ଭୁବନେଶ୍ବର: ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ (ସିଏଜି)ଙ୍କ  କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା ଭୁବନେଶ୍ବରରେ ଖୋଲିବ। ଏ ସମ୍ପର୍କିତ ପ୍ରସ୍ତାବକୁ ସିଏଜିଙ୍କ ମଞ୍ଜୁରି ମିଳିଛି। ଆସନ୍ତା ବର୍ଷ ଏପ୍ରିଲ ୧୫ରୁ ତାହା କାର୍ଯ୍ୟକ୍ଷମ ହେବ। ଏହି କାର୍ଯ୍ୟାଳୟ ଦ୍ବାରା ପୂର୍ବ ଭାରତରେ ଅଡିଟ୍ ପ୍ରଶାସନିକ ବ୍ୟବସ୍ଥା ଆହୁରି ଦୃଢ଼ ହେବା ଆଶା କରାଯାଉଛି। ଏହି ନୂଆ ଶାଖା ଅଧୀନରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରହିବ। ଏହି ଚାରି ରାଜ୍ୟର ଅଡିଟ୍ କାର୍ଯ୍ୟ ଉପରେ ନୂଆ କାର୍ଯ୍ୟାଳୟ ନଜର ରଖିବ। 

Advertisment

Mandei: ମଣ୍ଡେଇ-୨୫ ଉଦ୍‌ଘାଟନ ଆଜି: ମୁଖ୍ୟ ଆକର୍ଷଣ ନିଷ୍ଠା ଶର୍ମା ଓ ନାଭ୍ୟା

ସିଏଜିଙ୍କ ପୂର୍ବାଞ୍ଚଳ ଆଞ୍ଚଳିକ ଶାଖା ପ୍ରଧାନ ମହାଲେଖାକାର (ଅଡିଟ୍‌-୧)ଙ୍କ କାର୍ଯ୍ୟାଳୟରୁ ପରିଚାଳିତ ହେବ। କାର୍ଯ୍ୟାଳୟର ମୁଖ୍ୟ ଭାବେ ଜଣେ ଉପ ସିଏଜି ଓ ଅତିରିକ୍ତ ସିଏଜି କାର୍ଯ୍ୟ କରିବେ। ବର୍ତ୍ତମାନ ନୂଆଦିଲ୍ଲୀରୁ ପୂର୍ବାଞ୍ଚଳ ଶାଖା କାର୍ଯ୍ୟ ପରିଚାଳିତ ହେଉଛି। ଆଗାମୀ ଦିନରେ ସେହି ସବୁ କାର୍ଯ୍ୟ ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ ଶାଖା କରିବ। ଏହାଦ୍ବାରା ଅଡିଟ୍‌କୁ ନେଇ ଶୀଘ୍ର ନିଷ୍ପତ୍ତି ନିଆଯାଇପାରିବ ଓ ଆଞ୍ଚଳିକ ସ୍ତରରେ ଅଡିଟ୍ ଉପରେ ନଜର ରଖିବା ସହଜ ହେବ। ଏହା ଅଡିଟ୍‌ ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ସହ ନିରୀକ୍ଷଣକୁ ଉନ୍ନତ କରିପାରିବ ବୋଲି ଆଶା କରାଯାଉଛି।

Bangladesh : ଫେବ୍ରୁଆରି ୧୨ରେ ବାଂଲାଦେଶ ନିର୍ବାଚନ, ଲଢିପାରିବନି ଆୱାମୀ ଲିଗ୍