Education Loan Scheme - Interest Rates Photograph: (@sambad.in)
ସମୟ ସହିତ ବଦଳୁଛି ପାଠ ପଢ଼ାର ମାନ। ନିଜ ପିଲାଙ୍କ ସ୍ବପ୍ନ ପୂରଣ ପାଇଁ ଅନେକ ବାପାମାଆ ଚେଷ୍ଟାରତ। ହେଲେ କିଛି ମଧ୍ୟବିତ୍ତ ବା ଗରିବ ଶ୍ରେଣୀର ଲୋକେ ଏବେକା ସମୟରେ ପଢ଼ାଖର୍ଚ୍ଚ ଦେବାକୁ ସମ୍ଭବତଃ ଅକ୍ଷମତା ପ୍ରକାଶ କରନ୍ତି। ସେସବୁକୁ ଦୃଷ୍ଟିରେ ରଖି ଅନେକ ବ୍ୟାଙ୍କ ବିଭିନ୍ନ ପ୍ରକାର ପ୍ଲାନ୍ରେ ଶିକ୍ଷା ଋଣ ପ୍ରଦାନ କରିଥାଏ। ଭାରତରେ କିମ୍ବା ବିଦେଶରେ ଉଚ୍ଚଶିକ୍ଷା ପାଇଁ ଭାରତୀୟ ନାଗରିକମାନଙ୍କୁ ବିଭିନ୍ନ ଟର୍ମରେ ଅନେକ ଆକର୍ଷଣୀୟ ଯୋଜନା ଓ ସୁଧହାର ମାଧ୍ୟମରେ ଏହି ଋଣ ଯୋଗାଇ ଦିଆଯାଏ। ଉପଭୋକ୍ତାଙ୍କ କ୍ରେଡିଟ୍ ସ୍କୋର୍କୁ ଆଧାର କରି ବ୍ୟାଙ୍କ୍ ଋଣ ଦେଇଥାଏ।
ଶିକ୍ଷା ଋଣର ବୈଶିଷ୍ଟ୍ୟ:
-ଅବଧି: ପାଠ୍ୟକ୍ରମ ଅବଧି ପରେ ୧୫ ବର୍ଷ ପର୍ଯ୍ୟନ୍ତ ପରିଶୋଧ ଅବଧି ଏବଂ ୧୨ ମାସ ପରିଶୋଧ ଛୁଟି (ରିପେମେଣ୍ଟ୍ ହଲିଡେ’)
-ପୋସେସିଂ ଚାର୍ଜ: ୨୦ ଲକ୍ଷ ପର୍ଯ୍ୟନ୍ତ ଋଣରେ ଶୂନ୍ୟ ପ୍ରୋସେସିଂ ଚାର୍ଜ।୨୦ ଲକ୍ଷରୁ ଅଧିକ ଋଣରେ ୧୦,୦୦୦(+ଟ୍ୟାକ୍ସ)
-ସିକ୍ୟୁରିଟି: ୭.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ କେବଳ ପିତାମାତା/ଅଭିଭାବକ ସହ-ଋଣଗ୍ରାହୀ ଭାବେ ରହିପାରିବେ। ଏଥିରେ କୌଣସି ସୁରକ୍ଷା ବନ୍ଧକ କିମ୍ବା ତୃତୀୟ ପକ୍ଷର ଗ୍ୟାରେଣ୍ଟି ନାହିଁ। ୭.୫ ଲକ୍ଷ ଟଙ୍କାରୁ ଅଧିକ ଋଣରେ ପିତାମାତା/ଅଭିଭାବକ ସହ-ଋରଗ୍ରାହୀ ଭାବେ ରହିବେ ଏବଂ ଆଖିଦୃଶିଆ ସୁରକ୍ଷା ବନ୍ଧକ ପାଇପାରିବେ।
ମାର୍ଜିନ୍: ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ମାର୍ଜିନ୍। ୪ ଲକ୍ଷରୁ ଅଧକ ଋଣରେ ଭାରତରେ ଅଧ୍ୟୟନ ପାଇଁ ୫% ଏବଂ ବିଦେଶରେ ଅଧ୍ୟୟନ ପାଇଁ ୧୫%
-ପାଠ୍ୟକ୍ରମ ଶେଷ ହେବାର ଗୋଟିଏ ବର୍ଷ ପରେ ଋଣ ପରିଶୋଧ ଆରମ୍ଭ ହୁଏ।
-ପରିଶୋଧ ଆରମ୍ଭ ହେବାର ୧୫ ବର୍ଷ ପରେ ପରିଶୋଧ କରିବାକୁ ହୁଏ।
-ଯଦି ଉଚ୍ଚଶିକ୍ଷା ପାଇଁ ଦ୍ବିତୀୟ ଋଣ ଆବଶ୍ୟକ ପଡ଼େ ତେବେ ଦ୍ୱିତୀୟ ପାଠ୍ୟକ୍ରମ ଶେଷ ହେବାପରେ ୧୫ ବର୍ଷ ମଧ୍ୟରେ ମିଳିତ ଋଣର ପରିମାଣ ପରିଶୋଧ କରିବାକୁ ପଡ଼ିଥାଏ।
-ଇଏମ୍ଆଇ ଜେନେରେସନ୍: ମାରାଟୋରିୟମ୍ ଅବଧି ଏବଂ ପାଠ୍ୟକ୍ରମ ଅବଧିରେ ଜମା ହୋଇଥିବା ସୁଧକୁ ମୂଳଧନ ଓ ପରିଶୋଧ ଅର୍ଥ ସହ ମିଶାଇ ସମାନ୍ତରାଳ ମାସିକ କିସ୍ତି (ଇଏମ୍ଆଇ)ର ମୂଲ୍ୟ ସ୍ଥିର କରାଯାଏ
-ଋଣ ପରିଶୋଧ ଆରମ୍ଭ ପୂର୍ବରୁ ଯଦି ସଂପୂର୍ଣ୍ଣ ସୁଧ ଦିଆଯାଇଥାଏ; ତେବେ କେବଳ ମୂଳଧନ ପରିମାଣକୁ ଆଧାର କରି ଇଏମ୍ଆଇ ସ୍ଥିର ହୁଏ
ଶିକ୍ଷା ଋଣ ସୁଧହାର: ବର୍ତ୍ତମାନ ଷ୍ଟେଟ୍ ବ୍ୟାଙ୍କର ଶିକ୍ଷା ଋଣ ସୁଧ ହାର ୮.୧୫% (ପରିବର୍ତ୍ତିତ ହାର/ ଫୋଟିଂରେଟ୍) ରହିଛି।
-୭.୫ ଲକ୍ଷ ଟଙ୍କା ଋଣରେ ସୁଧହାର ୧୧.୧୫% (ଫ୍ଲୋଟିଂ ରେଟ୍), ଛାତ୍ରୀଙ୍କ ପାଇଁ ୦.୫୦% ପର୍ଯ୍ୟନ୍ତ ରିହାତିର ସୁବିଧା ରହିଛି।
-୭.୫ ଲକ୍ଷ ଟଙ୍କାରୁ ଅଧିକ ଋଣରେ ସୁଧହାର ୧୧.୧୫%, ଛାତ୍ରୀଙ୍କ ପାଇଁ ୦.୫୦% ରିହାତି।
-ଏସବିଆଇ ରିନ୍ ରକ୍ଷା ଥିବା ଛାତ୍ର କିମ୍ବା ବ୍ୟାଙ୍କ ସପକ୍ଷରେ ଆସାଇନ୍ ହୋଇଥିବା ଅନ୍ୟ କୌଣସି ପଲିସି ଆଧାରରେ ଛାତ୍ରଙ୍କୁ ୦.୫୦% ରିହାତି ସୁଯୋଗ ଦିଆଯାଏ।ସେହିପରି ବିଭିନ୍ନ ବ୍ୟାଙ୍କର ଅଲଗା ଅଲଗା ସୁଧ ହାର ଓ ପଲିସି ରହିଥାଏ।
Follow Us