ଭୁବନେଶ୍ବର: ଫେବ୍ରୁଆରି ମାସର ଶେଷ ଦିନରେ ସୁନା ଓ ରୁପା ଦରରେ ବଡ଼ବୃଦ୍ଧି ଦେଖିବାକୁ ମିଳିଛି। ଶନିବାର ରୁପା ଦର କିଲୋଗ୍ରାମ୍ ପିଛା ୨୫ ହଜାର ଟଙ୍କା ବଢ଼ି ୩,୨୦,୦୦୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଆଜି ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୭୧୪୦ ଟଙ୍କା ବୃଦ୍ଧି ଘଟି ୧,୬୮,୭୧୦ ଟଙ୍କାରେ ପହଞ୍ଚିଛି। ୨୨ କ୍ୟାରେଟ୍ ସୁନା ଦର ୬୫୫୦ ଟଙ୍କା ବୃଦ୍ଧି ପାଇ ୧,୫୪,୬୫୦ ଟଙ୍କା ହୋଇଛି।
ଫେବ୍ରୁଆରି ମାସର ରୁପା ଦର ଉପରେ ନଜର ପକାଇଲେ ଜଣାଯାଏ ଯେ ଚଳିତମାସ ୧ ତାରିଖରେ ଏହି ଧାତୁ ମୂଲ୍ୟ କିଲୋଗ୍ରାମ ପିଛା ମଧ୍ୟ ୩,୨୦,୦୦୦ ଟଙ୍କାରେ ରହିଥିଲା। ତେଣୁ ଆଜି ସେହି ସମାନ ସ୍ତରରେ ରହିଛି। ଗତ ୧୮ ତାରିଖରେ ରୁପା ଦର ୨,୬୦,୦୦୦ ଟଙ୍କାରେ ରହିଥିଲା। ସେହିଭଳି ଜାନୁଆରି ମାସ ଆରମ୍ଭରେ ରୁପା ଦର କିଲୋଗ୍ରାମ ପିଛା ୨,୫୬,୦୦୦ ଟଙ୍କା ଥିଲା। ତେଣୁ ଚଳିତବର୍ଷର ପ୍ରଥମ ଦୁଇ ମାସରେ ରୁପା ଦର ୬୪ ହଜାର ଟଙ୍କା ବା ୨୫ ପ୍ରତିଶତ ମହଙ୍ଗା ହୋଇଛି।
ଆହୁରି ପଢ଼ନ୍ତୁ: Gold, silver prices rise: ଶୁଳ୍କ ଅନିଶ୍ଚିତତା ପ୍ରଭାବରେ ସୁନା, ରୁପା ମୂଲ୍ୟରେ ବୃଦ୍ଧି
ସେହିଭଳି ସୁନା ଦର ଫେବ୍ରୁଆରି ମାସରେ ୫.୦୬ ପ୍ରତିଶତ ମହଙ୍ଗା ହୋଇଛି। ଫେବ୍ରୁଆରି ପହିଲାରେ ୨୪ ଓ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ଯଥାକ୍ରମେ ୧,୬୦,୫୮୦ ଟଙ୍କା ଏବଂ ୧,୪୭,୨୦୦ ଟଙ୍କା ଥିଲା। ଜାନୁଆରି ପହିଲାରେ ଏହି ଦର ଯଥାକ୍ରମେ ୧,୩୫,୦୬୦ ଏବଂ ୧,୨୩,୮୦୦ ଟଙ୍କା ଥିଲା। ତେଣୁ ଚଳିତବର୍ଷର ପ୍ରଥମ ଦୁଇ ମାସରେ ସୁନା ଦର ପାଖାପାଖି ୨୫ ପ୍ରତିଶତ ମହଙ୍ଗା ହୋଇଛି।
Follow Us