ନୂଆଦିଲ୍ଲୀ:  ଉପଭୋକ୍ତାଙ୍କ ଉପରେ ପୁଣି ମହଙ୍ଗା ମାଡ଼ ହୋଇଛି। ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ସଂଶୋଧିତ ହାର ଅନୁଯାୟୀ ୧ ସେପ୍ଟେମ୍ବରଠାରୁ ବ୍ୟବସାୟିକ  ଗ୍ୟାସ ସିଲିଣ୍ଡରର ଦରରେ ୩୯  ଟଙ୍କା ବୃଦ୍ଧି କରାଯାଇଛି।

Advertisment

ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସେପ୍ଟେମ୍ବର ୧ ରୁ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ବର୍ଦ୍ଧିତ ଦରରେ ଉପଲବ୍ଧ ହେବ। ତେବେ କମ୍ପାନୀଗୁଡିକ ୧୪ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି।

ଆଇଓସିଏଲ୍ ୱେବସାଇଟ୍ ଅନୁଯାୟୀ, ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ ହୋଇଛି।

 ଦିଲ୍ଲୀରେ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ଦର ୧୬୯୧.୫୦ ଟଙ୍କା ରହିଛି। ମୁମ୍ବାଇରେ ଏହାର ମୂଲ୍ୟ ୧୬୪୪ଟଙ୍କା ହୋଇଛି ।  ଏହାପୂର୍ବରୁ ଏହି ସିଲିଣ୍ଡର ମୁମ୍ବାଇରେ ୧୬୦୫ ଟଙ୍କାରେ ଉପଲବ୍ଧ ଥିଲା।

 କୋଲକାତାରେ ଏହି ସିଲିଣ୍ଡରର ମୂଲ୍ୟ ୧୭୬୪.୫୦ ରୁ ୧୮୦୨.୫୦ଟଙ୍କାକୁ ବୃଦ୍ଧି ପାଇଛି। ଚେନ୍ନାଇରେ ଏହି ସିଲିଣ୍ଡର ବର୍ତ୍ତମାନ ୧୮୫୫ ଟଙ୍କାରେ ଉପଲବ୍ଧ ହେଉଛି। ଏହାପୂର୍ବରୁ ଚେନ୍ନାଇରେ ୧୯ କିଲୋଗ୍ରାମ ସିଲିଣ୍ଡର ୧୮୧୭ ଟଙ୍କାରେ ବିକ୍ରି ହେଉଥିଲା। 

 

ଅଧିକ ପଢ଼ନ୍ତୁ: ନିର୍ବାଚନ ପାଇଁ ଅଭିବୃଦ୍ଧି କମିଲା: ୧୫ ମାସରେ ସର୍ବନିମ୍ନ

ସୂଚନା‌ଯୋଗ୍ୟ, ଅଗଷ୍ଟ ମାସରେ ଏଲପିଜି ଗ୍ୟାସର ମୂଲ୍ୟ ବୃଦ୍ଧି କରାଯାଇଥିଲା।  ସେତେବେଳେ କମ୍ପାନୀଗୁଡିକ ଏହାର ଦର ୮.୫୦ ଟଙ୍କା ବୃଦ୍ଧି କରିଥିଲେ କିନ୍ତୁ ଏଥର ଏହାକୁ ୩୯ ଟଙ୍କା ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ଜୁଲାଇ ମାସରେ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ଗ୍ୟାସ ସିଲିଣ୍ଡରର ଦର ୩୦ ଟଙ୍କା ହ୍ରାସ କରିଥିଲେ। ଫଳରେ ଦିଲ୍ଲୀରେ ଏହାର ଦର ୧୬୪୬ ଟଙ୍କା ହୋଇଥିଲା।

ଅଧିକ ପଢ଼ନ୍ତୁ: ପୁରୀ‌ରେ ଯାତ୍ରୀବାହୀ ରୋପ୍‌ୱେ ପାଇଁ ପ୍ରସ୍ତାବ