Fine On Indigo: ବିମାନ ସେବା ବିଭ୍ରାଟ ପ୍ରସଙ୍ଗ: ଇଣ୍ଡିଗୋ ଉପରେ ୨୨.୨୦ କୋଟି ଜରିମାନା

Advertisment

୨୦୨୫ ଡିସେମ୍ବରରେ ଇଣ୍ଡିଗୋ ପକ୍ଷରୁ ବିମାନସେବାରେ ହୋଇଥିବା ବଡ଼ଧରଣର ବିଭ୍ରାଟ ପାଇଁ କମ୍ପାନି ଉପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଯାଇଛି।

୨୦୨୫ ଡିସେମ୍ବରରେ ଇଣ୍ଡିଗୋ ପକ୍ଷରୁ ବିମାନସେବାରେ ହୋଇଥିବା ବଡ଼ଧରଣର ବିଭ୍ରାଟ ପାଇଁ କମ୍ପାନି ଉପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଯାଇଛି।

Indigo

ନୂଆଦିଲ୍ଲୀ: ୨୦୨୫ ଡିସେମ୍ବରରେ ଇଣ୍ଡିଗୋ ପକ୍ଷରୁ ବିମାନସେବାରେ ହୋଇଥିବା ବଡ଼ଧରଣର ବିଭ୍ରାଟ ପାଇଁ କମ୍ପାନି ଉପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ୨୨.୨୦ କୋଟି ଟଙ୍କାର ଜରିମାନା ଲଗାଯାଇଛି। ମୋଟ ଜରିମାନା ରାଶି ମଧ୍ୟରୁ ବେସାମରିକ ବିମାନ ଚଳାଚଳ ଆବଶ୍ୟକତାକୁ ଏକାଧିକ ଥର ଉଲ୍ଲଂଘନ କରିବା ପାଇଁ ୧.୮୦ କୋଟି ଜରିମାନା ରହିଛି। ସେହିଭଳି ୬୮ ଦିନ ଧରି ଏଫ୍‌ଡିଟିଏଲ୍‌କୁ ଲଗାତାର ପାଳନ କରି ନଥିବାରୁ ଡିଜିସିଏ ଏ ବାବଦରେ ଦୈନିକ ୩୦ ଲକ୍ଷ ଟଙ୍କା ଜରିମାନା ବସାଇଛି। ଏହାର ପରିମାଣ ୨୦.୪୦ କୋଟି ଟଙ୍କା। 

ବିମାନ ସେବା ବିଭ୍ରାଟ ପରେ ଡିଜିସିଏ ପକ୍ଷରୁ ଏକ ୪ ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିଲା। କମିଟି ବ୍ୟବସ୍ଥାରେ କେତେକ ଅସୁବିଧା ଦେଖିବାକୁ ପାଇଛି। ପ୍ରଭାବୀ ଢଙ୍ଗରେ ଏଫ୍‌ଡିଟିଏଲ୍‌କୁ କାର୍ଯ୍ୟକାରୀ କରିବାରେ ଏୟାରଲାଇନ୍ସ ବିଫଳ ହୋଇଥିବା କମିଟି ଜାଣିବାକୁ ପାଇଛି। ଏଥିପାଇଁ କମ୍ପାନିର ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଡିଜିସିଏ ସମନ କରିବା ସହିତ ଉତ୍ତର ମାଗିଥିଲା।

ଆହୁରି ପଢ଼ନ୍ତୁ: Hockey: ବିଜୟରୁ ଘ‌ରୋଇ ଅଭିଯାନ ଆରମ୍ଭ କଲା କଳିଙ୍ଗ ଲାନସର୍ସ

ଇଣ୍ଡିଗୋର ବିମାନ ସେବା ପ୍ରଭାବିତ

ସରକାର ନୂଆ ଫ୍ଲାଇଟ୍‌ ଡ୍ୟୁଟି ଟାଇମ୍‌ ଲିମିଟେସନ୍ସ (ଏଫ୍‌ଡିଟିଏଲ୍‌) କାର୍ଯ୍ୟକାରୀ କରିବା ପରେ ଇଣ୍ଡିଗୋର ବିମାନ ସେବା ପ୍ରଭାବିତ ହୋଇଥିଲା। ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ପ୍ରାୟ ୨୫୦୭ଟି ବିମାନ ଉଡ଼ାଣ ବାତିଲ ହୋଇଥିବାବେଳେ ୧୮୫୨ ବିମାନ ଉଡ଼ାଣ ବିଳମ୍ବ ହୋଇଥିଲା। ଏଥିଯୋଗୁ ଦେଶର ବିଭିନ୍ନ ବିମାନବନ୍ଦରରେ ଲକ୍ଷ ଲକ୍ଷ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘଣ୍ଟାଘଣ୍ଟା ଧରି ସେଠାରେ ଅଟକି ରହିଥିଲେ। ବିମାନଭଡ଼ା ମୂଲ୍ୟ ମଧ୍ୟ ମାତ୍ରାଧିକ ବୃଦ୍ଧି ପାଇଥିଲା। ଏଥିପାଇଁ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା। ବିମାନ ଭଡ଼ାର ସର୍ବୋଚ୍ଚ ସୀମା ଘୋଷଣା କରାଯାଇଥିଲା।

ଆହୁରି ପଢ଼ନ୍ତୁ: Iran Issue: ଇରାନ ବିକ୍ଷୋଭର ନୂଆ ପର୍ଯ୍ୟାୟ: ‘୫,୦୦୦ ମୃତ୍ୟୁ’, ପୁଣି ଫାଶୀ ଆହ୍ୱାନ, ଟ୍ରମ୍ପଙ୍କୁ ଧମକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe