭୋଭୋ ହୋଇ କାନ୍ଦୁଛନ୍ତି ୭୦୦ଜଣ କର୍ମଚାରୀ। ଭିଡିଓ ଭାଇରାଲ ପରେ ଭାବବିହ୍ବୋଳ ସୋସିଆଲ ମିଡିଆ ବ୍ୟବହାରକାରୀ।

ବନ୍ଦ ହୋଇଯିବ ଲୋକପ୍ରିୟ ରେସ୍ତୋରାଁ ମୋନାଲ। ଚାକିରି ହରାଇ ଭୋଭୋ ହୋଇ କାନ୍ଦୁଛନ୍ତି ୭୦୦ଜଣ କର୍ମଚାରୀ। ଭିଡିଓ ଭାଇରାଲ ପରେ ଭାବବିହ୍ବୋଳ ସୋସିଆଲ ମିଡିଆ ବ୍ୟବହାରକାରୀ।

45

ନୂଆଦିଲ୍ଲୀ: ଆଜିକା ସମୟରେ ଯେଉଁ ଲୋକଟି ପାଖରେ ଚାକିରିଟିଏ ଅଛି ବା ଅର୍ଥ ରୋଜଗାର ପାଇଁ ତା’ ପାଖରେ କିଛି ବିକଳ୍ପ ଅଛି ତାକୁ ସୁଖୀ ମଣିଷ ଭାବେ ବିବେଚନା କରାଯାଉଛି। ସେହିପରି ବେରୋଜଗାର ହେବା ଦୁନିଆର ସବୁଠାରୁ ବଡ଼ ଦୁଃଖ। ଏହି କ୍ରମରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ କିଛି କର୍ମଚାରୀ ଭୋଭୋ ହୋଇ କାନ୍ଦୁଥିବା ଦେଖିବାକୁ ମିଳୁଛି। 

ମିଳିଥିବା ସୂଚନା ଅନୁଯାୟୀ, ଇସଲାମାବାଦରେ ଚର୍ଚ୍ଚାରେ ଥିବା ଏକ ରେସ୍ତୋରାଁରେ କାମ କରୁଥିବା ୭୦୦ଜଣ କର୍ମଚାରୀ କିଛି କ୍ଷଣ ମଧ୍ୟରେ ନିଜନିଜର ଚାକିରି ହରାଇ ଦେଇଛନ୍ତି। 

ଏହାପଛର କାରଣ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଆଦେଶ ରହିଛି।  ପରିବେଶ ସମ୍ଭନ୍ଧୀୟ ଚିନ୍ତା କାରଣରୁ ସୁପ୍ରିମକୋର୍ଟ ୨୦୨୪ ଜୁନ ୧୧ ତାରିଖରେ ଲୋକପ୍ରିୟ ରେସ୍ତୋରାଁ ମୋନାଲ ସମେତ ମାର୍ଗଲା ହିଲ୍ସ ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ସମସ୍ତ ରେସ୍ତୋରାଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। 
 

ଏହି ନିର୍ଦ୍ଦେଶର ପାଳନ କରିବାକୁ ଯାଇ ରେସ୍ତୋରାଁ ମୋନାଲର ପରିଚାଳକ ସେପ୍ଟେମ୍ବର ୧୧ ତାରିଖରୁ ରେସ୍ତୋରାଁକୁ ସ୍ଥାୟୀ ଭାବେ ବନ୍ଦ କରିବାକୁ ସୂଚନା ଦେଇଛନ୍ତି। ଏମିତି କି ଆଗାମୀ ଦିନରେ କେବେ ଏହି ରେସ୍ତୋରାଁ ଖୋଲିବ ସେ ନେଇ କୌଣସି ନିଶ୍ଚିନ୍ତତା ନାହିଁ। ତେଣୁ ଟର୍ମିନେସନ ଲେଟରକୁ ହାତରେ ଧରି ମୋନାଲରେ କାମ କରୁଥିବା ୭୦୦ କର୍ମଚାରୀ ଚାକିରି ହରାଇବା ଦୁଃଖରେ ଭୋଭୋ ହୋଇ କାନ୍ଦୁଛନ୍ତି ।   

ଅଧିକପଢ଼ନ୍ତୁ ଜେଲରେ ହତ୍ୟାକାରୀ କନ୍ନଡ଼ ଅଭିନେତାଙ୍କୁ ମିଳୁଛି ଭିଭିଆଇପି ସୁବିଧା

ଅଧିକପଢ଼ ୟୁକ୍ରେନ ଦେଲା କଡ଼ା ଜବାବ୍: ୯/୧୧ ଭଳି ୩୮ ମହଲା କୋଠାରେ କଲା ବୋମାମାଡ଼...

ଅଧିକପଢ଼ନ୍ତୁ ପୁଣି ବଢ଼ିବ ପେଟ୍ରୋଲ-ଡିଜେଲ ଦର !...

ଅଧିକପଢ଼ନ୍ତୁ https://sambad.in/leading/law-minister-says-about-swami-laxmanananda-murder-case-6925792ମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ତଦନ୍ତ କମିଶନ ରିପୋର୍ଟ ସାର୍ବଜନୀନ କରାଯିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe