ନୂଆଦିଲ୍ଲୀ: ଭାରତୀୟ ପରିବାରଗୁଡ଼ିକ ପାଖରେ ଯେତିକି ପରିମାଣର ସୁନା ରହିଛି ତାହା ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)ଠାରୁ ଅଧିକ। ଗୃହିଣୀମାନଙ୍କ ପାଖରେ ୩୪,୬୦୦ ଟନ୍‌ ସୁନା ଥିବା ଆକଳନ କରାଯାଇଛି। ତାହାର ମୂଲ୍ୟ ହେଉଛି ପାଖାପାଖି ୪୫୦ ଲକ୍ଷ କୋଟି ଟଙ୍କା। ଡଲାର ହିସାବରେ ତାହା ୫ ଟ୍ରିଲିଅନ୍‌ ଡଲାରରୁ ଅଧିକ। ଏହା ଭାରତୀୟ ଜିଡିପି ୪.୧ ଟ୍ରିଲିଅନ୍‌ ଡଲାର(୩୭୦ ଲକ୍ଷ କୋଟି ଟଙ୍କା) ଠାରୁ ଯଥେଷ୍ଟ ଅଧିକ। ଗତ କିଛି ଦିନ ମଧ୍ୟରେ ସୁନା ମୂଲ୍ୟରେ ହୋଇଥିବା ଅହେତୁକ ବୃଦ୍ଧି ପ୍ରଭାବରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି।

Advertisment

Story Of Jagannath: ‘କଳା ବାନ୍ଧବ’: ମନ ଜିଣୁଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କୁନି ମୀରାର ଅଭିମାନ ଭରା କାହାଣୀ…

ଇନ୍‌ଫୋମେରିକ୍ସ ଭାଲୁଏସନ୍‌ ଆଣ୍ଡ୍‌ ରେଟିଂସ୍‌ର ମୁଖ୍ୟ ଅର୍ଥନୀତିଜ୍ଞ ଡ. ମ‌ନୋରଞ୍ଜନ ଶର୍ମା କହିଛନ୍ତି ଯେ ଏହି ତଥ୍ୟ ଭାରତୀୟ ଅର୍ଥନୀତିରେ ସୁନାର ସାଂସ୍କୃତିକ, ଆର୍ଥିକ ଓ ମନୋବୈଜ୍ଞାନିକ ମହତ୍ବକୁ ଦର୍ଶାଉଛି। ଲୋକମାନଙ୍କ ପାଖରେ ଥିବା ୭୫-୮୦ ପ୍ରତିଶତ ସୁନା ହେଉଛି ଗହଣା। ତାହାକୁ ଦୀର୍ଘକାଳୀନ ସଞ୍ଚୟ ଓ ପରମ୍ପରାର ମହତ୍ବକୁ ଦୃଷ୍ଟିରେ ସେମାନେ ରଖିଛନ୍ତି। ଏହାକୁ ଲୋକମାନେ ବିକ୍ରି କରନ୍ତି ନାହିଁ। ସେଥିପାଇଁ ଦର ବଢ଼ିଲେ ଲୋକମାନଙ୍କ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପଡ଼ିନଥାଏ। 

Russia-Ukraine War : ପୁଟିନଙ୍କ ଘର ଉପରେ ଡ୍ରୋନ ଆକ୍ରମଣ !

ଦେଶରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ମଧ୍ୟ ବିପୁଳ ସୁନା ରହିଛି। ୨୦୨୪ରେ ଆର୍‌ବିଆଇ ୭୫ ଟନ୍‌ ସୁନା କିଣିଥିଲା। ବର୍ତ୍ତମାନ ତାର ଭଣ୍ଡାରରେ ପାଖାପାଖି ୮୮୦ ଟନ୍‌ ସୁନା ରହିଛି; ଯାହା ଗଚ୍ଛିତ ବୈଦେଶିକ ମୁଦ୍ରା ଭଣ୍ଡାର ପ୍ରତି ୧୪ ପ୍ରତିଶତ ଯୋଗଦାନ ଦେଉଛି। କେବଳ ଭାରତ ନୁହେଁ ଚୀନ୍‌ର କେନ୍ଦ୍ରୀୟ ବ୍ୟାଙ୍କ ‘ପିପୁଲ୍‌ସ ବ୍ୟାଙ୍କ ଅଫ୍‌ ଚୀନ’ ମଧ୍ୟ ବିପୁଳ ପରିମାଣର ସୁନା କିଣୁଛି। ଏହି ଆକଳନରେ କିନ୍ତୁ ସୁନା ଦୋକାନ ବା ସୋ-ରୁମ୍‌ରେ ଥିବା ସୁନାକୁ ବିଚାରକୁ ନିଆଯାଇନାହିଁ।