Foreigners took away 1.6 lakh crores: ବିଦେଶୀ ନେଇଗଲେ ୧.୬ ଲକ୍ଷ କୋଟି: ୨୦୨୨ ପରେ ୨୦୨୫ ସବୁଠୁ ଖରାପ ବର୍ଷ

Advertisment

ବର୍ଷ ୨୦୨୫ ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଥିବା ବେଳେ ବିଦେଶୀ ନିବେଶକମାନଙ୍କ ପାଣ୍ଠି ପ୍ରତ୍ୟାହାର ଜାରି ରହିଛି। ୨୦୨୫ରେ ସେମାନେ ରେକର୍ଡ ୧.୬ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

ବର୍ଷ ୨୦୨୫ ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଥିବା ବେଳେ ବିଦେଶୀ ନିବେଶକମାନଙ୍କ ପାଣ୍ଠି ପ୍ରତ୍ୟାହାର ଜାରି ରହିଛି। ୨୦୨୫ରେ ସେମାନେ ରେକର୍ଡ ୧.୬ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି।

nse

ମୁମ୍ବାଇ: ବର୍ଷ ୨୦୨୫ ଆଉ କିଛି ଦିନ ପରେ ଶେଷ ହେବାକୁ ଯାଉଥିବା ବେଳେ ବିଦେଶୀ ନିବେଶକମାନଙ୍କ ପାଣ୍ଠି ପ୍ରତ୍ୟାହାର ଜାରି ରହିଛି। ୨୦୨୫ରେ ସେମାନେ ରେକର୍ଡ ୧.୬ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି। ଆମେରିକୀୟ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା, ଭୂରାଜନୈତିକ ସଙ୍କଟ, ବାଣିଜ୍ୟ ସମସ୍ୟା, ଆମେରିକା ସରକାରଙ୍କ ଶୁଳ୍କ ଭଳି ବିଭିନ୍ନ କାରଣ ପାଇଁ ସେମାନେ ଭାରତର ଇକ୍ବିଟି ବଜାରରୁ ପାଣ୍ଠି ପ୍ରତ୍ୟାହାର କରିଥିଲେ। ଭାରତ ଭଳି ଉଦୀୟମାନ ଦେଶରୁ ପାଣ୍ଠିକୁ ପ୍ରତ୍ୟାହାର କରି ସେମାନେ ବିକଶିତ ଦେଶରେ ଲଗାଇଥିଲେ, ଯେଉଁଠାରେ ସେମାନଙ୍କୁ ଅଧିକ ରିଟର୍ଣ୍ଣ ମିଳିବା ସମ୍ଭାବନା ରହିଛି।୨୦୨୬ରେ କିନ୍ତୁ ସ୍ଥିତି‌ରେ ସୁଧାର ହେବ ବୋଲି ବିଶେଷଜ୍ଞମାନେ ଆଶା କରୁଛନ୍ତି। 

Women's T20 : ମହିଳା ଟ୍ବେଣ୍ଟି-୨୦: ଶେଫାଳି, ସ୍ମୃତିଙ୍କ ଧାମାକା, ଶ୍ରୀଲଙ୍କାକୁ ୩୦ ରନରେ ହରାଇଲା ଭାରତ

୨୦୨୫ରେ ପଳାୟନ କରିଥିବା ବୈଦେଶିକ ପୋର୍ଟଫୋଲିଓ ନିବେଶକ (ଏଫପିଆଇ)ମାନେ ୨୦୨୬ରେ ‌ଭାରତକୁ ଫେରିବେ। ଆସନ୍ତା ବର୍ଷ ଦେଶର ଅର୍ଥନୈତିକ ଅଭିବୃଦ୍ଧି ଉଚ୍ଚା‌ ରହିବା ଆକଳନ କରାଯାଇଛି। ଏଥି ସହିତ ଆମେରିକା ସହ ବାଣିଜ୍ୟ ରାଜିନାମା ହେବାର ସମ୍ଭାବନା ମଧ୍ୟ ବଢ଼ିଛି। ଆମେରିକ ମଧ୍ୟ ସୁଧ କମ୍‌ କରିବାକୁ ଯାଉଛି। ଏ‌ହି ସବୁ ବିଷୟ ଭାରତର ଇକ୍ବିଟି ବଜାରକୁ ବିଦେଶୀ ନିବେଶକମାନଙ୍କ ପାଇଁ ପୁଣି ଆକର୍ଷଣୀୟ କରିବ ବୋଲି ଏଲାରା ସିକ୍ୟୁରିଟିଜ୍‌ ଇଣ୍ଡିଆର ଅର୍ଥନୀତିଜ୍ଞ ଗରିମା କପୁର କହିଛନ୍ତି। 

Family Conflict: କୀଟନାଶକ ପିଇ ଦମ୍ପତି ମୃତ,୫ ବର୍ଷର ଶିଶୁପୁତ୍ର ଗୁରୁତର

ଡିପୋଜିଟୋରି ତଥ୍ୟ ଅନୁସାରେ ଏଫ୍‌ପିଆଇମାନେ ୨୦୨୫ରେ ଭାରତୀୟ ଇକ୍ବିଟି ବଜାରରୁ ୧.୫୮ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଥିବା ବେଳେ ଡେବ୍‌ଟ ବଜାରରେ ୫୯ ହଜାର କୋଟି ଟଙ୍କା ନିବେଶ କରିଥିଲେ। ବିଦେଶୀ ନିବେଶକଙ୍କ ପାଣ୍ଠି ପ୍ରତ୍ୟାହାର ଦୃଷ୍ଟିରୁ ୨୦୨୫ ଏକ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ଏହାପୂର୍ବରୁ ୨୦୨୨ରେ ସେମାନେ ‌୧.୨୧ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଥିଲେ। ୨୦୨୩ରେ କିନ୍ତୁ ସେମାନେ ଜବରଦସ୍ତ ୧.୭୧ ଲକ୍ଷ କୋଟି ଟଙ୍କା ନିବେଶ କରିଥିଲେ। ୨୦୨୪ରେ ନିବେଶ ପରିମାଣ ମାତ୍ର ୪୨୭ କୋଟି ଟଙ୍କା ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe