ପୁରୀ: ୨୦୩୬ ସୁଦ୍ଧା ଜୀବାଶ୍ମ ଇନ୍ଧନ ଶକ୍ତି ଉତ୍ପାଦନ ଓ ବ୍ୟବହାର କମାଇ ଆମ ରାଜ୍ୟ ସବୁଜ ଶକ୍ତି ରାଜ୍ୟ ଭାବେ ଉଭା ହେବ ବୋଲି ପୁରୀଠାରେ ଆୟୋଜିତ ବିଶ୍ବ ଶକ୍ତି ନେତା ସମ୍ମିଳନୀ (ଗେଲ୍ସ) - ୨୦୨୫କୁ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶକ୍ତି କ୍ଷେତ୍ରରେ ଓଡ଼ିଶା ନିଜର ଭବିଷ୍ୟତ ପିଢ଼ି ଉପରେ ବିନିଯୋଗ କରୁଛି। ୨୦୧୪ ପୂର୍ବରୁ ସାରା ଦେଶରେ ଘରୋଇ ଗ୍ରାହକ ଏବଂ ଶିଳ୍ପକୁ ନିରନ୍ତର ବିଦ୍ୟୁତ୍ ଯୋଗାଣ ଏକ ଚ୍ୟାଲେଞ୍ଜ ଥିଲା। ଘରୋଇ ଚାହିଦା ପୂରଣ କରିବା ପାଇଁ ବିଦ୍ୟୁତ୍ ଉତ୍ପାଦନ ଯଥେଷ୍ଟ ନଥିଲା। ଗ୍ରାମାଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ବିଭ୍ରାଟ ସାଧାରଣ ଘଟଣା ଥିଲା। ବିଦ୍ୟୁତ୍ ଉତ୍ପାଦନରେ ହ୍ରାସ ଦେଶର ଶିଳ୍ପ ଏବଂ ବାଣିଜ୍ୟକୁ ମଧ୍ୟ ପ୍ରଭାବିତ କରୁଥିଲା। କିନ୍ତୁ ଗତ ଦଶନ୍ଧିରେ ଏସବୁରେ ଉନ୍ନତି ଆସିଛି ଏବଂ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଶକ୍ତି ମନ୍ତ୍ରଣାଳୟର ଦୂରଦୃଷ୍ଟି ସମ୍ପନ୍ନ ପଦକ୍ଷେପ ଦ୍ୱାରା ଏହା ସମ୍ଭବ ହୋଇଛି। ଆମ ସରକାର ୨୦୭୦ ସୁଦ୍ଧା ନିଟ୍ ଶୂନ ଅଙ୍ଗାରକ ନିର୍ଗମନ (ନିଟ୍ ଜିରୋ କାର୍ବନ୍ ଏମିସନ୍) ହାସଲ କରିବା ପାଇଁ ଏକ ଦୀର୍ଘକାଳୀନ ଲକ୍ଷ୍ୟ ଧାର୍ଯ୍ୟ କରିଛି ଏବଂ ଏହି ଦାୟିତ୍ବକୁ ହାସଲ କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗେଲ୍ସ ୨୦୨୫ ହେଉଛି କେନ୍ଦ୍ର, ରାଜ୍ୟ, ଶିଳ୍ପ, ଗବେଷକ, ଅନୁଷ୍ଠାନ ଏବଂ ବିଶ୍ୱର ଶକ୍ତି ବିଶେଷଜ୍ଞମାନଙ୍କୁ ଏକତ୍ରିତ କରି ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ଓ ସ୍ଥାୟିତ୍ୱ ହାସଲ କରିବା ପାଇଁ ଏକ ଅଭିନବ ପ୍ରୟାସ। ଏହା ହେଉଛି ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଏକ ସ୍ପଷ୍ଟ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ପ୍ରଥମ ସର୍ବଭାରତୀୟ ପଦକ୍ଷେପ।
Konark: କୋଣାର୍କରେ ‘ପଥ ଉତ୍ସବ’, ଯୋଗଦେଲେ ଶତାଧିକ କଳାକାର
ଓଡ଼ିଶା ପାଇଁ ଦେଢ଼ଲକ୍ଷ ସୂର୍ଯ୍ୟଘର ଅନୁମୋଦିତ: କେନ୍ଦ୍ରମନ୍ତ୍ରୀ
୨୦୩୬ ସୁଦ୍ଧା ରାଜ୍ୟ ହେବ ଗ୍ରିନ୍ ଏନର୍ଜି ହବ୍: ମୁଖ୍ୟମନ୍ତ୍ରୀ
କାର୍ଯ୍ୟକ୍ରମରେ କେନ୍ଦ୍ର ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ନବୀକରଣ ଯୋଗ୍ୟ ଶକ୍ତିରେ ଓଡ଼ିଶାର ପ୍ରଗତି ନିମନ୍ତେ ଧନ୍ୟବାଦ ଜଣାଇଥିଲେ। ସେ ରାଜ୍ୟ ପାଇଁ ଦେଢ଼ ଲକ୍ଷ ସୂର୍ଯ୍ୟ ଘର ଅନୁମୋଦନ ଘୋଷଣା କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଭାରତର ସୌରଶକ୍ତି କ୍ଷମତା ୨୦୧୪ରେ ୨.୮ ଗିଗାୱାଟରୁ ବର୍ତ୍ତମାନ ୧୩୦ ଗିଗାୱାଟକୁ ବୃଦ୍ଧିପାଇଛି। ସେ ଭାରତର ସ୍ୱଚ୍ଛ ଶକ୍ତି ପରିବର୍ତ୍ତନକୁ ସୁଦୃଢ଼ କରିବାରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଥିଲେ। ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍ ଟୋନି ବ୍ଲେୟାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମାରୋହକୁ ସମ୍ବୋଧିତ କରି ଓଡ଼ିଶାକୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ଯେତେବେଳେ ଗୋଟିଏ ସରକାର କାର୍ଯ୍ୟ କରେ ସେତେବେଳେ ଶକ୍ତି ପରିବର୍ତ୍ତନ ସଫଳ ହୁଏନାହିଁ, କିନ୍ତୁ ଯେତେବେଳେ ସମୟ ସହିତ ଅନେକ ସରକାର ସମାନ ଦିଗରେ କାର୍ଯ୍ୟ କରନ୍ତି ସେତେବେଳେ ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ ଉଦ୍ୟମ ସଫଳ ହୁଏ। ଏହା ହିଁ ଗେଲ୍ସର ଉଦ୍ଦେଶ୍ୟ। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ, କୋଣାର୍କ ସୂର୍ଯ୍ୟମନ୍ଦିର ଆମକୁ ମନେ ପକାଇ ଦିଏ ଯେ ଶକ୍ତି ସହିତ ଭାରତର ସମ୍ପର୍କ ଶତାବ୍ଦୀ ଧରି ଆମ ସଭ୍ୟତାର ଏକ ଅଂଶ ହୋଇଆସିଛି। ୨୦୩୦ ସୁଦ୍ଧା, ଆମେ ଶିଳ୍ପ ଏବଂ କୃଷିରେ ଅକ୍ଷୟ ଶକ୍ତି ବ୍ୟବହାର କରି ବ୍ୟାପକ ପରିବର୍ତ୍ତନ ପାଇଁ ଲକ୍ଷ୍ୟ ରଖିଛୁ। ୨୦୩୬ ସୁଦ୍ଧା, ଯେତେବେଳେ ଓଡ଼ିଶା ୧୦୦ ବର୍ଷ ପୂରଣ କରିବ, ଆମେ ସ୍ୱଚ୍ଛ ଶକ୍ତି, ଉତ୍ପାଦନ ଏବଂ ସବୁଜ ହାଇଡ୍ରୋଜେନର ଅଗ୍ରଣୀ କେନ୍ଦ୍ର ହେବାକୁ ଉଦ୍ୟମ ଆରମ୍ଭ କରିଛୁ ବୋଲି ସେ କହିଥିଲେ।
Indian Railways: ହାଓଡ଼ା-ସିଆଲଦା ସମେତ ପ୍ରମୁଖ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ୍ ସେବା ଯୋଗାଇବ ଉତ୍ତର ପୂର୍ବ ରେଳପଥ
ଏହି ଅବସରରେ ଦିଲ୍ଲୀର ଶକ୍ତି ମନ୍ତ୍ରୀ ଆଶିଷ ସୁଦ, ରାଜସ୍ଥାନର ଶକ୍ତି ମନ୍ତ୍ରୀ ହୀରାଲାଲ ନାଗର, ମୁଖ୍ୟ ସଚିବ ମନୋଜ ଆହୁଜା, ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବ, ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ୍ ଫର ଗ୍ଲୋବାଲ୍ ଚେଞ୍ଜ୍ର ବରିଷ୍ଠ ଶକ୍ତି ପରାମର୍ଶଦାତା ପିଅରେ ନୋଏଲ, କାନପୁର ଆଇଆଇଟିର ସେଣ୍ଟର ଫର ଏନର୍ଜି ରେଗୁଲେସନ୍ ଆଣ୍ଡ ଏନର୍ଜି ଆନାଲିଟିକ୍ସ ଲ୍ୟାବର ମୁଖ୍ୟ ପ୍ରଫେସର ଅନୁପ ସିଂହ ପ୍ରମୁଖ ମଞ୍ଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/07/adggadgdzvc-2025-12-07-02-59-23.jpg)