ନୂଆଦିଲ୍ଲୀ: ଭାରତକୁ ଏକ ଗରିବ ଦେଶରୁ ନିମ୍ନ ମଧ୍ୟବିତ୍ତଙ୍କ ଦେଶ ଭାବେ ପରିଚୟ ହାସଲ କରିବାକୁ ଦୀର୍ଘ ୬ ଦଶନ୍ଧି ଲାଗିଯାଇଥିଲା। ଏବେ କିନ୍ତୁ ଆଉ ମାତ୍ର ଚାରି ବର୍ଷ ମଧ୍ୟରେ ଭାରତ ଉଚ୍ଚ ମଧ୍ୟବିତ୍ତଙ୍କ ରାଷ୍ଟ୍ର ଭାବେ ପରିଗଣିତ ହେବାକୁ ଯାଉଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏହି ପୂର୍ବାନୁମାନ କରାଯାଇଛି। ୨୦୩୦ ସୁଦ୍ଧା ଭାରତ ଏହି ଉଚ୍ଚ ଆୟକାରୀଙ୍କ ଦେଶରେ ପରିଣତ ହେବ ବୋଲି ରିପୋର୍ଟ କହିଛି। ଏହି ସ୍ତରକୁ ଯିବା ପରେ ଭାରତ ଆୟକାରୀଙ୍କ ବର୍ଗରେ ଚୀନ୍ ଓ ଇଣ୍ଡୋନେସିଆ ସହ ସମକକ୍ଷ ହୋଇଯିବ। ଏହି ରିପୋର୍ଟ ଦର୍ଶାଇଛି ଯେ ୧୯୬୨ରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ୯୦ ଡଲାର ଥିବା ବେଳେ ୨୦୦୭ରେ ୯୧୦ ଡଲାରକୁ ବୃଦ୍ଧି ପାଇଥିଲା। ଫଳରେ ଭାରତ ନିମ୍ନ ମଧ୍ୟବିତ୍ତମାନଙ୍କ ରାଷ୍ଟ୍ର ଭାବେ ପରିଗଣିତ ହୋଇଥିଲା। ୨୦୩୦ ସୁଦ୍ଧା ତାହା ୪୦୦୦ ଡଲାରକୁ ପହଞ୍ଚିଯିବା ଆଶା କରାଯାଉଛି।
Sambalpur University won: ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ହକି: ସମ୍ବଲପୁର ବିଶ୍ବବିଦ୍ୟାଳୟ ବିଜେତା
ଭାରତ ସ୍ବାଧୀନତା ଲାଭ କରିବାର ୬ ଦଶନ୍ଧି ପରେ ଭାରତୀୟ ଅର୍ଥନୀତି ୨୦୦୭ରେ ୧ ଟ୍ରିଲିଅନ୍ ଡଲାର ସ୍ତରକୁ ପହଞ୍ଚିଥିଲା। କିନ୍ତୁ ଏହା ପରଠାରୁ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଅଗ୍ରସର ହେବାରୁ ମାତ୍ର ୭ ବର୍ଷରେ ଅର୍ଥାତ୍ ୨୦୧୪ରେ ୨ ଟ୍ରିଲିଅନ୍ ଓ ୨୦୨୧ରେ ୩ ଟ୍ରିଲିଅନ୍ ଡଲାରରେ ପହଞ୍ଚିଥିଲା। ତେବେ ୨୦୨୫ରେ ଏହା ୪ ଟ୍ରିଲିଅନ୍ ଡଲାରର ଅର୍ଥନୀତି ହୋଇଥିବାବେଳେ ଆଉ ୨ ବର୍ଷରେ ୫ ଟ୍ରିଲିଅନ୍ ଡଲାର ଛୁଇଁବା ଆଶା କରାଯାଉଛି। ସେହିପରି ୨୦୦୯ରେ ଭାରତୀୟଙ୍କ ମୁଣ୍ଡପିଛା ଆୟ ୧୦୦୦ ଡଲାର ଥିବାବେଳେ ୧୦ ବର୍ଷ ମଧ୍ୟରେ ୨୦୧୯ରେ ତାହା ୨୦୦୦ ଡଲାରକୁ ବୃଦ୍ଧି ପାଇଛି। ୨୦୩୬ ସୁଦ୍ଧା ମୁଣ୍ଡପିଛା ଆୟ ଉଚ୍ଚ ସ୍ତରକୁ ବଢ଼ିବା ଆଶା କରାଯାଉଛି।
Minister Said about Startup: ଷ୍ଟାର୍ଟଅପ୍ ରୢାଙ୍କ ଖସିବା ପାଇଁ ପୂର୍ବ ସରକାର ଦାୟୀ: ମନ୍ତ୍ରୀ
ବିଶ୍ବବ୍ୟାଙ୍କ ପକ୍ଷରୁ ୧୯୯୦ରେ ୨୧୮ଟି ଦେଶକୁ ବିଭିନ୍ନ ବର୍ଗରେ ସାମିଲ କରାଯାଇଥିଲା। ସେତେବେଳେ ୫୬ଟି ଦେଶ ନିମ୍ନ ଆୟ, ୫୬ଟି ନିମ୍ନ-ମଧ୍ୟମ ଆୟ, ୨୯ଟି ଉଚ୍ଚ-ମଧ୍ୟମ ଆୟ ଓ ୩୯ଟି ଦେଶ ଉଚ୍ଚ ଆୟ ବର୍ଗରେ ଥିଲେ। ବୃହତ୍ ଅର୍ଥନୀତି ମଧ୍ୟରେ ଆମେରିକା ଓ ଚୀନ ପ୍ରଥମ ଦୁଇଟି ସ୍ଥାନରେ ରହିଛନ୍ତି। ୨୦୨୮ ସୁଦ୍ଧା ଭାରତ ତୃତୀୟ ବୃହତ୍ ଅର୍ଥନୀତି ହେବାକୁ ଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/04/pepole-2025-11-04-02-17-48.jpg)