ଏହି ଫୋନ୍ଟି ଖୁବ୍ ସାନ ହୋଇଥିଲେ ବି ଏଥିରେ ଇଣ୍ଟର୍ନେଟ୍ ଚଳାଇ ହେବ। ମାତ୍ର ଡୁଆଲ୍ ସିମ୍ ବ୍ୟବହାର ସୁବିଧା ଏଥିରେ ନାହିଁ। ଜିଓ ଫୋନ୍ରେ ଗ୍ରାହକ କେବଳ ଜିଓ ସିମ୍ ହିଁ ବ୍ୟବହାର କରିପାରିବେ। ଅନ୍ୟ କୌଣସି ସିମ୍ ପକାଇଲେ ଫୋନ୍ ଚାଲିବ ନାହିଁ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।
ଏହାର ଡିସ୍ପ୍ଲେ ୨.୪ ଇଞ୍ଚ୍। ଫୋନ୍ରେ ଉଭୟ ଫ୍ରଣ୍ଟ୍ ଓ ବ୍ୟାକ୍ କ୍ୟାମେରା ରହିଛି। ଏଥିରେ ଜିଓ ସିନେମା, ଜିଓ ଆପ୍ ଏବଂ ଫେସବୁକ ଭଳି ଆପ୍ ପୂର୍ବରୁ ଇନଷ୍ଟଲ ହୋଇଛି। ଏଥିରେ ଆପଣ ହ୍ଵାଟ୍ସଆପ୍ ଚଳାଇ ପାରିବେ ନାହିଁ। ମାତ୍ର ଭଏସ୍ ଆକ୍ଟିଭେଟେଡ୍ କମାଣ୍ଡ, ପାନିକ୍ ବଟନ, ମାଇକ୍ରୋ ଏସଡି କାର୍ଡ ସ୍ଲର୍ଟ, ଟର୍ଚ୍ଚ ଲାଇଟ୍, ଏଫଏମ୍ ରେଡିଓ ଏବଂ ୨୨ଟି ଭାଷାର ସପୋର୍ଟ ଦିଆଯାଇଛି। ଏହି ଫୋନ୍ କିଣିବା ପରେ ମାତ୍ର ୧୫୩ ଟଙ୍କା ରିଚାର୍ଜ କରି ଗ୍ରାହକମାନେ ମାସେ ଯାଏ ଅସୀମିତ ଡାଟା, କଲିଂ ଏବଂ ମେସେଜ ଆଦି ସୁବିଧାର ଲାଗ ଉଠାଇ ପାରିବେ।