ମୁମ୍ବାଇ : ଦେଶର ସର୍ବବୃହତ ଘରୋଇ ବ୍ୟାଙ୍କ HDFC ବ୍ୟାଙ୍କ ତାର ସମସ୍ତ ଗ୍ରାହକଙ୍କ ପାଇଁ ଏକ ନୂତନ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ଜାରି କରିଛି। ଏହି ବ୍ୟାଙ୍କର UPI ସେବା ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୧୩ ତାରିଖରେ ଅସ୍ଥାୟୀ ଭାବରେ କିଛି ସମୟ ବନ୍ଦ ରହିବ। ସେହିପରି ଡିସେମ୍ବର ୨୧ ତାରିଖରେ ବି ୟୁପିଆଇ ସେବା କିଛି ସମୟ ପାଇଁ ବନ୍ଦ ରହିବ । ବ୍ୟାଙ୍କ ଏହାର ସିଷ୍ଟମକୁ ଅପଡେଟ୍ ଏବଂ ଉନ୍ନତ କରିବା ପାଇଁ ଡିସେମ୍ବର ୨୦୨୫ରେ ଦୁଇଟି ମେଣ୍ଟେନାନ୍ସ ସମୟ ଘୋଷଣା କରିଛି, ଯାହା ଫଳରେ ୟୁପିଆଇ ସେବାକୁ ସାମୟିକଭାବେ ସ୍ଥଗିତ ରଖଯିବ। ଏହି ସିଷ୍ଟମ ମେଣ୍ଟେନାନ୍ସ କାର୍ଯ୍ୟର ଉଦ୍ଦେଶ୍ୟ ହେଉଛି ସିଷ୍ଟମକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତରେ ସେବାରେ ବ୍ୟାଘାତକୁ କମ କରିବା।
ଆହୁରି ପଢନ୍ତୁ :gautam gambhir handshake: ଭାଇରାଲ ହେଉଛି ଗମ୍ଭୀରଙ୍କ 'ଗମ୍ଭୀର' ଶୈଳୀ
ବନ୍ଦ ରହିବା ସମୟ
ଏଚଡିଏଫସିର ୟୁପିଆଇ ସେବା ଆସନ୍ତାକାଲି (ଶନିବାର) ସକାଳ ୨:୩୦ରୁ ସକାଳ ୬:୩୦ ପର୍ଯ୍ୟନ୍ତ ବନ୍ଦ ରହିବ। ତେଣୁ, ଲୋକମାନେ ଆସନ୍ତାକାଲି ମୋଟ ୪ ଘଣ୍ଟା ପାଇଁ ବ୍ୟାଙ୍କର ୟୁପିଆଇ ସେବା ବ୍ୟବହାର କରିପାରିବେ ନାହିଁ। ସେହିପରି ଡିସେମ୍ବର ୨୧ ତାରିଖ (ରବିବାର)ରେ ବ୍ୟାଙ୍କର ୟୁପିଆଇ ସେବା ମଧ୍ୟ ବନ୍ଦ ରହିବ। ଡିସେମ୍ବର ୨୧ ତାରିଖରେ ୟୁପିଆଇ ସେବା ରାତି ୨:୩୦ ରୁ ସକାଳ ୬:୩୦ ପର୍ଯ୍ୟନ୍ତ ବନ୍ଦ ରହିବ।
ଆହୁରି ପଢନ୍ତୁ :Ayush Jain's UPSC Journey: ଇଞ୍ଜିନିୟରିଂ ଡିଗ୍ରୀ ସହ ମିଳିଥିଲା ଚାକିରି, ଜାଣନ୍ତୁ କାହିଁକି ୟୁପିଏସସି ପାଇଁ ମନ ବଳାଇଥିଲେ ଆୟୁଷ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/12/hdfcbnkupi-2025-12-12-16-15-14.jpg)