ଚଣ୍ଡୀଗଡ଼: ଉତ୍ତର ଭାରତରେ ଛାଇ ରହିଥିବା ଘନ କୁହୁଡ଼ିର ପ୍ରକୋପ ମଧ୍ୟରେ ହରିୟାଣାର ରେୱାଡ଼ି ଓ ରୋହତକ ଜିଲ୍ଲାରେ ରବିବାର ସକାଳେ ଏକାଧିକ ସଡ଼କ ଦୁର୍ଘଟଣା ଘଟିଛି। ଜାତୀୟ ରାଜପଥ ୩୫୨ରେ କମ୍ ଦୃଶ୍ୟମାନତା ଯୋଗୁଁ ଚାରିଟି ବସ୍ ପରସ୍ପର ସହ ଧକ୍କା ଖାଇଛନ୍ତି। ଏଥିରେ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ରୋହତକ ଜିଲ୍ଲାରେ ମେହମ୍ ଅଞ୍ଚଳରେ ୩୫-୪୦ ଗାଡ଼ି ମଧ୍ୟରେ ଧକ୍କା ହୋଇ ଅନେକ ଲୋକ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ି ମଧ୍ୟରେ ଅଧିକାଂଶ ଟ୍ରକ୍ ଓ କାର୍ ଥିବା ଜଣାପଡ଼ିଛି। ପ୍ରଥମେ ଏକ ଟ୍ରକ୍ ଓ କାର୍ ମଧ୍ୟରେ ଧକ୍କା ହେବା ପରେ ଅନ୍ୟ ଗାଡ଼ିଗୁଡ଼ିକ ପରସ୍ପରକୁ ଧକ୍କା ଦେଇଥିଲେ।
Sydney Terror Attack : ଦୁଇଟି ଆତଙ୍କବାଦୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଯାଇଥିବା ବ୍ୟକ୍ତି
ଦୁଇ ବସ୍ ମଧ୍ୟରେ ଧକ୍କା: ଛାତ୍ରୀ ମୃତ, ୧୮ ଆହତ
ଅନ୍ୟପକ୍ଷରେ ପଞ୍ଜାବର ମୋଗା ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆଜି ଏକ ଶିକ୍ଷକ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ଘନକୁହୁଡ଼ି ଯୋଗୁ ଦୃଶ୍ୟମାନତା ହ୍ରାସ ପାଇଥିବାବେଳେ ଶିକ୍ଷକ ଦମ୍ପତି ଯାଉଥିବା କାର୍ଟି କେନାଲକୁ ଖସିପଡ଼ିଥିଲା। ମୃତ ଶିକ୍ଷକ ୟଶ୍ କରନ ସିଂହ ଓ ତାଙ୍କ ପତ୍ନୀ କମଲଜିତ୍ କୌର ବୋଲି ଜଣାପଡ଼ିଛି। ପଞ୍ଜାବ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ କମଲଜିତ୍ଙ୍କର ସଙ୍ଗତପୁର ଗାଁରେ ନିର୍ବାଚନୀ ଦାୟିତ୍ବ ଥିଲା ଏବଂ ୟଶ୍ କରନ ପତ୍ନୀଙ୍କୁ ନେଇ ଯାଉଥିବାବେଳେ ରାସ୍ତା କଡ଼ରେ ଥିବା କେନାଲକୁ କାର୍ଟି ନିୟନ୍ତ୍ରଣ ହରାଇ ଖସି ପଡ଼ିଥିଲା। ଉଭୟ ପତି-ପତ୍ନୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ୟଶ୍ଙ୍କ ଘର ମନ୍ସା ଜିଲ୍ଲାରେ ଏବଂ ସେ ଜଣେ ଇଂରାଜୀ ଶିକ୍ଷକ ଥିଲେ। ଦମ୍ପତି ମୋଗା ଜିଲ୍ଲାରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।
CJI: ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ମଧ୍ୟସ୍ଥତା ପ୍ରଭାବଶାଳୀ ମାଧ୍ୟମ: ସିଜେଆଇ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/12/15/sfhhfsxvbvbxbv-2025-12-15-00-20-36.jpg)