ନୂଆଦିଲ୍ଲୀ: ଭାରତୀୟ ଡାକ ବିଭାଗ ଖୁବ୍ ଶୀଘ୍ର ବଡ଼ ନିଯୁକ୍ତି ଘୋଷଣା କରିବାକୁ ଯାଉଛି। ଡାକ ବିଭାଗ ଇଣ୍ଡିଆ ପୋଷ୍ଟ ଜିଡିଏସ ନିଯୁକ୍ତି ୨୦୨୪ରେ ବିଭିନ୍ନ ପଦବୀ ପାଇଁ ଏକ ଅଧିସୂଚନା ପ୍ରକାଶ କରିବ ।

Advertisment

ଏହି ଅଧିସୂଚନା ଗ୍ରାମୀଣ ଡାକ ସେବା (ଜିଡିଏସ୍)ର ୪୦୦୦୦ ପଦବୀରେ ନିଯୁକ୍ତି ପାଇଁ ହେବ। ଯେଉଁଥିରେ ଶାଖା ପୋଷ୍ଟ ମାଷ୍ଟର୍ସ (ବିପିଏମ୍), ଆସିଷ୍ଟାଣ୍ଟ ଶାଖା ପୋଷ୍ଟ ମାଷ୍ଟର୍ସ (ଏବିପିଏମ୍), ଡାକ ସେବକ ଏବଂ ଶାଖା ଡାକଘର (ବିପିଓ) ସାମିଲ ରହିଛି । ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବୁକି ଏହି ପଦବୀ ପାଇଁ ଯେଉଁ ପ୍ରାର୍ଥୀମାନେ କେବଳ ଅନଲାଇନରେ ଆବେଦନ କରିଥିବେ ତାହାକୁ ଇଣ୍ଡିଆ ପୋଷ୍ଟ ନିଯୁକ୍ତି ୨୦୨୪ ପାଇଁ ଗ୍ରହଣ କରାଯିବ।

ଇଣ୍ଡିଆ ପୋଷ୍ଟ ଜିଡିଏସ ନିଯୁକ୍ତି ୨୦୨୪ ପାଇଁ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଦ୍ୟାଳୟ ଶିକ୍ଷା ବୋର୍ଡରୁ ଦଶମ ପାସ୍ କରିଥିବେ। ପ୍ରାର୍ଥୀଙ୍କ ଦଶମ ଶ୍ରେଣୀରେ ଇଂରାଜୀ ଥିବା ବାଧ୍ୟତାମୂଳ । ଏହାବ୍ୟତୀତ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ହିନ୍ଦୀ ବିଷୟରେ ମଧ୍ୟ ଅଧ୍ୟୟନ କରିଥିବା ଜରୁରୀ ରହିଛି। ଏହି ପୋଷ୍ଟ ପାଇଁ ଆବେଦନ କରିବାର ବୟସ ସୀମା ୧୮ ରୁ ୪୦ ବର୍ଷ ମଧ୍ୟରେ ରହିଛି।

ଜିଡିଏସ ନିଯୁକ୍ତି ୨୦୨୪ ପାଇଁ ଯୋଗ୍ୟତା ତାଲିକା ପ୍ରାର୍ଥୀଙ୍କ ଅନଲାଇନ୍ ଆବେଦନ ଉପରେ ଆଧାରିତ ହେବ। ଦଶମ ଶ୍ରେଣୀ ପରୀକ୍ଷାରେ ପ୍ରାର୍ଥୀଙ୍କ ପ୍ରଦର୍ଶନ ଆଧାରରେ ଚୂଡ଼ାନ୍ତ ଚୟନ କରାଯିବ।