FTA: ରାଜିନାମା ଚୂଡ଼ାନ୍ତ, ସ୍ବାକ୍ଷର ହୋଇନି

Advertisment

ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଐତିହାସିକ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ହୋଇଛି। କେଉଁ ଜିନିଷ ଉପରେ ଶୁଳ୍କ କେତେ ରହିବ, ସେହି ଜଟିଳ ପ୍ରକ୍ରିୟାକୁ ଉଭୟ ପକ୍ଷ ସଫଳତାର ସହ ସମାଧାନ କରିଛନ୍ତି।

ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଐତିହାସିକ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ହୋଇଛି। କେଉଁ ଜିନିଷ ଉପରେ ଶୁଳ୍କ କେତେ ରହିବ, ସେହି ଜଟିଳ ପ୍ରକ୍ରିୟାକୁ ଉଭୟ ପକ୍ଷ ସଫଳତାର ସହ ସମାଧାନ କରିଛନ୍ତି।

FTA

ନୂଆଦିଲ୍ଲୀ: ଭାରତ ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଐତିହାସିକ ବାଣିଜ୍ୟ ରାଜିନାମା ଚୂଡ଼ାନ୍ତ ହୋଇଛି। କେଉଁ ଜିନିଷ ଉପରେ ଶୁଳ୍କ କେତେ ରହିବ, ସେହି ଜଟିଳ ପ୍ରକ୍ରିୟାକୁ ଉଭୟ ପକ୍ଷ ସଫଳତାର ସହ ସମାଧାନ କରିଛନ୍ତି। ୧୮ ବର୍ଷ ଧରି ଚାଲିଥିବା ମୁଲଚାଲ ଶେଷରେ ସଫଳ ହୋଇଛି। ଯଦିଓ ଏହି ରାଜିନାମା ଚୂଡ଼ାନ୍ତ ହୋଇଛି, କିନ୍ତୁ ତାହା ସ୍ବାକ୍ଷର ହୋଇନାହିଁ। ତେଣୁ ରାଜିନାମା କାର୍ଯ୍ୟକାରୀ ହେବା ଲାଗି କିଛି ମାସ ଅପେକ୍ଷା କରିବାକୁ ପଡ଼ିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁରୋପୀୟ କମିସନର ସଭାପତି ଉର୍ସୁଲା ଭନ ଡେର୍‌ ଲିୟନ ଓ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟା ସ୍ବାକ୍ଷର କରିଥିବା ଦସ୍ତାବିଜ ଏକ ଆଇନଗତ ରାଜିନାମା ନୁହେଁ। ଚୂଡ଼ାନ୍ତ ହୋଇଥିବା ରାଜିନାମାକୁ ଉଭୟ ପକ୍ଷ ବୈଷୟିକ ଓ ଆଇନଗତ ଦୃଷ୍ଟିରୁ ଅନୁଶୀଳନ କରିବେ। ସେହି ପ୍ରକ୍ରିୟା ୫-୬ ମାସ ଚାଲିବ। ଆସନ୍ତା ଦୁଇ ସପ୍ତାହରେ ରାଜିନାମାକୁ ସ୍ପଷ୍ଟ ଭାବେ ପ୍ରସ୍ତୁତ କରି ଆଇନଗତ ତର୍ଜମା ପାଇଁ ପଠାଯିବ। ରାଜିନାମାର ଚିଠାକୁ ୟୁରୋପୀୟ ସଂଘ ଅଧୀନରେ ଥିବା ସବୁ ରାଷ୍ଟ୍ରର ସ୍ଥାନୀୟ ଭାଷାରେ ଅନୁବାଦ କରାଯବ। ଏହାପରେ ଆହୁରି ଅନେକ ପ୍ରକ୍ରିୟା ରହିଛି ଯାହା ଶେଷ ହେବା ପରେ ହିଁ ରାଜିନାମା ସ୍ବାକ୍ଷର ହୋଇପାରିବ।

ରାଜିନାମା ସ୍ବାକ୍ଷର ହେବା ପରେ ମଧ୍ୟ ସବୁ କାମ ସରିଯିବ ନାହିଁ। ତାହା କାର୍ଯ୍ୟକାରୀ ହେବା ଲାଗି ଅନୁମୋଦିତ ହେବା ଦରକାର। ଭାରତରେ କ୍ୟାବିନେଟ୍‌ କମିଟିରେ ଉକ୍ତ ରାଜିନାମାକୁ ଅନୁମୋଦନ ଆବଶ୍ୟକ। ୟୁରୋପୀୟ ସଂଘରେ ତାହାକୁ ସେଠାକାର ସଂସଦରେ ଅନୁମୋଦନ ଦରକାର ପଡ଼ିବ। ଅଧିକାରୀମାନେ ଆଶା କରୁଛନ୍ତି ଯେ ଚଳିତ ବର୍ଷ ଏହି ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି। କିନ୍ତୁ ତାହା କାର୍ଯ୍ୟକାରୀ ହେବା ଲାଗି ୨୦୨୭ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ।

ଆହୁରି ପଢ଼ନ୍ତୁ: Soumya Ranjan Patnaik: ମହାପ୍ରଭୁ ଜଗନ୍ନାଥ ସର୍ବଶ୍ରେଷ୍ଠ ଅସ୍ମିତାର ପ୍ରମାଣ: ସୌମ୍ୟରଂଜନ

ଏହି ରାଜିନାମାକୁ ନେଇ ଉଭୟ ପକ୍ଷ ୨୦୦୭ରେ ଆଲୋଚନା ଆରମ୍ଭ କରିଥିଲେ। କିଛି ଦିନ ଦୂର ଆଗକୁ ବଢ଼ିବା ପରେ ତାହା ହଠାତ୍‌ ଅଟକି ଯାଇଥିଲା। ବହୁ ବର୍ଷ ପର୍ଯ୍ୟନ୍ତ କେହି ସେଥିପ୍ରତି ଧ୍ୟାନ ଦେଇନଥିଲେ। ୨୦୨୨ରେ ପୁଣି ଥରେ ରାଜିନାମାକୁ ନେଇ ମୁଲଚାଲ ଆଗକୁ ବଢ଼ିଥିଲା। ଭାରତ ସମେତ ବିଭିନ୍ନ ଦେଶ ଉପରେ ଆମେରିକା ରାଷ୍ଟ୍ରପତି ଶୁଳ୍କ ଲଗାଉଥିବାରୁ ଏବେ ଦ୍ବିପାକ୍ଷିକ ବାଣିଜ୍ୟ ରାଜିନାମା ଦେଶଗୁଡ଼ିକ ପାଇଁ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ୟୁ‌ରୋପୀୟ ସଂଘ ଅଧୀନରେ ୨୭ଟି ରାଷ୍ଟ୍ର ଥିବାରୁ ଭାରତର ରପ୍ତାନିକାରୀମାନଙ୍କୁ ଏକ ବୃହତ୍‌ ବଜାର ମିଳିପାରିବ। ଆମେରିକାର ଶୁଳ୍କ ଦ୍ବାରା ପ୍ରଭାବିତ ରପ୍ତାନିକାରୀମାନେ ନୂତନ ବଜାର ଜରିଆରେ ସେମାନଙ୍କ ଜିନିଷ ବିକ୍ରି କରିପାରିବେ। ଏହି ରାଜିନାମାରୁ ପ୍ରଫେସନାଲମାନେ ମଧ୍ୟ ଉପକୃତ ହେବେ। ପୂର୍ବରୁ ବ୍ରିଟେନ ସହ ଭାରତ ସରକାର ବାଣିଜ୍ୟ ରାଜିନାମା ଘୋଷଣା କରିଛନ୍ତି। ବ୍ରିଟେନ ପରେ ଇୟୁ ସହ ରାଜିନାମା ଚୂଡ଼ାନ୍ତ ହୋଇଥିବାରୁ ଆଗକୁ ଭାରତୀୟ ଜିନିଷଗୁଡ଼ିକ ସମଗ୍ର ୟୁରୋପରେ ଉପଲବ୍ଧ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe