Cyber Security : ବ୍ୟାଙ୍କିଂ କ୍ଷେତ୍ରରେ ସାଇବର ସୁରକ୍ଷା

ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସାଇବର୍ ସିକ୍ୟୁରିଟିର ଆବଶ୍ୟକତା କେତେ ଜରୁରି ତାହା ସମସ୍ତେ ଜାଣନ୍ତି। ବିଶେଷ କରି ବ୍ୟାଙ୍କିଂ କ୍ଷେତ୍ରରେ ସାଇବର୍ ସିକ୍ୟୁରିଟିର ଆବଶ୍ୟକତା ବହୁତ ବେଶି।

cyber security

cyber security

Cyber Security in Banking : ବର୍ତ୍ତମାନର ଡିଜିଟାଲ୍ ଯୁଗରେ ସାଇବର୍ ସିକ୍ୟୁରିଟିର ଆବଶ୍ୟକତା କେତେ ଜରୁରି ତାହା ସମସ୍ତେ ଜାଣନ୍ତି। ବିଶେଷ କରି ବ୍ୟାଙ୍କିଂ କ୍ଷେତ୍ରରେ ସାଇବର୍ ସିକ୍ୟୁରିଟିର ଆବଶ୍ୟକତା ବହୁତ ବେଶି। କାରଣ ଏବେ ଲୋକମାନେ ସମୟ ଅଭାବରୁ ଅନଲାଇନ ମାଧ୍ୟମରେ ସବୁ ବ୍ୟାଙ୍କିଂ କାରବାର କରୁଛନ୍ତି। ସାଇବର୍ ଫ୍ରଡ୍କୁ ରୋକିବା ପାଇଁ ଏହାର ସିକ୍ୟୁରିଟି କରାଇନେବା ଏବଂ ସାଇବର୍ ସିକ୍ୟୁରିଟି ବିଷୟରେ ଜାଣିବା ଜଣେ ଖାତାଧାରକ ପାଇଁ ନିତାନ୍ତ ଆବଶ୍ୟକ। 


ବ୍ୟାଙ୍କିଂରେ ସାଇବର୍ ସୁରକ୍ଷା

ବ୍ୟାଙ୍କିଂରେ ସାଇବର୍ ସୁରକ୍ଷା ବିଭିନ୍ନ ନିୟମାବଳୀଗୁଡ଼ିକୁ ଅନ୍ତର୍ଭୁକ୍ତ କରେ ଯାହା ଆର୍ଥିକ ପ୍ରତିଷ୍ଠାନ ତଥା ସେମାନଙ୍କ ଗ୍ରାହକଙ୍କୁ ସାଇବର୍ ବିପଦ ଓ ଠକେଇରୁ ରକ୍ଷା କରିଥାଏ। ଖାତାଧାରକଙ୍କ ଜରୁରୀ ତଥ୍ୟ, କାରବାର, ବ୍ୟକ୍ତିଗତ ସୂଚନା ଓ ସେବାକୁ ସୁରକ୍ଷିତ ରଖିବା ଏହାର ମୂଳ ଲକ୍ଷ୍ୟ।

ଆହୁରି ପଢ଼ନ୍ତୁ:Home Ministry Statement: ସର୍ବାଧିକ ସତର୍କତାର ସହିତ ନମୁନା ସଂଗ୍ରହ କରାଯାଉଥିଲା: ନୌଗାମ ପୁଲିସ ଷ୍ଟେସନ ବିସ୍ଫୋରଣ ନେଇ ଗୃହ ମନ୍ତ୍ରଣାଳୟର ବିବୃତି


ସାଇବର୍ ସୁରକ୍ଷା କାହିଁକି ଜରୁରି?

୧- ଗ୍ରାହକଙ୍କ ତଥ୍ୟ ସୁରକ୍ଷା: ବ୍ୟାଙ୍କ୍ ଗ୍ରାହକଙ୍କ ବ୍ୟକ୍ତିଗତ ପରିଚୟ ବିବରଣୀ ଓ ଆର୍ଥିକ ସୂଚନା ସହିତ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରଖିଥାନ୍ତି। ସାଇବର୍ ସିକ୍ୟୁରିଟି ନରହିଲେ ବ୍ୟକ୍ତିଗତ ପରିଚୟ ତଥ୍ୟ ଚୋରି ହୋଇପାରେ ଏବଂ ଏହାସହିତ ଆର୍ଥିକ କ୍ଷତି ମଧ୍ୟ ଘଟିପାରେ।

୨- ବିଶ୍ୱାସ ବଜାୟ ରଖିବା: ସାଇବାର୍ ସୁରକ୍ଷା ବ୍ୟବସ୍ଥା ଦ୍ବାରା ବ୍ୟାଙ୍କ୍ ସେମାନଙ୍କର ଟଙ୍କା ଓ ବ୍ୟକ୍ତିଗତ ସୂଚନାକୁ ସୁରକ୍ଷା ଦେଇପାରିବ ବୋଲି ଗ୍ରାହକମାନେ ଆସ୍ଥା ରଖିପାରିବେ। 
୩- ନିୟାମକ ଅନୁପାଳନ: ଆର୍ଥିକ ପ୍ରତିଷ୍ଠାନଗୁଡ଼ିକ ତଥ୍ୟ ସୁରକ୍ଷା ସମ୍ବନ୍ଧରେ କଠୋର ନିୟମ ମାନିବା ଆବଶ୍ୟକ। ଏପରି କରିବାରେ ବିଫଳ ହେଲେ ପ୍ରତିଷ୍ଠାନଗୁଡ଼ିକ କଠୋର ଦଣ୍ଡର ସମ୍ମୁଖୀନ ହେବା ସହିତ ସେମାନେ ସେମାନଙ୍କର ପ୍ରତିଷ୍ଠା ହରାଇପାରନ୍ତି।
୪- ଆର୍ଥିକ କ୍ଷତି ରୋକିବା: ସାଇବର୍ ଆଟାକ୍ (Cyberattack) ଦ୍ୱାରା ବ୍ୟାଙ୍କ୍ ଓ ଖାତାଧାରକ ପାଇଁ ସିଧାସଳଖ ଆର୍ଥିକ କ୍ଷତି ହୋଇପାରେ। ପ୍ରଭାବଶାଳୀ ସାଇବର୍ ସୁରକ୍ଷା ଏହି ବିପଦକୁ କମ୍ କରିବାରେ ସାହାଯ୍ୟ କରେ।

ଆହୁରି ପଢନ୍ତୁ : ରାଜନୀତି ଛାଡ଼ିବା ସହ ପରିବାର ସହିତ ସମ୍ପର୍କ ଭାଙ୍ଗିଲେ ଲାଲୁଙ୍କ ଝିଅ

ସାଇବର୍ ସମସ୍ୟାରୁ ନିଜକୁ ରକ୍ଷା କରିବେ କିପରି?

୧. ଶକ୍ତିଶାଳୀ ପାସ୍ୱାର୍ଡ ବ୍ୟବହାର: ଅକ୍ଷର, ସଂଖ୍ୟା ଓ ଚିହ୍ନ ବ୍ୟବହାର କରି ଜଟିଳ ପାସ୍ୱାର୍ଡ ତିଆରି କରନ୍ତୁ। ଜନ୍ମଦିନ କିମ୍ବା ସାଧାରଣ ଶବ୍ଦ ପରି ସହଜରେ ଅନୁମାନଯୋଗ୍ୟ ସୂଚନା ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ।
୨. ମଲ୍ଟି-ଫ୍ୟାକ୍ଟର୍ ଅଥଣ୍ଟିକେସନ୍ (MFA): ଏମ୍ଏଫ୍ଏ ଆପଣଙ୍କ ପାସ୍ୱାର୍ଡ ବ୍ୟତୀତ ଭେରିଫିକେସନ୍ର ଅନ୍ୟ ଦିଗ ମଧ୍ୟ ଯାଞ୍ଚ କରିଥାଏ। ଯେପରିକି ଟେକ୍ସଟ୍ ମେସେଜ୍ କୋଡ୍କୁ ଆଧାର କରି ଏକ ପାସ୍ୱାର୍ଡ ତିଆରି କରେ।
୩. ସୂଚନା ପ୍ରଦାନରେ ସଜାଗ ରୁହନ୍ତୁ: ବ୍ୟକ୍ତିଗତ ସୂଚନା ମାଗୁଥିବା ଅବାଞ୍ଛିତ ଇମେଲ୍, ଫୋନ୍ କଲ୍ କିମ୍ବା ବାର୍ତ୍ତା ପ୍ରତି ସତର୍କ ରହନ୍ତୁ। କୌଣସି ବିବରଣୀ ପ୍ରଦାନ କରିବା ପୂର୍ବରୁ ସର୍ବଦା ତାହାର ଉତ୍ସ ଯାଞ୍ଚ କରନ୍ତୁ।
୪. ନିୟମିତ ସଫ୍ଟୱେର୍ ଅପ୍ଡେଟ୍ କରନ୍ତୁ: ଠକେଇରୁ ରକ୍ଷା ପାଇବା ପାଇଁ ଆପଣଙ୍କର ଅପରେଟିଂ ସିଷ୍ଟମ୍, ବ୍ରାଉଜର୍ ଓ ଯେକୌଣସି ବ୍ୟାଙ୍କିଂ ଆପ୍କୁ ନିୟମିତ  ଅପ୍‌‌ଡେଟ କରନ୍ତୁ।
୫. ଆକାଉଣ୍ଟଗୁଡ଼ିକ ଉପରେ ନଜର ରଖନ୍ତୁ: କୌଣସି ଅନଧିକୃତ କାରବାର ପାଇଁ ନିୟମିତ ଭାବରେ ଆପଣଙ୍କର ବ୍ୟାଙ୍କ୍ ଷ୍ଟେଟ୍ମେଣ୍ଟ୍ ଓ ଆକାଉଣ୍ଟ୍ ଆକ୍ଟିଭିଟିକୁ ଯାଞ୍ଚ କରନ୍ତୁ। କୌଣସି ସନ୍ଦେହଜନକ କାର୍ଯ୍ୟକଳାପକୁ ତୁରନ୍ତ ରିପୋର୍ଟ କରନ୍ତୁ।
୬. ଡିଭାଇସ୍କୁ ସୁରକ୍ଷିତ ରଖନ୍ତୁ: ଆପଣଙ୍କ ଡିଭାଇସକୁ ମାଲ୍ୱେୟାର୍ରୁ ରକ୍ଷା କରିବା ପାଇଁ ଆଣ୍ଟିଭାଇରସ୍ ସଫ୍ଟୱେର୍ ଓ ଫାୟାର୍ୱାଲ୍ ବ୍ୟବହାର କରନ୍ତୁ। ବ୍ୟାଙ୍କିଂ କାରବାର ପାଇଁ ସର୍ବସାଧାରଣ ୱାଇ-ଫାଇ ବ୍ୟବହାର କରନ୍ତୁ ନାହିଁ।
୭. ନିଜକୁ ଶିକ୍ଷିତ କରନ୍ତୁ: ସାଧାରଣ ସାଇବର ବିପଦ ଏବଂ ସେମାନଙ୍କୁ କିପରି ଚିହ୍ନିହେବ ସେ ବିଷୟରେ ସର୍ବଦା ଅବଗତ ରହିବା ଜରୁରି। ଗ୍ରାହକମାନଙ୍କୁ ଅନ୍ଲାଇନ୍ କାରବାରରେ ସଚେତନ ରହିବାକୁ ଅନେକ ବ୍ୟାଙ୍କ୍ ତାଲିମ ଦେଇଥାନ୍ତି। 
  ତଥାପି ହ୍ୟାକର୍ମାନେ ସେମାନଙ୍କ ବୁଦ୍ଧି ବଳରେ ଲୋକମାନଙ୍କୁ ଠକିବାର ବିଭିନ୍ନ କୌଶଳ ଆପଣାନ୍ତି। ସେସବୁକୁ ପ୍ରତିହତ କରିବା ପାଇଁ ନିଜର ଗୁରୁତ୍ବପୂର୍ଣ୍ଣ ତଥ୍ୟ କାହାକୁ ଜଣାଇବା କଥାନୁହେଁ। ନିଜେ ସଚେତନ ରହିଲେ ହିଁ ଏପରି ବିପଦକୁ ଏଡ଼ାଇ ପାରିବେ।

- ପ୍ରଜ୍ଞା ନିବେଦିତା ନାୟକ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe