Oil: ତେଲ ବଜାରକୁ ଓଡ଼ିଶାର ଅବଦାନ ୪%

Advertisment

ଦେଶର ସର୍ବବୃହତ୍‌ ତୈଳ ବିପଣନ କମ୍ପାନି ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ପ୍ରତିବର୍ଷ ସାରା ଦେଶରେ ହାରାହାରି ୨୫୦୦ ନୂଆ ପେଟ୍ରୋଲ୍‌ ପମ୍ପ୍‌ ଖୋଲୁଛି। ସେଥିରୁ ପ୍ରାୟ ୧୦୦ ନୂଆ ପେଟ୍ରୋଲ୍‌ ପମ୍ପ ଓଡ଼ିଶାରେ ସ୍ଥାପନ କରାଯାଉଛି।

ଦେଶର ସର୍ବବୃହତ୍‌ ତୈଳ ବିପଣନ କମ୍ପାନି ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ପ୍ରତିବର୍ଷ ସାରା ଦେଶରେ ହାରାହାରି ୨୫୦୦ ନୂଆ ପେଟ୍ରୋଲ୍‌ ପମ୍ପ୍‌ ଖୋଲୁଛି। ସେଥିରୁ ପ୍ରାୟ ୧୦୦ ନୂଆ ପେଟ୍ରୋଲ୍‌ ପମ୍ପ ଓଡ଼ିଶାରେ ସ୍ଥାପନ କରାଯାଉଛି।

13bbs_69_13022026_112

ଭୁବନେଶ୍ବର: ଦେଶର ସର୍ବବୃହତ୍‌ ତୈଳ ବିପଣନ କମ୍ପାନି ଭାରତୀୟ ତୈଳ ନିଗମ ଲିମିଟେଡ୍‌ (ଆଇଓସିଏଲ୍‌) ପ୍ରତିବର୍ଷ ସାରା ଦେଶରେ ହାରାହାରି ୨୫୦୦ ନୂଆ ପେଟ୍ରୋଲ୍‌ ପମ୍ପ୍‌ ଖୋଲୁଛି। ସେଥିରୁ ପ୍ରାୟ ୧୦୦ ନୂଆ ପେଟ୍ରୋଲ୍‌ ପମ୍ପ ଓଡ଼ିଶାରେ ସ୍ଥାପନ କରାଯାଉଛି ବୋଲି କମ୍ପାନିର ନିର୍ଦ୍ଦେଶକ (ମାର୍କେଟିଂ) ସୌମିତ୍ର ପ୍ରିୟ ଶ୍ରୀବାସ୍ତବ କହିଛନ୍ତି। ରାଜ୍ୟର ତୈଳ ବଜାର ଉପରେ ଆଲୋକପାତ କରି ସେ କହିଥିଲେ ଯେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ପ୍ରତି ଓଡ଼ିଶାର ଅବଦାନ ୪ ପ୍ରତିଶତ ପାଖାପାଖି ରହିଛି।

ସେହିଭଳି ଦେଶର ତେଲ ବଜାର ପ୍ରତି ଓଡ଼ିଶାର ଅବଦାନ ସେହି ୪ ପ୍ରତିଶତ ରହିଛି। ରାଜ୍ୟରେ ମାସକୁ ୪ ଲକ୍ଷ କିଲୋଲିଟର ପେଟ୍ରୋଲ ଓ ଡିଜେଲ ବିକ୍ରି ହେଉଛି। ଓଡ଼ିଶା ତେଲ ବଜାରରେ ଇଣ୍ଡିଆନ ଅଏଲ୍‌ର ସିଂହଭାଗ ୪୫-୫୬ ପ୍ରତିଶତ ବଜାର ଅଂଶ ରହିଛି। ଦେଶରେ ଥିବା ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ୍‌ ପମ୍ପକୁ ଦୈନିକ ସାଢ଼େ ତିନି କୋଟି ଗ୍ରାହକ ଆସିଥାନ୍ତି। ଓଡ଼ିଶାରେ ଦିନକୁ ୧୦ ଲକ୍ଷରୁ ଅଧିକ ଗ୍ରାହକ ଇଣ୍ଡିଆନ ଅଏଲ୍‌ ପେଟ୍ରୋଲ୍‌ ପମ୍ପ ବ୍ୟବହାର କରୁଥିବା ସେ କହିଛନ୍ତି।

ନୟାପଲ୍ଲୀସ୍ଥିତ ଭମ୍ବରା ସର୍ଭିସ୍‌ ସେଣ୍ଟର୍‌ ପେଟ୍ରୋଲ୍‌ ପମ୍ପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀବାସ୍ତବ ‘ଇଣ୍ଡିଆନ ଅଏଲ୍‌ କ୍ଲିନ୍‌ ଆଣ୍ଡ୍‌ କେୟାର ଚ୍ୟାଲେଞ୍ଜ’ ଆରମ୍ଭ କରିଥିଲେ ଓ ଏକ ବାଇକ୍‌ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅଭିଯାନରେ ରାଜ୍ୟରେ ଥିବା ଇଣ୍ଡିଆନ ଅଏଲ୍‌ର ସମସ୍ତ ୧୪୦୦ରୁ ଅଧିକ ପେଟ୍ରୋଲ୍ ପମ୍ପ୍‌ରେ ବିଶୁଦ୍ଧ ପାନୀୟ ଜଳ, ସ୍ବଚ୍ଛ ଶୌଚାଳୟ, ମାଗଣା ବାୟୁ ଓ ଉନ୍ନତ ଗ୍ରାହକ ସୁବିଧାସୁଯୋଗ ନିଶ୍ଚିତ କରାଯିବ। ପୂର୍ବରୁ କମ୍ପାନି କଟକ, ଭୁବନେଶ୍ବର, ପୁରୀ, କଟକ, ରାଉରକେଲା ଓ ସମ୍ବଲପୁରରେ ଥିବା ୫୩ଟି ପେଟ୍ରୋଲ ପମ୍ପରେ ଏହି ଅଭିଯାନକୁ ପରୀକ୍ଷାମୂଳକ ଭାବେ ଚାଲୁ କରିଥିଲା। ବର୍ତ୍ତମାନ ତାହାକୁ କମ୍ପାନିର ସବୁ ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।

ଆହୁରି ପଢ଼ନ୍ତୁ: e-Lok Bhawan Odisha App: ଭାରତର ପ୍ରଥମ: ‘ଇ-ଲୋକଭବନ ଓଡ଼ିଶା ଆପ୍’ର ଶୁଭାରମ୍ଭ କଲେ ରାଜ୍ୟପାଳ

ଏହି ଅଭିଯାନରେ ଗ୍ରାହକମାନେ ୧୦୦ ଟଙ୍କାର ଏକ୍ସଟ୍ରାରିୱାର୍ଡସ୍‌ ପଏଣ୍ଟ୍‌ ଜିତିପାରିବେ ଓ ସେହି ପଏଣ୍ଟ୍‌କୁ ତେଲ କିଣିବା ବେଳେ ରିଡିମ୍‌ କରିପାରିବେ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ କମ୍ପାନିର ସିଜିଏମ୍‌ ଓ ରାଜ୍ୟ ମୁଖ୍ୟ କମଳ ଶୀଲ, ସିଜିଏମ୍‌ (ଆର୍‌ଏସ୍‌) ରୋହିତ କୁମାର, ଡିଆର୍‌ଏସ୍‌ଏଚ୍‌ ବିଶାଲ ଗର୍ଗ, ଭୁବନେଶ୍ବର ଡିଓ ଓ ଅନ୍ୟ ବରିଷ୍ଠ ଅଧିକାରୀ ଓ ଚ୍ୟାନେଲ୍‌ ପାର୍ଟନରମାନେ ଉପସ୍ଥିତ ଥିଲେ। ଏହି ଅବସରରେ କମ୍ପାନିର ସ୍ବୀକୃତିପ୍ରାପ୍ତ ଗ୍ରାହକ ଆଟେଣ୍ଟାଣ୍ଟ୍‌ମାନଙ୍କୁ ସମ୍ମାନିତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe