ଭଞ୍ଜନଗର: ‘ସମ୍ବାଦ’ ଜୟପୁର ସଂସ୍କରଣର ମୁଖ୍ୟ ନବୀନଚନ୍ଦ୍ର ସାହୁଙ୍କ ବାପା ଓ ଗଞ୍ଜାମଜିଲ୍ଲା ଭଞ୍ଜନଗର ବ୍ଲକ୍ ଗାମୁଣ୍ଡି ଗ୍ରାମର ବାସିନ୍ଦା ରମେଶ ଚନ୍ଦ୍ର ସାହୁ (୭୯)ଙ୍କର ଆଜି ପରଲୋକ ଘଟିଛି। ନିଜ ବାସଭବନରେ ସେ ଆଜି ଭୋର୍‌ ୩ଟାରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ତୁରନ୍ତ ତାଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଭୋର୍‌ ୫ଟାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ବାସ ତ୍ୟାଗ କରିଥି‌ଲେ। ତାଙ୍କ ବିୟୋଗରେ ଗାମୁଣ୍ଡି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଦିବଙ୍ଗତ ରମେଶ ଜଣେ ମିଷ୍ଟଭାଷୀ ଓ ପରୋପକାରୀ ବ୍ୟକ୍ତି ଭାବେ ପରିଚିତ ଥିବା ବେଳେ ଗ୍ରାମର ଅନେକ ଆଧ୍ୟାତ୍ମିକ ଏବଂ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ।

Advertisment

Gender: ଭାଙ୍ଗୁଛି ଲିଙ୍ଗଭିତ୍ତିକ ପେସାର ଧାରଣା

Series of accidents: ପୁଣି ସିରିଜ୍‌ ଦୁର୍ଘଟଣା: ପଞ୍ଜାବରେ କେନାଲକୁ ଖସିଲା କାର୍‌, ଶିକ୍ଷକ ଦମ୍ପତିଙ୍କ ମୃତ୍ୟୁ

 ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ଜାନକୀ ସାହୁ, ବଡ଼ପୁଅ ନବୀନ, ସାନପୁଅ ମଧୁସୂଦନ, ବୋହୂ ରାଜଶ୍ରୀ, ପୂଜା, ଝିଅ ସବିତା ଓ ଜ୍ବାଇଁ ସନାତନ ସାହୁଙ୍କ ସମେତ ନାତିନାତୁଣୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ। ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଶେଷ ଦର୍ଶନ କରିବା ସହ ଅନ୍ତିମ ଶୋଭାଯାତ୍ରାରେ ସାମିଲ ହୋଇଥି‌ଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ ଅଧ୍ୟକ୍ଷ ତଥା ପରିଚାଳନା ନି‌ର୍ଦ୍ଦେଶକ ସୌମ୍ୟରଞ୍ଜନ ପଟ୍ଟନାୟକ, ‘ସମ୍ବାଦ ଓ କନକ ନ୍ୟୁଜ୍‌’ର ସଂପାଦକ ତନୟା ପଟ୍ଟନାୟକ, ସିଓଓ ତଥା ପ୍ରକାଶକ କମଳାକାନ୍ତ ମହାପାତ୍ର, ବାର୍ତ୍ତା ସଂପାଦକ ଭବାନୀ ଶଙ୍କର ତ୍ରିପାଠୀ ଓ ମାନବସମ୍ବଳ ବିଭାଗ ମୁଖ୍ୟ ମହାପ୍ରବନ୍ଧକ ବୈଜୟନ୍ତୀ କରଙ୍କ ସମେତ ସମ୍ବାଦ ପରିବାରର ସମସ୍ତ କର୍ମକର୍ତ୍ତାଗଣ ଗଭୀର ଶୋକବ୍ୟକ୍ତ କରିଛନ୍ତି।